Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଜଳିଗଲା ଚା' ଦୋକାନ ; ପାଉଁଶ ହୋଇଗଲା ଲକ୍ଷାଧିକ ଟଙ୍କାର ଖାଦ୍ୟ ସାମଗ୍ରୀ

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ଜଳିଗଲା ଚା' ଦୋକାନ ; ପାଉଁଶ ହୋଇଗଲା ଲକ୍ଷାଧିକ ଟଙ୍କାର ଖାଦ୍ୟ ସାମଗ୍ରୀ

କନ୍ଧମାଳ : ଜଳିଗଲା ଚା ଦୋକାନ। ଲକ୍ଷାଧିକ ଟଙ୍କାର ବିପୁଳ ପରିମାଣର ଖାଦ୍ୟ ସାମଗ୍ରୀ ଜଳି ପୋଡ଼ି ପାଉଁଶ ହୋଇଗଲା। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି 59 ନମ୍ବର ଜାତୀୟ ରାଜପଥର ପାର୍ଶ୍ବ ରେ ବାଲିଗୁଡ଼ା NAC ର ଚେକ୍ ଗେଟ ନିକଟ ରେ । ସୂଚନା ଅନୁଯାୟୀ ଗତକାଲି ରାତି 9 ଟା ପରେ ଚା ଦୋକାନୀ ସୁବାଷ ପାତ୍ର ଦୋକାନ ବନ୍ଦ କରି ଘରକୁ ଯାଇଥିଲେ।

ଅଧିକ ପଢନ୍ତୁ ଓଡିଶା ଖବର 

ପାଖାପାଖି ରାତି 11 ଟା ସମୟ ରେ ଦୋକାନ ଭିତରୁ ଧୂଆଁ ବାହାରୁଥିବା ଦେଖି ପଡ଼ୋଶୀ ଦୋକାନୀ ମାନେ ଏକତ୍ରିତ ହୋଇ ନିଆଁ ଲିଭାଇବା ପାଇଁ ପ୍ରୟାସ କରି ଥିଲେ ଓ ବାଲିଗୁଡ଼ା ଅଗ୍ନିଶମ ବିଭାଗ କୁ ଖବର ଦେଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ କୁ ଲିଭାଇ ଥିଲେ କିନ୍ତୁ ନିଆଁ ଲିଭାଇବା ବେଳ କୁ ଦୋକାନ ଭିତରେ ଥିବା ନୂଆ ଫ୍ରିଜ୍ ଓ ବିପୁଳ ପରିମାଣର ଖାଦ୍ୟ ସାମଗ୍ରୀ ଜଳି ପୋଡ଼ି ପାଉଁଶ ହୋଇ ଯାଇଥିଲା।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The tea shop was burnt; Millions worth of food items turned into ashes | Argus News