|
logo
Live

Argus News - ସମବାୟ ସମିତିର ସେକ୍ରେଟାରୀ ବୀମା ରାଶିକୁ ଚଳୁ କରିଦେଲେ

Odisha

ସମବାୟ ସମିତିର ସେକ୍ରେଟାରୀ ବୀମା ରାଶିକୁ ଚଳୁ କରିଦେଲେ

Priyadarshini Dixit
Browse all articles by Priyadarshini Dixit
·2 years ago·1 min read
ସମବାୟ ସମିତିର ସେକ୍ରେଟାରୀ ବୀମା ରାଶିକୁ ଚଳୁ କରିଦେଲେ

ଅର୍ଗସ ବ୍ୟୁରୋ : ବାଲେଶ୍ଵର ଜିଲ୍ଲାରେ ବିଭିନ୍ନ ସ୍ଥାନରେ ପ୍ରଧାନମନ୍ତ୍ରୀ ଫସଲ ବୀମା କ୍ଷେତ୍ରରେ ଅନିୟମିତତା ଦେଖିବାକୁ ମିଳୁଛି। କିଛିଦିନ ତଳେ ନୀଳଗିରି ବ୍ଲକରେ ଅନିୟମିତତା ଦେଖା ଦେଇଥିଲା। ଆଉ ଏବେ ରେମୁଣା ବ୍ଲକର ଦୁର୍ଗାଦେବୀ ପଞ୍ଚାୟତରେ ସମାନ ପରିସ୍ଥିତି। ପଞ୍ଚାୟତର ଜଣେ କି ଦୁଇଜଣ ନୁହଁନ୍ତି ବରଂ ୨ ଶହରୁ ଅଧିକ ଚାଷୀ ରାଜ୍ୟ ସରକାରଙ୍କ ସମବାୟ ବ୍ୟାଙ୍କ ଏବଂ ଗ୍ରାମ୍ୟ ବ୍ୟାଙ୍କରେ ପ୍ରଧାନ ମନ୍ତ୍ରୀ ଫସଲ ବୀମା ଯୋଜନାରେ ନାମ ପଞ୍ଜିକୃତ କରିଥିଲେ।  କିନ୍ତୁ ଏଯାଏଁ ବି ଟଙ୍କାଟିଏ ପାଇ ନାହାଁନ୍ତି। ଯାହାକୁ ନେଇ ରେମୁଣା ଦୁର୍ଗାଦେବୀ ଅଞ୍ଚଳର ଚାଷୀ ଗତ ମାସ ୧୨ ତାରିଖରେ ଜିଲ୍ଲାପାଳଙ୍କୁ ଭେଟି ଅବଗତ କରିଥିଲେ। ତା ପରେବି ସମସ୍ୟାର ସମାଧାନ ହୋଇନଥିଲା। ଫଳରେ ଚାଷୀମାନେ ଦୁର୍ଗାଦେବୀ ସେବା ସମିତି ସାମ୍ନାରେ ଧାରଣା ଦେଇଥିଲେ। ଅନ୍ୟପଟେ ଚାଷୀ ମାନେ ଅଭିଯୋଗ କରିଛନ୍ତି ଯେ ଅଞ୍ଚଳର ସମବାୟ ସମିତିର ସେକ୍ରେଟାରୀ ବୀମା ରାଶିକୁ ଚଳୁ କରିଦେଇଛନ୍ତି।


ସେହିପରି ପଞ୍ଚାୟତର ବହୁ ଚାଷୀ ପ୍ରଧାନମନ୍ତ୍ରୀ ଖରିଫ ଫସଲ ବୀମା ନପାଇବାରୁ ବାରମ୍ବାର ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ ପାଖକୁ ଦୌଡି ଦୌଡି ନୟାନ୍ତ ହୋଇଗଲେଣି। କିନ୍ତୁ ଫଳ ଶୂନ। ଅନ୍ୟପଟେ ଦୁର୍ଗାଦେବୀ ଅଞ୍ଚଳର ଚାଷୀ ଅଭିଯୋଗ କରିଛନ୍ତି ଯେ ରାଜ୍ୟ ସରକାର ଚାଷୀଙ୍କ ଉନ୍ନତି ନାମରେ ଖାଲି ଡିଣ୍ଡିମ ପିଟୁଛନ୍ତି। ବୀମା ଟଙ୍କା ନ ଦେଇ ଚାଷୀ ମାନଙ୍କ ପେଟରେ ଗୋଇଠା ମାରୁଛନ୍ତି।
ସେପଟେ ଅଭିଯୋଗ ହୋଇଥିବା ସମବାୟ ସମିତିର ସେକ୍ରେଟାରୀ କହିଛନ୍ତି ଚାଷୀ ମାନଙ୍କର ଆଧାର କାର୍ଡ ରେ ଭୁଲ ଥିବାରୁ ଏମିତି ହୋଇଛି।ମୋ ପାଖରେ କୌଣସି ତଥ୍ୟ ନାହିଁ। ତଦନ୍ତ କରାଗଲେ ସଠିକ୍ ଖବର ମିଳିବ।


ଅଧିକ ପଢନ୍ତୁ ଓଡିଶା ଖବର...
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ସମବାୟ ସମିତିର ସେକ୍ରେଟାରୀ ବୀମା ରାଶିକୁ ଚଳୁ କରିଦେଲେ | Argus News