|
logo
Live

Argus News - ଫଟୋ ଉଠାଇବା ହେଲା କାଳ, ନଦୀରେ ବୁଡି ଛାତ୍ର ନିଖୋଜ

Odisha

ଫଟୋ ଉଠାଇବା ହେଲା କାଳ, ନଦୀରେ ବୁଡି ଛାତ୍ର ନିଖୋଜ

Swayangprajna Mishra
Browse all articles by Swayangprajna Mishra
·2 years ago·2 min read
ଫଟୋ ଉଠାଇବା ହେଲା କାଳ, ନଦୀରେ ବୁଡି ଛାତ୍ର ନିଖୋଜ

କେଉଁଝର : ବିପଦପୂର୍ଣ୍ଣ ସ୍ଥାନରେ ଫଟୋ ଉଠାଇବା କାଳ ହେଲା . ଗୋଡ଼ ଖସି ଯିବାରୁ କାରୋ ନଦୀରେ ବୁଡ଼ି ବଙ୍ଗୀୟ ଛାତ୍ର ନିଖୋଜ । ନିଖୋଜ ଛାତ୍ର ଜଣକ ହେଉଛନ୍ତି ପଶ୍ଚିମବଙ୍ଗ ହୁଗୁଲି, ଆରାମବାଗ ଅଞ୍ଚଳର ତାରାଶଙ୍କର ସରକାର । ପ୍ରାପ୍ତ ସୂଚନା ଅନୁଯାୟୀ,  କୋଲକାତା ଆଶୁତୋଷ କଲେଜର ପରିବେଶ ଵିଜ୍ଞାନରେ ସ୍ମାକତ୍ତୋର କରୁଥିବା ୩୮ ଜଣ ବିଦ୍ୟାର୍ଥୀ ସମେତ ଅନ୍ୟ ୫ ଜଣ ପର୍ଯ୍ୟଟକ ବଡ଼ବିଲ ଓ  ଆଖପାଖ ଅଞ୍ଚଳ ବୁଲିବାକୁ ଆସି ହୋଟେଲ ଆଧାର ରିଜେନ୍ସିରେ ରହୁଥିଲେ । ଗୁରୁବାର,  ବଲାଣି ନିକଟବର୍ତ୍ତି ଘଞ୍ଚ ଜଙ୍ଗଲ ଭିତରେ ରହିଥିବା ପ୍ରାକୃତିକ ସୋନ୍ଦର୍ଯ୍ୟ ପୂର୍ଣ୍ଣ ପୁଣ୍ଡୁଲ୍ ଅଞ୍ଚଳକୁ ଭ୍ରମଣ ପାଇଁ ଯାଇଥିଲା ବେଳେ, ଏହି ଅଘଟଣ ଘଟିଥିଲା ।  କାରୋ ନଦୀ କୂଳରେ ଫୋଟୋ ଉଠାଉଥିବା ସମୟରେ ତାରାଶଙ୍କର ଓ ଅନ୍ୟ ଜଣେ ଛାତ୍ର ବିପଦପୂର୍ଣ୍ଣ ଅଞ୍ଚଳକୁ ଚାଲିଯାଇ ସେଠାରେ ଫୋଟୋ ଉଠାଉଥିଲେ । 

ଅଧିକ ପଢନ୍ତୁ ଓଡିଶା ଖବର 

ତେବେ ଅସାବଧାନତା କାରଣରୁ ତାରାଶଙ୍କରଙ୍କ ଗୋଡ଼ ଖସି ଯିବାରୁ ସେ ନଦୀର ଗଭୀର ପାଣିରେ ପଡ଼ିଯାଇଥିଲେ । ଏହି ସମୟରେ ତାଙ୍କର ଜଣେ ବନ୍ଧୁ ତାଙ୍କୁ ଉଦ୍ଧାର କରିବାକୁ ଯାଇ ସେ ମଧ୍ୟ ପାଣି ଭିତରେ ବୁଡ଼ି ଯାଉଥିଲେ, ତେବେ ତାଙ୍କର ସହପାଠୀମାନେ ତାଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ । ତେବେ ତାରା ଶଙ୍କରଙ୍କ ପାଣିରେ ବୁଡ଼ି ନିଖୋଜ ହୋଇଯାଇଥିଲେ । ଏନେଇ ବାଲାଣି  ପୋଲିସ ଓ  ଅଗ୍ନିଶମ ବିଭାଗକୁ ଖବର ଦିଆଯିବା ପରେ ଅଗ୍ନିଶମ ବାହିନୀ ଓ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ତେବେ ଅନ୍ଧାର ହୋଇଯାଇଥିବାରୁ ଗୁରୁବାର ଉଦ୍ଧାର କାର୍ଯ୍ୟକୁ ବନ୍ଦ କରିବାକୁ ପଡିଥିବା ବେଳେ ଆଜି ପୁନଃ ଉଦ୍ଧାର କାର୍ଯ୍ୟ ଆରମ୍ଭ ହେବ ବୋଲି ଜଣା ପଡ଼ିଛି । ସୂଚନାଯୋଗ୍ୟ ଯେ ଏହି ସ୍ଥାନରେ ବାରମ୍ବାର ଦୁର୍ଘଟଣା ଘଟି ଅନେକ ଜନ ଜୀବନ ହାନି ହେଉଥିଲେ ସୁଦ୍ଧା ପ୍ରଶାସନ ପକ୍ଷରୁ ଏଠାରେ କୌଣସି ପ୍ରତିବନ୍ଧକ ଲଗାଯାଇନାହିଁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଫଟୋ ଉଠାଇବା ହେଲା କାଳ, ନଦୀରେ ବୁଡି ଛାତ୍ର ନିଖୋଜ | Argus News