|
logo
Live

Argus News - ଆଦିବାସୀମାନଙ୍କ ଜମିକୁ ଚଂଚକତା ପୂର୍ଣ୍ଣ ଭାବେ ହଡପ୍ କରିଛନ୍ତି ରାଜ୍ୟ ସରକାର

Odisha

ଆଦିବାସୀମାନଙ୍କ ଜମିକୁ ଚଂଚକତା ପୂର୍ଣ୍ଣ ଭାବେ ହଡପ୍ କରିଛନ୍ତି ରାଜ୍ୟ ସରକାର

Jitendra Dash
Browse all articles by Jitendra Dash
·2 years ago·3 min read
ଆଦିବାସୀମାନଙ୍କ ଜମିକୁ ଚଂଚକତା ପୂର୍ଣ୍ଣ ଭାବେ ହଡପ୍ କରିଛନ୍ତି ରାଜ୍ୟ ସରକାର

ଅର୍ଗସ ବ୍ୟୁରୋ : ରାଜ୍ୟ ସରକାର ଆଜି ଆଦିବାସୀଙ୍କ ସହ ବିଶ୍ୱାସଘାତକତା କରି ଆଦିବାସୀମାନଙ୍କ ଜମିକୁ ଚଂଚକତାପୂର୍ଣ୍ଣ ଭାବେ ହଡପ୍ କରିବାର ସୁଚିନ୍ତିତ ଯୋଜନା କରିଛନ୍ତି । ରାଜ୍ୟ ସରକାର ଗତ ୧୪ନଭେମ୍ବରରେ ରାଜ୍ୟ କ୍ୟାବିନେଟ୍‌ରେ ଅଗତାନ୍ତ୍ରିକ ଓ ଆଦିବାସୀ ବିରୋଧୀ ନିଷ୍ପତି ନେଇଛନ୍ତି । ଆଦିବାସୀଙ୍କ ଜମି ଏବେ ଅଣଆଦିବାସୀଙ୍କୁ ବିକ୍ରି କରାଯାଇ ପାରିବ ବୋଲି ନିଆଯାଇଥିବା ନିଷ୍ପତି କାହା ସ୍ୱାର୍ଥରେ ନେଉଛନ୍ତି ରାଜ୍ୟ ସରକାର? ଆଦିବାସୀମାନେ କିଭଳି ନିଜର ସର୍ବସ୍ୱ ହରାଇବେ ସେନେଇ ରାଜ୍ୟ ସରକାର ଷଡଯନ୍ତ୍ର କରିଛନ୍ତି । ଆଦିବାସୀଙ୍କ ଜମିକୁ ବ୍ୟବସାୟୀ, ଜମି ମାଫିଆ, ଠିକାଦାରଙ୍କ ହାତକୁ ଟେକି ଦେବାର ଷଡଯନ୍ତ୍ର କରୁଛନ୍ତି ରାଜ୍ୟ ସରକାର । ରାଜ୍ୟ ସରକାର ଆଦିବାସୀଙ୍କ ସରକାର, ଆଦିବାସୀଙ୍କ ପାଇଁ ବୋଲି ବଡ ବଡ ହୋର୍ଡିଂ ମାରି ବାରମ୍ବାର କହୁଛନ୍ତି କିନ୍ତୁ କ୍ୟାବିନେଟ୍‌ର ନିଷ୍ପତିରୁ ସ୍ପଷ୍ଟ ହେଉଛି ଯେ ରାଜ୍ୟ ସରକାର “ଆଦିବାସୀ ବିରୋଧୀ” ବୋଲି । ଆଦିବାସୀଙ୍କୁ ଭୂମିହୀନ କରିବା ପାଇଁ ରାଜ୍ୟ ସରକାର ଷଡଯନ୍ତ୍ର କରିଛନ୍ତି । ରାଜ୍ୟ ସରକାର ଜନବିରୋଧୀ ସହ ଆଦିବାସୀବିରୋଧୀ ବୋଲି କ୍ୟାବିନେଟ୍ ନିଷ୍ପତିରୁ ସ୍ପଷ୍ଟ ହେଉଛି । କ୍ୟାବିନେଟ୍ ନିଷ୍ପତିକୁ ସାମାଜିକ ଗଣମାଧ୍ୟମରେ ଜରିଆରେ ସ୍ପଷ୍ଟୀକରଣ ରଖିବା ଅଗଣତାନ୍ତ୍ରିକ ବୋଲି ବିଧାୟକ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମାଝୀ କହିଛନ୍ତି ଯେ, ରାଜ୍ୟ ସରକାର ଏବେ ଯେଉଁ ନିଷ୍ପତି ନେଇଛନ୍ତି ଏଥିପାଇଁ କୌଣସି ଆଦିବାସୀ ସଂଗଠନ କେବେ ବି ସରକାରଙ୍କ ପାଖରେ ଦାବି କରିନାହାନ୍ତି । ବିଧାନସଭାରେ ମଧ୍ୟ କେବେ କୌଣସି ଆଦିବାସୀ ବିଧାୟକ ଏକଥା ଉଠାଇ ନାହାନ୍ତି । ତାହାଲେ ରାଜ୍ୟ ସରକାର କାହିଁକି ଏହି ନିଷ୍ପତି ନେଇଛନ୍ତି । ଏପରିକି ସରକାର କହୁଛନ୍ତି ଯେ, ଏହି ପ୍ରସଙ୍ଗରେ “ଟ୍ରାଇବାଲ ଆଡଭାଇଜରି କମିଟି” ବୈଠକରେ ଆଲୋଚନା କରାଯାଇଥିଲା ଯାହା ଏକ ମିଛ କଥା । ବିଗତ ଦିନମାନଙ୍କରେ ଅନେକ ଜାଗାରେ ଆଦିବାସୀମାନଙ୍କ ଜମିକୁ ବିଭିନ୍ନ ଅସାଧୁ ବ୍ୟକ୍ତିମାନେ ବେନାମି ନାମରେ କିଣିଛନ୍ତି । ରାଜ୍ୟ ସରକାର ଏବେ ଏହି ଆଇନ ଆଣି ସେହି ଅସାଧୁ ଜମି ମାଫିଆମାନଙ୍କ ବେନାମି ଜମିକିଣା ବିକାକୁ ଆଇନ ସମ୍ମତ କରିବା ପାଇଁ ଯାଉଛନ୍ତି । ଏହି ଆଇନ ଲାଗୁ ହେଲେ ବେନାମି କିଣା ବିକାର ପଟ୍ଟା ସେହି ଅସାଧୁ ଜମି ମାଫିଆମାନଙ୍କୁ ମିଳିଯିବ ଏବଂ ଆଦିବାସୀମାନେ ସର୍ବସ୍ୱ ହରାଇବେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆସିବାସିଙ୍କ ଜମିକୁ ସୁରକ୍ଷିତ ରଖିବା ପାଇଁ ଅଣଆଦିବାସୀ ଓ ପୁଞ୍ଜିପତିମାନଙ୍କୁ ନଦେବା ପାଇଁ ୧୯୫୬ ମସିହାରୁ ଆଇନ ପ୍ରଚଳନ ହେଉଛି । ଆଦିବାସୀଙ୍କ ଜମିକୁ ଆଦିବାସୀମାନେ ନେଇପାରିବେ ବୋଲି ପରବର୍ତୀ ସଂଶୋଧନ ୨୦୦୨ରେ ନିଷ୍ପତି ହୋଇଥିଲା । ଆଦିବାସୀଙ୍କ ଜମି ସର୍ବନିମ୍ନ ୫ଏକର ରହିବାର ନିୟମ ଥିଲେ ବି କ୍ୟାବିନେଟ୍‌ରେ ଏଭଳି ଆଦିବାସୀବିରୋଧୀ ନିଷ୍ପତି ନେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଧାରା ୨୪୪ ଅନୁଯାୟୀ ଆଦିବାସୀଙ୍କ ଜମିକୁ ସୁରକ୍ଷା ଦେବା ପାଇଁ କୁହାଯାଇଛି । ଗତ ଦୁଇ ମାସ ତଳେ ଟିଏସି ବସାଯାଇଥିଲା ସେଠାରେ ମୁଖ୍ୟମନ୍ତ୍ରୀ ଥିଲେ । ଏହି ବୈଠକରେ ଆଦିବାସୀଙ୍କ ଜମିକୁ ଅଣଆଦିବାସୀଙ୍କ ହାତକୁ ହସ୍ତାନ୍ତର କରିବା ବିଷୟ ଆଦୌ ଆଲୋଚନା ହୋଇନାହିଁ ବୋଲି ଶ୍ରୀ ମାଝୀ କହିଛନ୍ତି ।

ଆଦିବାସୀମାନଙ୍କ ଜମି ବିକ୍ରି ଉପରେ ସାମ୍ବିଧାନିକ ପ୍ରତିବନ୍ଧକ ଲଗାଯାଇଥିଲା । ଆଦିବାସୀମାନଙ୍କର ନିଜସ୍ୱ ଅଳ୍ପ ଜମି ଛଡା ପ୍ରାୟତ ଅନ୍ୟ କିଛି ସମ୍ପତି ନାହିଁ ଓ ସେମାନେ ସେହି ଜମି ଉପରେ ନିର୍ଭରଶୀଳ । ରାଜ୍ୟ ସରକାର ଆଣିଥିବା ଏହି ନିୟମ ଲାଗୁ ହେଲେ ଆଦିବାସୀମାନେ ସେମାନଙ୍କର ଜମି ହରାଇବେ । ଯଦି ଆଦିବାସୀମାନେ ତାଙ୍କ ଜମି ହରାନ୍ତି, ତାହାଲେ ସେମାନେ ଜୀବନ ଜୀବିକା ହରାଇବେ । ବିଜୁ ଜନତା ଦଳ ସରକାର ଏକ ଆଦିବାସୀ ବିରୋଧୀ ସରକାର । କ୍ୟାବିନେଟରେ ପାରିତ ହୋଇଥିବା ଏଭଳି ଦୁର୍ଭାଗ୍ୟଜନକ ନିଷ୍ପତିକୁ ପ୍ରତ୍ୟାହାର ନକରି ସ୍ଥଗିତ (Put On Hold)  ରଖିବା ପଛରେ ନିଶ୍ଚିତ ଭାବେ ମନ୍ଦ ଉଦ୍ଦେଶ୍ୟ ରହିଛି । ଏହି ଆଦିବାସୀ ବିରୋଧୀ ନିଷ୍ପତି ଯଦି ରାଜ୍ୟ ସରକାର ପ୍ରତ୍ୟାହୃତ ନକରନ୍ତି ତାହାଲେ ଭାରତୀୟ ଜନତା ପାର୍ଟି ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଥିବା ବିଧାନସଭା ଅଧିବେଶନରେ ଦୃଢ଼ ବିରୋଧ କରିବା ସହିତ ଆଦିବାସୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ବିଧାନସଭା ବାହାରେ ବ୍ୟାପକ ଜନଆନ୍ଦୋଳନ କରିବ । ବିଧାନସଭା ବାହାରେ ଓ ଭିତରେ ବିଜେପି ପ୍ରତିରୋଧ କରିବା ସହ ରାଜ୍ୟ ସରକାରଙ୍କୁ ସଂପୂର୍ଣ୍ଣ ଅଚଳ କରିବ ବୋଲି ଶ୍ରୀ ମାଝୀ ସୂଚନା ଦେଇଛନ୍ତି । ଏହି ଅବସରରେ ଜନଜାତି ମୋର୍ଚ୍ଚାର ରାଜ୍ୟ ସଭାପତି ତଥା ବିଧାୟକ ନିତ୍ୟାନନ୍ଦ ଗଣ୍ଡ ଏବଂ ବିଧାୟକ ମୁକେଶ ମହାଲିଙ୍ଗ ପ୍ରମୁଖ ଉପସ୍ଥିତ ଥିଲେ ।

Sponsored
ଆଦିବାସୀମାନଙ୍କ ଜମିକୁ ଚଂଚକତା ପୂର୍ଣ୍ଣ ଭାବେ ହଡପ୍ କରିଛନ୍ତି ରାଜ୍ୟ ସରକାର | Argus News