Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ

Odisha

ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ

ଅର୍ଗସ ବ୍ୟୁରୋ : ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଦ୍ବୈତ ନଗରୀରେ ବନ୍ୟା ମୁକାବିଲା ଉପରେ ଗୁରୁତ୍ବ ଦିଆଯାଇଥିଲା । ଭବନେଶ୍ବର ମହାନଗର ନିଗମ ଅଞ୍ଚଳରେ ବନ୍ୟା ପରିଚାଳନା ପାଇଁ ଖର୍ଚ୍ଚ ହେବ ୨୦୦ କୋଟି । ଓଡ୍ରାଫର ୨୦ଟି ୟୁନିଟକୁ ବୃଦ୍ଧି କରାଯାଇ ୩୦ଟି ୟୁନିଟ୍ କରାଯିବ । 

ଅଧିକ ପଢନ୍ତୁ : ଆଜିଠୁ ବିଧିବଦ୍ଧ କାମ ଆରମ୍ଭ କଲେ ପିପୁଲ୍ସ ସିଏମ୍

ଏହାକୁ ଏକ ଉତ୍ସର୍ଗୀକୃତ ସଂସ୍ଥା ରୂପେ ବିକଶିତ କରାଯିବ । କଟକ-ଭୁବନେଶ୍ବର ସହିତ ଅନ୍ୟ ସହରାଞ୍ଚଳ ବନ୍ୟା ପରିଚାଳନା ପାଇଁ ଆଇ.ଆଇ.ଟି ଦିଲ୍ଲୀର ବୈଷୟିକ ସହାୟତାରେ ଦୀର୍ଘସୂତ୍ରୀ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯିବ । ୩୯୪ କୋଟି ଟଙ୍କାରେ  ଅଗ୍ନିଶମ ବିଭାଗର ଦକ୍ଷତା ବୃଦ୍ଧି କରାଯାଉଛି । ଏହା ସହ ଆଉ ୨୦୦ କୋଟି ଟଙ୍କାର ବ୍ୟବସ୍ଥା ମଧ୍ୟ କରାଯିବ । ୫ ଟି Regional Fire Service Hub ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ପ୍ରସ୍ତାବ ଦିଆଯାଇଛି । ଦୁର୍ବଳ ନଦୀବନ୍ଧ ଓ ପୂର୍ବରୁ ଥିବା ଘାଇକୁ ତୁରନ୍ତ ମରାମତି ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
The State Natural Disaster Committee met under the chairmanship of the Chief Minister | Argus News