Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଦୁର୍ନୀତି, ଭ୍ରଷ୍ଟାଚାର, ବ୍ୟଭିଚାରରେ ଆମ ରାଜ୍ୟ ସମସ୍ତ ସୀମା ପାର କରିଛି

Odisha

ଦୁର୍ନୀତି, ଭ୍ରଷ୍ଟାଚାର, ବ୍ୟଭିଚାରରେ ଆମ ରାଜ୍ୟ ସମସ୍ତ ସୀମା ପାର କରିଛି

Jitendra Dash
Browse all articles by Jitendra Dash
·2 years ago·2 min read
ଦୁର୍ନୀତି, ଭ୍ରଷ୍ଟାଚାର, ବ୍ୟଭିଚାରରେ ଆମ ରାଜ୍ୟ ସମସ୍ତ ସୀମା ପାର କରିଛି

ଅର୍ଗସ ବ୍ୟୁରୋ : ଓଡ଼ିଶାରେ ସରକାର କିଏ ଚଳାଉଛି ଓ କେମିତି ଚାଲୁଛି ? ଦୁର୍ନୀତି, ଭ୍ରଷ୍ଟାଚାର, ବ୍ୟଭିଚାରରେ ଓଡିଶା ରାଜ୍ୟ ସମସ୍ତ ସୀମା ଅତିକ୍ରମ କରିସାରିଛି । ଏପରିକି ଗଣତନ୍ତ୍ର ଓ ପଂଚାୟତରାଜ ବ୍ୟବସ୍ଥା ସଂପୂର୍ଣ୍ଣ ଭୁଷୁଡି ପଡିଛି । ଗତ ୯ ବର୍ଷରେ ରାଜ୍ୟକୁ କେନ୍ଦ୍ରରୁ ମୋଦି ସରକାର ୧୮.୮୩ ଲକ୍ଷ କୋଟି ଟଙ୍କା ଦେଇଥିବାବେଳେ ଓଡିଶାରେ ବର୍ଷକୁ ୧ ଲକ୍ଷ କୋଟି ଟଙ୍କା ଲୁଟ୍ ହେଉଛି । “ଅଣଓଡିଆ ଅଫିସର, ଠିକାଦାର,ବ୍ୟବସାୟୀ” ମଧୁଚନ୍ଦ୍ରିକାରେ ରାଜ୍ୟର ବିକାଶକୁ ଲୁଂଠନ କରାଯାଉଛି । ୫୦ ପ୍ରତିଶତ ପିସି କମିଶନ ଟଙ୍କାରେ ବିଜେଡି ନେତା, ମନ୍ତ୍ରୀ ଓ ବିଧାୟକମାନେ ମାଲେମାଲ ହେଉଛନ୍ତି, କିନ୍ତୁ ସାଧାରଣ ଲୋକଟି ନିଜ ହକ୍ ପାଇବାରୁ ବଂଚିତ ରହୁଛନ୍ତି । ଚିଟଫଣ୍ଡ ମହାଦୁର୍ନୀତିର ଶିକାର ହୋଇ ଆଜି ଲକ୍ଷ ଲକ୍ଷ ପରିବାର ସର୍ବସ୍ୱାନ୍ତ ହୋଇଛନ୍ତି । ଓଡିଶାବାସିଙ୍କ ସହ ବିଶ୍ୱାସଘାତ କରି ୪୦ଲକ୍ଷ ଗରିବ ଲୋକଙ୍କ ଝାଳବୁହା ଟଙ୍କାକୁ ଚିଟ୍‌ଫଣ୍ଡ ଜରିଆରେ ଲୁଟ୍ କରାଗଲା । ରାଜ୍ୟ ସରକାରଙ୍କ ଆବେଦନଠାରୁ ଅଧିକ ସଂଖ୍ୟାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେନ୍ଦ୍ର ସରକାର ପକ୍କା ଘର ଯୋଗାଇ ଦେବା ସତ୍ୱେ ଆଜି ବି ଲକ୍ଷ ଲକ୍ଷ ପରିବାର ମୁଣ୍ଡ ଉପରେ ଛାତ ନାହିଁ । ଖଣି ଅଂଚଳ ପାଇଁ ସ୍ୱତନ୍ତ୍ର ଭାବେ ଥିବା ପ୍ରଧାନମନ୍ତ୍ରୀ କ୍ଷେତ୍ରୀୟ ଖଣିଜ କଲ୍ୟାଣ ପାଂଠି ବା ଡିଏମଏଫ ପାଂଠି ଦୁର୍ନୀତିର ଗନ୍ତାଘର ସାଜିଛି । ଦୁର୍ନୀତି, ବ୍ୟଭିଚାର ଓ ଅଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ସାଧାରଣ ଓଡିଆ ଲୋକମାନେ ଆଜି ଅଣନିଶ୍ୱାସୀ । ପଂଚାୟତ, ବ୍ଲକରୁ ସଚିବାଳୟ ପର୍ଯ୍ୟନ୍ତ ସବୁଠି ଦୁର୍ନୀତି ଓ ଭ୍ରଷ୍ଟାଚାର ବ୍ୟାପିଛି । ଏହାର ଅନ୍ତ ଘଟିବା ନିହାତି