Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ‘କାନ୍ଥ ଲିଖନ’ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ରାଜ୍ୟ ସଭାପତି

Odisha

‘କାନ୍ଥ ଲିଖନ’ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ରାଜ୍ୟ ସଭାପତି

Jitendra Dash
Browse all articles by Jitendra Dash
·2 years ago·2 min read
‘କାନ୍ଥ ଲିଖନ’ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ରାଜ୍ୟ ସଭାପତି

ଅର୍ଗସ ବ୍ୟୁରୋ : ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗରିବ, ମହିଳା, ଚାଷୀ, ଯୁବକ, ଜନଜାତି, ଦଳିତ ତଥା ପଛୁଆବର୍ଗଙ୍କ ଆସ୍ଥା ଓ ବିଶ୍ୱାସର ପ୍ରତୀକ । ଗାଁ ଗାଁରେ ମୋଦି ଗ୍ୟାରେଂଟି ପହଂଚାଇବା ପାଇଁ ‘କାନ୍ଥ ଲିଖନ’ ଅଭିଯାନ ଆରମ୍ଭ ହୋଇଛି । ଆଗାମୀ ସାଧାରଣ ନିର୍ବାଚନରେ ଓଡ଼ିଶାବାସୀଙ୍କ ଅଧିକ ଆସ୍ଥାଭାଜନ ହେବ ଭାରତୀୟ ଜନତା ପାର୍ଟି ଏବଂ ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଠନ କରିବ । ସାଢ଼େ ଚାରିକୋଟି ଓଡିଆଙ୍କ ସମେତ ସାଧାରଣ ଲୋକଙ୍କ ଆଶା ଆକାଂକ୍ଷାକୁ ପୂରଣ କରିବାର ଚିହ୍ନ ହେଉଛି ପଦ୍ମ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।

ଆଜି ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ଏକାମ୍ର ନିର୍ବାଚନ ମଣ୍ଡଳୀର ୱାର୍ଡ ନଂ ୫୫ ଠାରେ ‘କାନ୍ଥ ଲିଖନ’ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ପଦ୍ମଚିହ୍ନ ଆଙ୍କିଛନ୍ତି ଶ୍ରୀ ସାମଲ । ୨୦୧୪ ଏବଂ ୨୦୧୯ରେ ବିଜେପି ପାର୍ଟିକୁ ଦେଶର ଲୋକମାନେ ପୂର୍ଣ୍ଣ ଆର୍ଶୀବାଦ ଦେଇଛନ୍ତି । ଗତ ୧୦ବର୍ଷ ମଧ୍ୟରେ ଦେଶରେ ବିକାଶର ନୂତନ ଦିଗ ଆରମ୍ଭ ହୋଇଥିଲା । ବିଶ୍ୱରେ ନିଜକୁ ପ୍ରତିଷ୍ଠିତ କରି ଭାରତ ଏକ ଲମ୍ଫ ନେଇଛି । ଏହି ଲମ୍ଫକୁ ଦ୍ରୁତ ଗତିରେ ଆଗକୁ ନେବାକୁ ପଡିବ । ଦେଶରେ ସ୍ଥିରତା ଏବଂ ସ୍ଥିର ସରକାରର ଆବଶ୍ୟକତା ରହିଛି । ତେଣୁ ବିଜେପି ‘କାନ୍ଥ ଲିଖନ’ ଅଭିଯାନ ମାଧ୍ୟମରେ ଦେଶବାସୀଙ୍କୁ ନିବେଦନ କରୁଛି ପୁଣି ଥରେ ମୋଦି ସରକାରଙ୍କୁ ଶାସନକୁ ଆଣିବା ପାଇଁ ବୋଲି ଶ୍ରୀ ସାମଲ କହିଛନ୍ତି ।

ଅଧିକ ପଢନ୍ତୁ ଓଡିଶା ସରକାର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହି ‘କାନ୍ଥ ଲିଖନ’ ଅଭିଯାନ ମାଧ୍ୟମରେ ୨୦୨୪ରେ ମୋଦିଙ୍କ ନେତୃତ୍ୱରେ ସରକାର ଗଠନ ପାଇଁ ଜନତାଙ୍କୁ ନିବେଦନ କରୁଛୁ । ଫଳରେ ଦେଶରେ ସ୍ଥିର ବିକାଶ ହୋଇପାରିବ । ସମର୍ଥନ, ବିକାଶ, ବିଶ୍ୱାସ ଏବଂ ଦେଶରେ ଅନ୍ତର୍ଭୁକ୍ତ କରି ସମସ୍ତଙ୍କ ଉଦ୍ୟମକୁ ଆଗକୁ ବଢ଼ାନ୍ତୁ । କାନ୍ଥରେ ଲେଖାଯାଇଥିବା ପ୍ରତ୍ୟେକ ବାକ୍ୟ ଦଳର ପ୍ରତିବଦ୍ଧତା ଏବଂ ସଂକଳ୍ପର ପ୍ରତୀକ ଅଟେ । ଦଳ ଦେଇଥିବା ପ୍ରତିଶ୍ରୁତି ତଥା କେନ୍ଦ୍ର ସରକାରଙ୍କ ସଫଳତା ବିଷୟରେ ଉଲ୍ଳେଖ କରାଯିବ । ମୋଦିଜୀଙ୍କ ସ୍ଲୋଗାନରୁ ଆରମ୍ଭ ହୋଇଥିବା ‘କାନ୍ଥ ଲିଖନ’ ଅଭିଯାନ ପ୍ରତ୍ୟେକ କାର୍ଯ୍ୟକର୍ତା ସଫଳ କରିବା ଉଚିତ ବୋଲି ଶ୍ରୀ ସାମଲ କହିଛନ୍ତି ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ବାବୁ ସିଂ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ରାଜାରାଣୀ ମଣ୍ଡଳର ସଭାପତି ଅମରଜ୍ୟୋତି ଜଗଦେବ, ଦିଲୀପ ବେହେରା, କୁନ୍ତଳା ସାହୁ, ସିଦ୍ଧାର୍ଥ ଦାସ, ସ୍ୱୟମ୍ଭୁ ମୋହନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।  

Sponsored
The state president launched the 'Kanth Likhan' programme | Argus News