Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବାପାକୁ ବଟି ମାଗି ପୁଅ ଗିରଫ, ପୁଅକୁ ଗିରଫ କଲା ଚାଉଳିଆଗଞ୍ଜ ପୋଲିସ

Jitendra Dash
Browse all articles by Jitendra Dash
·2 years ago·1 min read
ବାପାକୁ ବଟି ମାଗି ପୁଅ ଗିରଫ, ପୁଅକୁ ଗିରଫ କଲା ଚାଉଳିଆଗଞ୍ଜ ପୋଲିସ

ଅର୍ଗସ ବ୍ୟୁରୋ : ବାପାକୁ ବଟି ମାଗି ପୁଅ ଗିରଫ । କଟକ ଚାଉଳିଆଗଞ୍ଜ ପୋଲିସ ଦ୍ଵାରା ଦୁର୍ଦ୍ଦାନ୍ତ ଅପରାଧୀ ସତ୍ୟରଞ୍ଜନ ସାମଲ ଗିରଫ । ସତ୍ୟରଞ୍ଜନ ତା ବାପାଙ୍କୁ ଧମକ ଚମକ ଦେବା ସହ ୧୦ ଲକ୍ଷ ଟଙ୍କା ମାଗିଥିଲା । ଟଙ୍କା ନ ଦେବାରୁ ତାଙ୍କୁ ଆକ୍ରମଣ କରି ଅନଲାଇନ ମାଧ୍ୟମରେ କିଛି ଟଙ୍କା ମଧ୍ୟ ଜୋରଜବରଦସ୍ତ କରି ନେଇ ଯାଇଥିଲା ।  ଏହାପରେ ବାପା ସୁବାଷ ଚନ୍ଦ୍ର ସାମଲ ଥାନାରେ ଅଭିଯୋଗ କରିବା ସହ ଏତଲା ଦେଇଥିଲେ । 

ଚାଉଳିଆଗଞ୍ଜ ପୋଲିସ ସତ୍ୟରଞ୍ଜନକୁ ଗିରଫ କରିବା ସହ ୧୧୦ଦଫା ମଧ୍ୟ ଲଗାଇଛି । ତେବେ ତା ବିରୋଧରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି । ପୋଲିସର ସୂଚନା ଅନୁଯାୟୀ-ପୂର୍ବରୁ ସତ୍ୟରଞ୍ଜନ ନିଜକୁ ଡାକ୍ତର ପରିଚୟ ଦେଇ ଏକାଧିକ ଲୋକଙ୍କୁ ଠକିଛି । ଏହାସହ ବିଭିନ୍ନ ଯୁବତୀ ମାନଙ୍କୁ ଡାକ୍ତର ପରିଚୟ ଦେଇ ବିବାହର ପ୍ରତିଶ୍ରୁତି ଦେଇ ସେମାନଙ୍କ ଠାରୁ  ଟଙ୍କା ଠକି ଗିରଫ ମଧ୍ୟ ହୋଇଛି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଠକେଇ କରୁଥିବା ଟଙ୍କାରେ ଦାମି ଗାଡି ଚଢିବା ସହ ସୌଖିନ ଜୀବନ ଯାପନ ବିତଉଥିଲା ସେ । ତେବେ ତା ବାପା ସୁବାଷ ସାମଲଙ୍କ ଟଙ୍କା ମାଗିଥିଲା ସେ ନ ଦେବାରୁ ତାଙ୍କୁ ଘର ଭିତରେ ବନ୍ଦ କରି ରଖିବା ସହ ମାରଧର କରିଥିଲା । ବାପାର ଅଭିଯୋଗ କ୍ରମେ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । 

Sponsored
The son was arrested for asking for money from his father, the son was arrested by Chauvanganj police | Argus News