Argus News - Home page: Odisha Latest News, Breaking News, Trending News, Live TV and more

English | ଓଡ଼ିଆ
Loading...
logoLive
Loading...

Argus News - ଜଳିଗଲା ଚା' ଦୋକାନ ; ପାଉଁଶ ହୋଇଗଲା ଲକ୍ଷାଧିକ ଟଙ୍କାର ଖାଦ୍ୟ ସାମଗ୍ରୀ

ଜଳିଗଲା ଚା' ଦୋକାନ ; ପାଉଁଶ ହୋଇଗଲା ଲକ୍ଷାଧିକ ଟଙ୍କାର ଖାଦ୍ୟ ସାମଗ୍ରୀ

By: Swayangprajna Mishra

Odisha| Sat, Nov 18 | 12:31 am

ଜଳିଗଲା ଚା' ଦୋକାନ ; ପାଉଁଶ ହୋଇଗଲା ଲକ୍ଷାଧିକ ଟଙ୍କାର ଖାଦ୍ୟ ସାମଗ୍ରୀ

କନ୍ଧମାଳ : ଜଳିଗଲା ଚା ଦୋକାନ। ଲକ୍ଷାଧିକ ଟଙ୍କାର ବିପୁଳ ପରିମାଣର ଖାଦ୍ୟ ସାମଗ୍ରୀ ଜଳି ପୋଡ଼ି ପାଉଁଶ ହୋଇଗଲା। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି 59 ନମ୍ବର ଜାତୀୟ ରାଜପଥର ପାର୍ଶ୍ବ ରେ ବାଲିଗୁଡ଼ା NAC ର ଚେକ୍ ଗେଟ ନିକଟ ରେ । ସୂଚନା ଅନୁଯାୟୀ ଗତକାଲି ରାତି 9 ଟା ପରେ ଚା ଦୋକାନୀ ସୁବାଷ ପାତ୍ର ଦୋକାନ ବନ୍ଦ କରି ଘରକୁ ଯାଇଥିଲେ।

ଅଧିକ ପଢନ୍ତୁ ଓଡିଶା ଖବର 

ପାଖାପାଖି ରାତି 11 ଟା ସମୟ ରେ ଦୋକାନ ଭିତରୁ ଧୂଆଁ ବାହାରୁଥିବା ଦେଖି ପଡ଼ୋଶୀ ଦୋକାନୀ ମାନେ ଏକତ୍ରିତ ହୋଇ ନିଆଁ ଲିଭାଇବା ପାଇଁ ପ୍ରୟାସ କରି ଥିଲେ ଓ ବାଲିଗୁଡ଼ା ଅଗ୍ନିଶମ ବିଭାଗ କୁ ଖବର ଦେଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ କୁ ଲିଭାଇ ଥିଲେ କିନ୍ତୁ ନିଆଁ ଲିଭାଇବା ବେଳ କୁ ଦୋକାନ ଭିତରେ ଥିବା ନୂଆ ଫ୍ରିଜ୍ ଓ ବିପୁଳ ପରିମାଣର ଖାଦ୍ୟ ସାମଗ୍ରୀ ଜଳି ପୋଡ଼ି ପାଉଁଶ ହୋଇ ଯାଇଥିଲା।
 

Sponsored By!

Related Articles :