Argus News - ଫଟୋ ଉଠାଇବା ହେଲା କାଳ, ନଦୀରେ ବୁଡି ଛାତ୍ର ନିଖୋଜ
ଫଟୋ ଉଠାଇବା ହେଲା କାଳ, ନଦୀରେ ବୁଡି ଛାତ୍ର ନିଖୋଜ
By: Swayangprajna Mishra
Odisha| Thu, Nov 23 | 11:08 pm
କେଉଁଝର : ବିପଦପୂର୍ଣ୍ଣ ସ୍ଥାନରେ ଫଟୋ ଉଠାଇବା କାଳ ହେଲା . ଗୋଡ଼ ଖସି ଯିବାରୁ କାରୋ ନଦୀରେ ବୁଡ଼ି ବଙ୍ଗୀୟ ଛାତ୍ର ନିଖୋଜ । ନିଖୋଜ ଛାତ୍ର ଜଣକ ହେଉଛନ୍ତି ପଶ୍ଚିମବଙ୍ଗ ହୁଗୁଲି, ଆରାମବାଗ ଅଞ୍ଚଳର ତାରାଶଙ୍କର ସରକାର । ପ୍ରାପ୍ତ ସୂଚନା ଅନୁଯାୟୀ, କୋଲକାତା ଆଶୁତୋଷ କଲେଜର ପରିବେଶ ଵିଜ୍ଞାନରେ ସ୍ମାକତ୍ତୋର କରୁଥିବା ୩୮ ଜଣ ବିଦ୍ୟାର୍ଥୀ ସମେତ ଅନ୍ୟ ୫ ଜଣ ପର୍ଯ୍ୟଟକ ବଡ଼ବିଲ ଓ ଆଖପାଖ ଅଞ୍ଚଳ ବୁଲିବାକୁ ଆସି ହୋଟେଲ ଆଧାର ରିଜେନ୍ସିରେ ରହୁଥିଲେ । ଗୁରୁବାର, ବଲାଣି ନିକଟବର୍ତ୍ତି ଘଞ୍ଚ ଜଙ୍ଗଲ ଭିତରେ ରହିଥିବା ପ୍ରାକୃତିକ ସୋନ୍ଦର୍ଯ୍ୟ ପୂର୍ଣ୍ଣ ପୁଣ୍ଡୁଲ୍ ଅଞ୍ଚଳକୁ ଭ୍ରମଣ ପାଇଁ ଯାଇଥିଲା ବେଳେ, ଏହି ଅଘଟଣ ଘଟିଥିଲା । କାରୋ ନଦୀ କୂଳରେ ଫୋଟୋ ଉଠାଉଥିବା ସମୟରେ ତାରାଶଙ୍କର ଓ ଅନ୍ୟ ଜଣେ ଛାତ୍ର ବିପଦପୂର୍ଣ୍ଣ ଅଞ୍ଚଳକୁ ଚାଲିଯାଇ ସେଠାରେ ଫୋଟୋ ଉଠାଉଥିଲେ ।
ଅଧିକ ପଢନ୍ତୁ ଓଡିଶା ଖବର
ତେବେ ଅସାବଧାନତା କାରଣରୁ ତାରାଶଙ୍କରଙ୍କ ଗୋଡ଼ ଖସି ଯିବାରୁ ସେ ନଦୀର ଗଭୀର ପାଣିରେ ପଡ଼ିଯାଇଥିଲେ । ଏହି ସମୟରେ ତାଙ୍କର ଜଣେ ବନ୍ଧୁ ତାଙ୍କୁ ଉଦ୍ଧାର କରିବାକୁ ଯାଇ ସେ ମଧ୍ୟ ପାଣି ଭିତରେ ବୁଡ଼ି ଯାଉଥିଲେ, ତେବେ ତାଙ୍କର ସହପାଠୀମାନେ ତାଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ । ତେବେ ତାରା ଶଙ୍କରଙ୍କ ପାଣିରେ ବୁଡ଼ି ନିଖୋଜ ହୋଇଯାଇଥିଲେ । ଏନେଇ ବାଲାଣି ପୋଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦିଆଯିବା ପରେ ଅଗ୍ନିଶମ ବାହିନୀ ଓ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ତେବେ ଅନ୍ଧାର ହୋଇଯାଇଥିବାରୁ ଗୁରୁବାର ଉଦ୍ଧାର କାର୍ଯ୍ୟକୁ ବନ୍ଦ କରିବାକୁ ପଡିଥିବା ବେଳେ ଆଜି ପୁନଃ ଉଦ୍ଧାର କାର୍ଯ୍ୟ ଆରମ୍ଭ ହେବ ବୋଲି ଜଣା ପଡ଼ିଛି । ସୂଚନାଯୋଗ୍ୟ ଯେ ଏହି ସ୍ଥାନରେ ବାରମ୍ବାର ଦୁର୍ଘଟଣା ଘଟି ଅନେକ ଜନ ଜୀବନ ହାନି ହେଉଥିଲେ ସୁଦ୍ଧା ପ୍ରଶାସନ ପକ୍ଷରୁ ଏଠାରେ କୌଣସି ପ୍ରତିବନ୍ଧକ ଲଗାଯାଇନାହିଁ ।
Sponsored By!
No ad found
Related Articles :