Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଉପଜିଲ୍ଲାପାଳଙ୍କୁ କବିତା ମାଧ୍ୟମରେ ଅଭିଯୋଗ କଲେ ଛାତ୍ରଛାତ୍ରୀ

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ଉପଜିଲ୍ଲାପାଳଙ୍କୁ କବିତା ମାଧ୍ୟମରେ ଅଭିଯୋଗ କଲେ ଛାତ୍ରଛାତ୍ରୀ

କେଉଁଝର : ଉପଜିଲ୍ଲାପାଳଙ୍କ ସାମ୍ନାରେ କବିତା ଶୁଣାଇ  ସମସ୍ୟା ସମ୍ପର୍କରେ ଅବଗତ କରାଇବା ସହ ସମାଧାନ ପାଇଁ ଗୁହାରି କଲେ ସ୍କୁଲ ଛାତ୍ର ଛାତ୍ରୀ ।  ଆନନ୍ଦପୁର ଉପଖଣ୍ଡ  ସଢଙ୍ଗ ପଞ୍ଚାୟତ ନସିରପୁର ଗାଁ ର ଥିବା ବିଦ୍ଯାଳୟ କୁ ଥିବା ରାସ୍ତା କୁ ଗାଁ କିଛି ମୁଷ୍ଟିମେୟ ଲୋକେ ଜବରଦଖଲ କରିଛନ୍ତି । ଯାହା ଫଳରେ ଗାଁ ଲୋକଙ୍କ ଯାତାୟତ ସହ ବର୍ଷାହେଲେ ବିଶେଷ ଭାବେ  ଛାତ୍ର ଛାତ୍ରିଙ୍କ ପାଇଁ ସ୍କୁଲ ଯିବା କାଠିକର ପାଠ ।  ସମସ୍ଯା ସମ୍ପର୍କରେ ପୂର୍ବରୁ ଗ୍ରାମବାସୀ ଙ୍କ ତରଫରୁ ହାଟଡିହି ତହସିଲଦାରଙ୍କ ନିକଟରେ ବାରମ୍ବାର ଅଭିଯୋଗ ହୋଇଥିଲେ ମଧ୍ଯ କୈଣସି ସୁଫଳ ମିଳୁନାହିଁ  ।

ଅଧିକ ପଢନ୍ତୁ ଓଡିଶା ଖବର

ତେଣୁ ସମସ୍ଯା ସମ୍ପର୍କରେ ଉପଜିଲ୍ଲାପାଳ ଙ୍କୁ ଅବଗତ କରିବାକୁ ଅଣ୍ଚା ଭିଡିଥିଲେ କୁନିକୁନି ସ୍କୁଲ ଛାତ୍ର ଛାତ୍ରୀ । ଆଜି ନିଜନିଜ ଅବିଭାବକ ଙ୍କୁ ସାଙ୍ଗରେ ଧରି ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରେ ପହଁଞ୍ଚି ସମସ୍ଯା ସମ୍ପର୍କରେ ପିଲାମାନେ ଲେଖିଥିବା ଏକ କବିତା ଉପଜିଲ୍ଲାପାଳ ଙ୍କୁ ଶୁଣାଇଛନ୍ତି । ଏହାପରେ ଖୁବ୍ ସିଘ୍ର ଘଟଣା ସମ୍ପର୍କରେ ତଦନ୍ତ କରି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାର ପିଲାମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ଉପଜିଲ୍ଲାପାଳ l  
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The students complained to the sub collector through poetry | Argus News