Videos
|
Odisha

ମଲା କୁକୁଡ଼ା ଗଦା ରଖି ପ୍ରତିବାଦ କଲେ ଫାର୍ମ ମାଲିକ

Jitendra Dash
Browse all articles by Jitendra Dash
·2 years ago·1 min read
ମଲା କୁକୁଡ଼ା ଗଦା ରଖି ପ୍ରତିବାଦ କଲେ ଫାର୍ମ ମାଲିକ

ଅର୍ଗସ ବ୍ୟୁରୋ : ରାଜ୍ୟରେ ଚାଲିଛି ଭେଟନାରୀ ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ । ଚିକିତ୍ସା ଅଭାବରୁ ମୃତ୍ୟୁ ମୁଖରେ ପଡୁଛନ୍ତି ଗୃହପାଳିତ ପଶୁପକ୍ଷୀ । ଗତ ଶୁକ୍ରବାର ଏକ ଅଟୋରେ ମଲା କୁକୁଡ଼ା ଆଣି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଫିଙ୍ଗିଲେ ଚାଷୀ । ଦିନ ପରେ ଦିନ କ୍ଷତି ସହି ଅତିଷ୍ଠ ହୋଇ ପଡିଲେଣି ଫାର୍ମ ମାଲିକ । ଏଭଳି ଘଟଣା ଦେଖିବାକୁ ମିଳିଛି ରାସଗୋବିନ୍ଦପୁର ବ୍ଲକ ପୂର୍ଣ୍ଣଚନ୍ଦ୍ରପୁରର ଚାଷୀ ଉମେଶ ଜେନା ଫାର୍ମରେ । ୧୦ହଜାର ବ୍ରଏଲର କୁକୁଡାର ଫାର୍ମ କରିଛନ୍ତି । 

ହେଲେ ଚିକିତ୍ସା ଓ ଔଷଧ ନପାଇ ଗତ ୪ ଦିନ ହେଲାଣି ଦୈନିକ ୧୫୦ ରୁ ୨୦୦ କୁକୁଡା ମରିବାରେ ଲାଗିଛନ୍ତି । କ୍ଷତି ସହି ନପାରି ଆଜି ପ୍ରାୟ ୨୦୦ ମୃତ କୁକୁଡା ଆଣି ଜିଲ୍ଲାପାଳଙ୍କ ଅଫିସ ପିଣ୍ଡାରେ ଫିଙ୍ଗି ଗଦା କରିଦେଇଛନ୍ତି । ଚିକିତ୍ସା ସହିତ କ୍ଷତିପୂରଣ ବ୍ୟବସ୍ଥା ନହେବା ଯାଏଁ ସେମିତି ରହିବ ବୋଲି କହିଛନ୍ତି ଉକ୍ତ ଫାର୍ମର କର୍ମଚାରୀ । କେବଳ ଫାର୍ମ ମାଲିକ ନୁହେଁ, ଛେଳି, କୁକୁଡା ଓ ଗାଈ ଫାର୍ମ କରିଥିବା ଜିଲ୍ଲାର ଅନେକ ସ୍ୱୟଂସହାୟକ ଗୋଷ୍ଠିର ମହିଳା ମାନେ ମଧ୍ୟ ସମାନ ଦାବିରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହିଞ୍ଚି ଥିଲେ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଫାର୍ମର ସବସିଡି ସହିତ ଚିକିତ୍ସାସେବା ନପାଇ ସେମାନେ ମଧ୍ୟ ଏଭଳି କ୍ଷତି ସହୁଥିବା ନେଇ ଅଭିଯୋଗ କରିଛନ୍ତି । ତେବେ କାର୍ଯ୍ୟାଳୟରେ ଜିଲ୍ଲାପାଳ ଅନୁପସ୍ଥିତ ରହିଥିବା କାରଣରୁ ଅତିରିକ୍ତ ଜିଲ୍ଲାପାଳ ଏଭଳି ଅଭାବନୀୟ ପରିସ୍ଥିତି ଦେଖି ଅପ୍ରସ୍ତୁତ ହୋଇ ପଡିଥିଲେ । ତୁରନ୍ତ ବାହାରକୁ ଆସି ସବୁ ଘଟଣା ବୁଝାସୁଝା କରିବା ସହିତ ବିଭାଗୀୟ ଅଧିକାରୀଙ୍କୁ ଖବର ଦେଇଥିଲେ । ଏବଂ ଏନେଇ ଧାରଣାରତ ପ୍ରାଣୀ ଚିକିତ୍ସକଙ୍କ ସହିତ ଆଲୋଚନା କରି ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: