Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଶ୍ରୀମନ୍ଦିର ଚାରି ଦ୍ବାର ନଖୋଲିବା ଜିଦରେ ଅଟଳ ରାଜ୍ୟ ସରକାର

Odisha

ଶ୍ରୀମନ୍ଦିର ଚାରି ଦ୍ବାର ନଖୋଲିବା ଜିଦରେ ଅଟଳ ରାଜ୍ୟ ସରକାର

Jitendra Dash
Browse all articles by Jitendra Dash
·2 years ago·2 min read
ଶ୍ରୀମନ୍ଦିର ଚାରି ଦ୍ବାର ନଖୋଲିବା ଜିଦରେ ଅଟଳ ରାଜ୍ୟ ସରକାର

ଅର୍ଗସ ବ୍ୟୁରୋ : ପବିତ୍ର କାର୍ତ୍ତିକ ମାସ ପାଇଁ ସିଂହଦ୍ବାରରେ ଭକ୍ତଙ୍କର ଅସମ୍ଭବ ଭିଡ଼ । ଜଗାଦର୍ଶନ ପାଇଁ ବ୍ୟାରିକେଡ୍ ମଧ୍ୟରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା ଭକ୍ତଙ୍କ ପାଇଁ ସାଜିଛି ଯନ୍ତ୍ରଣାଦାୟକ । ଗୁରୁବାରଠାରୁ ପଞ୍ଚକ ଆରମ୍ଭ ହେଉଥିବାର ଭକ୍ତଙ୍କ ସଂଖ୍ୟା ଆହୁରି ବଢିବା ନିଶ୍ଚିତ । ତଥାପି ଶ୍ରୀମନ୍ଦିର ଚାରି ଦ୍ବାର ନଖୋଲିବା ଯିଦରେ ଅଟଳ ରାଜ୍ୟ ସରକାର । କାହିଁକି ସରକାରଙ୍କର ଏତେ ଯିଦ୍ ? ଭକ୍ତ ପଛେ ଯନ୍ତ୍ରଣା ଭୋଗନ୍ତୁ, ବୟସ୍କମାନେ ପଛେ ଦର୍ଶନରୁ ବଞ୍ଚିତ ହୁଅନ୍ତୁ ତଥାପି ଅନ୍ୟ ୩ ଦ୍ବାର ଖୋଲିବ ନାହିଁ । ଦ୍ବାର ଖୋଲିବା ପରିବର୍ତ୍ତେ ବୟସ୍କଙ୍କୁ ଶ୍ରୀମନ୍ଦିର ନଆସିବାକୁ ପରାମର୍ଶ ଦେବାଭଳି ବିଧର୍ମୀ କାର୍ଯ୍ୟ କରିବାକୁ ବି ପଛାଉନାହାନ୍ତି ମୁଖ୍ୟ ପ୍ରଶାସନ । ସେପଟେ ୪ ଦ୍ବାର ନଖୋଲି ପରିସ୍ଥିତି ଅଣାୟତ୍ତ ହେବ ବୋଲି ଚେତାଇ ଦେଇଛନ୍ତି ବରିଷ୍ଠ ସେବାୟତ ।

ଅଧିକ ପଢନ୍ତୁ ଓଡ଼ିଶା ଖବର

୨୦୧୯ରେ ଶ୍ରୀମନ୍ଦିର ଚାରିଦ୍ବାର ବନ୍ଦ କରି ଗୋଟିଏ ଦ୍ବାର ଖୋଲିବାକୁ ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି ନେଇଥିଲା । ନିଷ୍ପତ୍ତିକୁ ପାଳନ କରିବାକୁ ୨୦୨୨ ଫେବୃଆରୀ ୩ ତାରିଖରେ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖିଥିଲେ ରାଜ୍ୟ ସରକାର । ସେବେଠାରୁ କେବଳ ସିଂହ ଦ୍ବାର ଦେଇ ପ୍ରବେଶ ଓ ପ୍ରସ୍ଥାନ କରୁଛନ୍ତି ଭକ୍ତ । ନିକଟରେ ଭକ୍ତଙ୍କ ଯନ୍ତ୍ରଣା ଦେଖି କ୍ଷୋଭ ପ୍ରକାଶ କରିଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଛତିଶଗଡ଼ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ । ଶାସନ ଓ ପ୍ରଶାସନ ଭକ୍ତଙ୍କ ଯନ୍ତ୍ରଣାକୁ ଅନୁଭବ କରିବା ଆବଶ୍ୟକ ବୋଲି ରଖିଥିଲେ ପ୍ରତିକ୍ରିୟା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ନକଟରେ ଜଗାଦର୍ଶନ ପାଇଁ ଯାଇଥିବା ବେଳେ ଭକ୍ତଙ୍କର ସୁବିଧାରେ ଦର୍ଶନ ଉପରେ ଗୁରୁତ୍ବ ଦେଇଥିଲେ । ହେଲେ ଏହାର କୌଣସି ପ୍ରଭାବ ରାଜ୍ୟ ସରକାରଙ୍କ ଉପରେ ନାହିଁ । ରାଜ୍ୟ ସରକାରଙ୍କର ଏହି ଜିଦଖୋର ମନୋଭାକୁ ନେଇ ଭକ୍ତମାନେ ବି ଖପ୍ପା ।  

ଚାରି ଦ୍ବାର ଖୋଲିବା ସମ୍ପର୍କରେ ନିଷ୍ପତ୍ତି ନେବା ପରିବର୍ତ୍ତେ ମାର୍କେଟ ଛକ ଯାଏ ବ୍ୟାରିକେଡ୍ ସମ୍ପ୍ରସାରଣ କରି ନିଜ କାମ ସାରିଦେଇଛି ଶ୍ରୀମନ୍ଦିର ପ୍ରଶାସନ । ଏହା କୌଣସି ଦୃଷ୍ଟିରୁ ବି ଭକ୍ତଙ୍କ ଯନ୍ତ୍ରଣା ଉପଶମ କରିପାରିନାହିଁ । ରଜ୍ୟ ସରକାରଙ୍କ ଏଭଳି ଆଭିମୁଖ୍ୟ ଜଗନ୍ନାଥ ସଂସ୍କୃତି ବିରୋଧୀ ନୁହେଁକି ? ଏହି ଜିଦ୍ ଖୋର ମନୋଭାବ ବିରୋଧରେ ଜଗନ୍ନାଥପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି । 
 

Painting
Sponsored
The state government insists on not opening the four doors of the temple | Argus News