ଆବଶ୍ୟକ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ଆଜି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ନିର୍ବାଚନ ମଣ୍ଡଳୀର ହାଟଡିହି ବ୍ଲକ ଘେରାଓ ଅବସରରେ ଶ୍ରୀ ସାମଲ କହିଛନ୍ତି ଯେ, ରାଜ୍ୟରେ ମୁଖ୍ୟମନ୍ତ୍ରୀ ଜଣେ ଅଣ ଓଡିଆଙ୍କ ହାତରେ ସବୁ କ୍ଷମତା ଦେଇଛନ୍ତି । ରାଜ୍ୟର ମନ୍ତ୍ରୀ, ବିଧାୟକ, ସାଂସଦ, ଯେଉଁମାନଙ୍କୁ ଲୋକେ ଭୋଟ ଦେଇ ନିର୍ବାଚିତ କରିଥିଲେ ସେମାନଙ୍କର କୌଣସି ଭୂମିକା ନାହିଁ । କ୍ୟାବିନେଟ ବୈଠକରେ ସଚିବମାନେ ଯାହା ନିଷ୍ପତି ନେବେ ତାହା ହିଁ ହେଉଛି । ବ୍ଲକରେ ବିଡିଓ ହେଉଛି ମାଲିକ । ବ୍ଲକ ଚେୟାରମ୍ୟାନର ଅଧିକାରକୁ ଆଜି ଏହି ସରକାର ହତ୍ୟା କରିଛି । ସେହିଭଳି ଜିଲ୍ଲା ସ୍ତରରେ ଜିଲ୍ଲା ପରିଷଦମାନଙ୍କର କିଛି କ୍ଷମତା ନାହିଁ । ଜିଲ୍ଲାପାଳମାନେ ଯାହା ଚାହୁଁଛନ୍ତି ତାହା କରୁଛନ୍ତି । ଗ୍ରାମପଂଚାୟତ ସ୍ତରର ସ୍ଥିତି ଆହୁରି ସଙ୍ଗୀନ । ଓଡିଶାରେ ବାବୁରାଜ ଅସହ୍ୟ ହେଲାଣି ବୋଲି ସରପଂଚ ଓ ସମିତି ସଭ୍ୟମାନେ ରାଜରାସ୍ତାରେ ଧାରଣା ଦେଉଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କେନ୍ଦ୍ର ସରକାର ଓଡିଶାରେ ମେଡିକାଲ କଲେଜ ନିର୍ମାଣ ପାଇଁ ଚାହିଁ ବସିଥିବାବେଳେ ରାଜ୍ୟ ସରକାର ଲେଖିକି ଦେବାରେ କାହିଁକି କଞ୍ଜୁସି କରୁଛନ୍ତି । କେନ୍ଦ୍ର ସରକାର ରାଜ୍ୟକୁ ପର୍ଯାପ୍ତ ପରିମାଣର ଟଙ୍କା ଦେଉଥିବାବେଳେ ଓଡ଼ିଶାରେ ଶିକ୍ଷକ ପଦବୀ, ଡାକ୍ତର ପଦବୀ କାହିଁକି ଖାଲି ପଡିଛି? ରାଜ୍ୟ ସରକାର ଆୟୁଷ ଓ ଆୟୁର୍ବେଦିକ ଡାକ୍ତରଙ୍କୁ କାହିଁକି ନିଯୁକ୍ତି ଦେଉନାହାନ୍ତି? କୃଷକଙ୍କ ଆୟ କାହିଁକି ବୃଦ୍ଧି ପାଉନାହିଁ ? ରାଜ୍ୟ ସରକାର ଓଡ଼ିଶାରେ ଦୁର୍ନିତୀ ଉପରେ ଦୁର୍ନୀତି କରି ଚାଲିଛନ୍ତି ବୋଲି ଶ୍ରୀ ସାମଲ କହିଛନ୍ତି । ଏହି ଘେରାଓ କାର୍ଯ୍ୟକ୍ରମରେ କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ମହେଶ୍ୱର ସାହୁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଆଲୋକ ସେଠୀ, ଭଗବାନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Sponsored
The State President participated in the "Block Gherao" program against corruption, corruption, adultery and undemocratic governance. | Argus News