ତୃତୀୟ ଶ୍ରେଣୀ ଛାତ୍ରଙ୍କୁ ଦିଦି ମାଡ଼ ମାରିଥିବା ଅଭିଯୋଗ
·2 years ago

ଅର୍ଗସ ବ୍ୟୁରୋ : ଶିକ୍ଷୟିତ୍ରୀଙ୍କ ମାଡ଼ରେ ଛାତ୍ର ଗୁରୁତର । ତୃତୀୟ ଶ୍ରେଣୀ ଛାତ୍ରଙ୍କୁ ଦିଦି ମାଡ଼ ମାରିଥିବା ଅଭିଯୋଗ । ଆସିକା ଥାନା ମୁକୁନ୍ଦପୁର ଗ୍ରାମର ତୃତୀୟ ଶ୍ରେଣୀର ଛାତ୍ର ଆୟୁଷ ଜେନା ସ୍କୁଲ ଶିକ୍ଷୟତ୍ରୀଙ୍କ ମାଡ଼ରେ ଲହୁଲୁହାଣ ହୋଇଥିବା ଅଭିଯୋଗ ହୋଇଛି । ସାମାନ୍ୟ ଭୁଲକୁ ନେଇ ଦିଦି ଯସସ୍ମୀନି ପଟନାୟକ ମୁଣ୍ଡକୁ ବାଡେଇ ଥିବା ସୂଚନା ରହିଛି ।
ଛାତ୍ରଙ୍କ ମୁଣ୍ଡରେ ଗଭୀର ଆଘାତ ହୋଇଥିବା ସହ ଦେହରେ ବି ଆଘାତ ଲାଗିଛି । ଏପଟେ ଏହି ଘଟଣାକୁ ନେଇ ଛାତ୍ରଛାତ୍ରୀ ସ୍କୁଲ ସମ୍ମୁଖରେ ଧାରଣା ଦେଇଛନ୍ତି । ଗାଁ ଲୋକେ ମଧ୍ୟ ସ୍କୁଲ ସମ୍ମୁଖରେ ରୁଣ୍ଡ ହୋଇଥିବା ବେଳେ ଘଟଣାକୁ ନେଇ ଚାପା ଉତ୍ତେଜନା ଲାଗିରହିଛି । ଆୟୁଷଙ୍କ ଘର ଲୋକଙ୍କ ପକ୍ଷରୁ ଆସିକା ଥାନାରେ ଦିଦିଙ୍କ ନାମରେ ମାମଲା ରୁଜୁ କରାଯାଇଛି ।
ଓଡିଶା ଖବର ଆହୁରି ପଢନ୍ତୁ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: