Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଶିକ୍ଷକଙ୍କ ମାଡ଼ରେ ଛାତ୍ର ଆହାତ, ଶରୀରର ବିଭିନ୍ନ ସ୍ଥାନରେ ମାଡର ଦାଗ ମଧ୍ୟ ରହିଛି

Jitendra Dash
Browse all articles by Jitendra Dash
·2 years ago·1 min read
ଶିକ୍ଷକଙ୍କ ମାଡ଼ରେ ଛାତ୍ର ଆହାତ, ଶରୀରର ବିଭିନ୍ନ ସ୍ଥାନରେ ମାଡର ଦାଗ ମଧ୍ୟ ରହିଛି

ଅର୍ଗସ ବ୍ୟୁରୋ : ଶିକ୍ଷକଙ୍କ ମାଡ଼ରେ ଛାତ୍ର ଆହାତ । ଏଭଳି ଘଟଣା ଦେଖିବାକୁ ମିଳିଛି ନୂଆପଡା ଜିଲ୍ଲା ଖଡ଼ିଆଳ ଥାନା ଅନ୍ତର୍ଗତ ଡୁଆଝର ମଧ୍ୟ ଇଂରାଜୀ ବିଦ୍ୟାଳୟରେ । ସରକାର ବିଦ୍ୟାଳୟକୁ ଦଣ୍ଡମୁକ୍ତ ଘୋଷଣା କରି ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷାର ମୁଖ୍ୟ ଶ୍ରୋତରେ ସାମିଲ କରିବାକୁ ଉଦ୍ୟମ କରୁଥିବା ବେଳେ ଦଣ୍ଡ ମୁକ୍ତ ବିଦ୍ୟାଳୟରେ ଶିକ୍ଷକ ଛାତ୍ରଙ୍କୁ ମାଡ ମାରିଥିବାରୁ ଅସନ୍ତୋଷ ଦେଖାଦେଇଛି । ଛାତ୍ର ମୋହିତ ସରାଫ ପିତା ରାଜପତି ସରାଫଙ୍କ ଖଡ଼ିଆଳ ଥାନାରେ ଅଭିଯୋଗ କରିଛନ୍ତି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ସୋମବାର ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ପରେ ଛାତ୍ର ମୋହିତ ସରାଫ ଅନ୍ୟ ଛାତ୍ର ମାନଙ୍କ ସହ କ୍ରିକେଟ ଖେଳୁଥିବା ସମୟରେ ଅସାବଧାନତା ଯୋଗୁଁ ବଲ ଅନ୍ୟ ଆଡେ ଚାଲି ଯାଇଥିଲା । ଏଥିରେ ବିଦ୍ୟାଳୟର ଶିକ୍ଷକ ରାହୁଲ ତାଣ୍ଡି ରାଗିଯାଇ ମୋହିତ ସରାଫଙ୍କୁ ବାଡ଼ିରେ ବାଡ଼େଇଥିବାପ୍ରକାଶ କରିଛନ୍ତି । ଛାତ୍ର ମୋହିତ ସରାଫଙ୍କ ଶରୀରର ବିଭିନ୍ନ ସ୍ଥାନରେ ମାଡର ଦାଗ ମଧ୍ୟ ରହିଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଛାତ୍ର ଜଣକ ଘରକୁ ଗଲା ପରେ ଗୁରୁତର ହେବାରୁ ପ୍ରାଥମିକ ଚିକିତ୍ସା ପରେ ସୁସ୍ଥ ହୋଇଥିଲେ । ବର୍ତ୍ତମାନ ଛାତ୍ର ଚାଲି ପାରୁନଥିବା ଦେଖା ଯାଉଛି ।  ଶିକ୍ଷକ ଜଣକ ଛାତ୍ର ମାନଙ୍କୁ ମାଡ ମାରିବା ନିତିଦିନିଆ ଘଟଣା ହୋଇଥିବା ବେଳେ ସୋମବାର ଦିନର ମାଡ ଗୁରୁତର ହେବାରୁ ଖଡ଼ିଆଳ ଥାନାର ଦ୍ୱାରସ୍ଥ ହୋଇଥିବା ଛାତ୍ରଙ୍କ ପରିବାର ରାଜପତି ସରାଫ ପ୍ରକାଶ କରିଛନ୍ତି ।
 

Sponsored
The student is beaten by the teacher | Argus News