ଶିଳ୍ପାୟନ ଓ ନିଯୁକ୍ତି ସୁଯୋଗ ପାଇଁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ
·1 year ago

ଅର୍ଗସ ବ୍ୟୁରୋ : ଶିଳ୍ପାୟନ ଓ ନିଯୁକ୍ତି ସୁଯୋଗ ପାଇଁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ ॥ ରାଜ୍ୟରେ 1 ଲକ୍ଷ 36 ହଜାର 622 କୋଟି ଟଙ୍କାର ନିବେଶକୁ ମଞ୍ଜୁରୀ ଦେଇଛନ୍ତି ରାଜ୍ୟ ସରକାର। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ କ୍ଲିୟରାନ୍ସ ମିଟିଂରେ 20ଟି ପ୍ରକଳ୍ପରେ ନିବେଶକୁ ମଞ୍ଜୁରୀ ମିଳିଛି। ଏହା ଫଳରେ ରାଜ୍ୟର ଉଲ୍ଲେଖନୀୟ ଆର୍ଥିକ ପ୍ରଗତି ହେବା ସହ 74ହଜାର 350 ଜଣଙ୍କୁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।
ଅଧିକ ପଢନ୍ତୁ ଓଡିଶା ଖବର
ମଞ୍ଜୁରୀ ମିଳିଥିବା 20ଟି ପ୍ରକଳ୍ପ 9ଟି କ୍ଷେତ୍ରରେ ହେବ। ଏଥି ମଧ୍ୟରେ ରହିଛି ଷ୍ଟିଲ୍, କେମିକାଲ୍, ଆଲୁମିନିୟମ, ବିମାନ ଇନ୍ଧନ, ଗ୍ରୀନ୍ ଏନର୍ଜି, ଟେକ୍ସଟାଇଲ୍ସ, ଶକ୍ତି ଏବଂ ଅକ୍ଷୟ ଶକ୍ତି ଓ ସିମେଣ୍ଟ ଇତ୍ୟାଦି। ରାଜ୍ୟର 10ଟି ଜିଲ୍ଲା ଯାଜପୁର, ଝାରସୁଗୁଡ଼ା, ଖୋର୍ଦ୍ଧା, ସମ୍ବଲପୁର, ଗଞ୍ଜାମ, କଳାହାଣ୍ଡି, ମାଲକାନଗିରି, ଢେଙ୍କାନାଳ, ଭଦ୍ରକ ଏବଂ ଜଗତସିଂହପୁରରେ ଏହି ପ୍ରକଳ୍ପ ଗୁଡ଼ିକ ପ୍ରତିଷ୍ଠା ହେବ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: