ବିକାଶରେ ବାଧକ ସାଜିଛନ୍ତି ରାଜ୍ୟ ସରକାର

ଅର୍ଗସ ବ୍ୟୁରୋ : ପର୍ଯ୍ୟଟନ ଠୁ ନେଇ ପୋର୍ଟ ବିକାଶ ସବୁଥିରେ ବାଧକ ରାଜ୍ୟ ସରକାର । ପାରାଦ୍ବୀପ ପୋର୍ଟକୁ ଏକ ନମ୍ବର କରିବା ଲାଗି ମିଳୁନି ରାଜ୍ୟ ସରକାରଙ୍କ ସହଯୋଗ । ଓଡିଶା ଗସ୍ତରେ ଆସିଥିବା କେନ୍ଦ୍ର ଜାହାଜ ଚଳାଚଳ ରାଷ୍ଟ୍ର ମନ୍ତ୍ରୀ ଶ୍ରୀପଦ ନାୟକ ଏଭଳି ସାଙ୍ଘାତିକ ଅଭିଯୋଗ ଆଣି କହିଛନ୍ତି, ପାରାଦ୍ବୀପ ପୋର୍ଟ ସଂଯୋଗ କରୁଥିବା କଟକ-ପାରାଦ୍ବୀପ ରୋଡ ଅବସ୍ଥା ଶୋଚନୀୟ । ରାସ୍ତା ବହୁତ ଅଣ ଓସାରିଆ ରହିଛି । ଗମନାଗମନରେ ଅସୁବିଧା ହେଉଥିବାରୁ ପୋର୍ଟକୁ ସେଭଳି ବେପାର ଆସୁନାହିଁ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ରାସ୍ତା ସମ୍ପ୍ରସାରଣ କରିବା କାମ ରାଜ୍ୟ ସରକାରଙ୍କର ମାତ୍ର ତାହାକୁ ସେ କରୁ ନାହାନ୍ତି । ଏପରିକି ରାସ୍ତା ଚଉଡ଼ା କରିବାକୁ ପୋର୍ଟ ଅନେକ ଥର ରାଜ୍ୟ ସରକାରଙ୍କୁ ନିବେଦନ ବି କରିଛି । ତା ପରେ ବି ରାଜ୍ୟ ସରକାର କୌଣସି ଆଗ୍ରହ ଦେଖାଉ ନାହାନ୍ତି । ସେପଟେ କେନ୍ଦ୍ର ମନ୍ତ୍ରୀଙ୍କ ଅଭିଯୋଗର ଜବାବ ଦେବାକୁ ଯାଇ ନାଲି ଆଖି ଦେଖାଇଛନ୍ତି ବିଜେଡିର ପାରାଦ୍ୱୀପ ବିଧାୟକ । ପ୍ରତିକ୍ରିୟା ରଖି କହିଛନ୍ତି ବିନା କାରଣରେ ଆମ ସହ ଲାଗନ୍ତୁ ନାହିଁ । ନଚେତ ଘଣ୍ଟାଏ ଭିତରେ ପାରାଦ୍ୱୀପ ପୋର୍ଟକୁ ଅଚଳ କରିଦେବୁ । ସେତେବେଳେ ଶ୍ରୀପଦ ନାୟକ ନଥିବେ କି କେହି ନଥିବେ ।
📱 Get Argus News App
✨ତେବେ ବିଜେଡି ବିଧାୟକ ଅହଂଙ୍କାର କେବଳ ଏତିକିରେ ସମୀତ ନାହିଁ । ରାଷ୍ଟ୍ରପତିଙ୍କୁ ବି ରାଜନୀତି ଭିତରକୁ ଟାଣିଛନ୍ତି ସମ୍ବିତ । ଯାହାର ଜବାବ ମଧ୍ୟ ଦେଇଛି ବିଜେପି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାହୁଁଛନ୍ତି ପୂର୍ବ ଭାରତ ବିକାଶର ପ୍ରୟୋଗଶାଳା ହେଉ ଓଡିଶା ତଥା ପାରାଦ୍ବୀପ । ମାତ୍ର ରାଜ୍ୟ ବିକାଶ ଓ ପ୍ରଗତିରେ କାହିଁକି ବାଧକ ସାଜୁଛନ୍ତି ରାଜ୍ୟ ସରକାର । ପୋର୍ଟକୁ ସଂଯୋଗ କରୁଥିବା ରାସ୍ତା ଚଉଡା ପାଇଁ ବାରମ୍ବାର ଅନୁରୋଧ ପରେ ବି କାହଁକି ଶୁଣୁ ନାହାନ୍ତି ? ପୂର୍ବ ଭାରତ ପ୍ରବେଶ ପଥରେ ବିକାଶର ଦୀପକୁ ଅଟକାଇବା ପଛରେ ରହିଛି କାହାର ସ୍ବାର୍ଥ ।