ଗ୍ରାହକଙ୍କ ମାଡ଼ରେ ଚାଲିଗଲା ଦୋକାନୀଙ୍କ ଜୀବନ

ଅର୍ଗସ ବ୍ୟୁରୋ : ଭଦ୍ରକର ଚରମ୍ପା ଅଞ୍ଚଳରେ ଅଘଟଣ । ବରାଳ ପୋଖରୀ ଅଞ୍ଚଳରେ ଜଣେ ଗ୍ରାହକଙ୍କ ମାଡ଼ରେ ଜଣେ ଦୋକାନୀଙ୍କର ମୃତ୍ୟୁ । ଏ ଅଘଟଣକୁ ନେଇ ଭଦ୍ରକ ଟାଉନ୍ ଥାନାରେ ଅଭିଯୋଗ । ସୂଚନା ଅନୁସାରେ, ଆଜି ସକାଳ ସମୟରେ ଭଦ୍ରକ ବଣିଆ ଗ୍ରାମର ବିଜୟ ପଣ୍ଡା ନାମକ ଜଣେ ଲୋକ ଚରମ୍ପା ବରାଳ ପୋଖରୀ ଅଞ୍ଚଳରେ ନିଜର ତେଜରାତି ଦୋକାନ ଖୋଲିଥିବା ବେଳେ ଏହି ସମୟରେ ତାଙ୍କ ଦୋକାନକୁ ଆସି ବାରାଳ ପୋଖରି ଗ୍ରାମର କାମେଶ ପରିଡ଼ା ଓରଫ ପିଣ୍ଟୁ ପରିଡ଼ା ନାମକ ଜଣେ ଯୁବକ ସଉଦା ନେଇଥିଲେ ।
ତାଙ୍କର ସଉଦା ବାବଦକୁ ୧୮୦ ଟଙ୍କା ହୋଇଥିବା ବେଳେ ପିଣ୍ଟୁ କାଳେ ଦୋକାନୀଙ୍କୁ ୧୪୦ ଟଙ୍କା ପ୍ରଦାନ କରିଥିଲେ । ଏଥିରେ ଦୋକାନୀ ବିଜୟ ପଣ୍ଡା ଅରାଜି ହୋଇଥିଲା । ମୋର ଦୋକାନ ଏବେ ଖୋଲୁଛି । ବାକି ରଖିବି ନାହିଁ ବୋଲି କହିବାରୁ ପିଣ୍ଟୁ ପରିଡ଼ା କାଳେ ରାଗିଯାଇ ସଂପୃକ୍ତ ଦୋକାନୀଙ୍କୁ ଏକ ଧକ୍କା ପକାଇଥିଲା ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ପିଣ୍ଟୁର ଧକ୍କାରେ ଦୋକାନୀ ବିଜୟ ତଳେ ପଡି ଯାଇଥିଲେ । ବିଜୟଙ୍କୁ ଅଚେତ ଅବସ୍ଥାରେ ସ୍ଥାନୀୟ ଲୋକମାନେ ଚିକିତ୍ସା ପାଇଁ ଭଦ୍ରକ ମେଡ଼ିକାଲ ଆସିଥିବା ବେଳେ ମେଡ଼ିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।