Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଲାଲ ଦେଖା ଗଲାଣି ଆକାଶ ,ଭୟଙ୍କର ରୂପ ନେବ ବାତ୍ୟା

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
ଲାଲ ଦେଖା ଗଲାଣି ଆକାଶ ,ଭୟଙ୍କର ରୂପ ନେବ ବାତ୍ୟା

ଅର୍ଗସ ବ୍ୟୁରୋ : ଲାଲ ଦେଖା ଗଲାଣି ଆକାଶ । ଫନି ଠୁ ଭୟଙ୍କର ରୂପ ନେବ ବାତ୍ୟା ।  ପ୍ରବଳ ବର୍ଷା ସାଙ୍ଗକୁ ଜୋରରେ ପବନ ବହିବ  ଏଭଳି ଆଶଙ୍କା କରିଛନ୍ତି ବ୍ରହ୍ମଗିରିର ମତ୍ସ୍ୟଜୀବୀ ।  ସେପଟେ ସମ୍ଭାବ୍ୟ ବାତ୍ୟାକୁ ନେଇ ଶଙ୍କାରେ ପୁରୀ ପର୍ଯ୍ୟଟକ। ବାତ୍ୟା ଭୟ ପାଇଁ ଆଗୁଆ ପୁରୀ ଛାଡ଼ିଛନ୍ତି ଶହ ଶହ ସଂଖ୍ୟକ ପର୍ଯ୍ୟଟକ। ପୂଜା ଛୁଟି କାଟିବାକୁ ପୁରୀ ଆସିଥିବା ହଜାର ହଜାର ଭକ୍ତ, ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ଏବେ ସମ୍ଭାବ୍ୟ ବାତ୍ୟାକୁ ନେଇ ଭୟଭୀତ। ପର୍ଯ୍ୟଟକ ମାନେ ପୁରୀ ଛାଡ଼ିବା ଦେଖିବାକୁ ମିଳିଛି। ଛୁଟି କାଟିବା ପରିବର୍ତ୍ତେ ବିଷର୍ଣ୍ଣ ମନରେ ପୁରୀ ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି ଏହି ପର୍ଯ୍ୟଟକ ମାନେ ।

ଅଧିକ ପଢନ୍ତୁ : ଅବପାତରେ ପରିଣତ ହେଲା ଲଘୁଚାପ

ତେବେ ବାତ୍ୟାକୁ ନଜରରେ ରଖି ରାଜ୍ୟ ସରକାରଙ୍କ ତରଫରୁ ଆସନ୍ତା ୨୩ ତାରିଖ ପୂର୍ବରୁ ପର୍ଯ୍ୟଟକଙ୍କୁ  ପୁରୀ ଛାଡ଼ିବାକୁ ପରାମର୍ଶ ଦିଆଯାଇଥିଲା। ଏହାସହିତ ଯେଭଳି କୌଣସି ପର୍ଯ୍ୟଟକ ପୁରୀ ନଆସିବେ ସେଥିପାଇଁ ପଦକ୍ଷେପ ନେବାକୁ ଜିଲ୍ଲା ପ୍ରଶାସନକୁ କୁହାଯାଇଛି। ଯେଉଁମାନେ ପୁରୀ ବାସିନ୍ଦା ନୁହଁନ୍ତି ଓ ରହିବାର ଆବଶ୍ୟକତା ଥିବ ସେମାନଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The sky has become red, the storm will take a terrible form | Argus News