Videos
|
Odisha

ଗଞ୍ଜେଇ ଚାଲାଣ କରୁଥିଲେ ଶିକ୍ଷକ, ଗିରଫ କଲା ପୋଲିସ

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ଗଞ୍ଜେଇ ଚାଲାଣ କରୁଥିଲେ ଶିକ୍ଷକ, ଗିରଫ କଲା ପୋଲିସ

ବଲାଙ୍ଗୀର : ବୌଦ୍ଧରୁ ଗଞ୍ଜେଇ ଚାଲାଣ କରୁଥିବା ସମୟରେ ତୁଷୁରା ପୁଲିସ ହାବୁଡ଼ରେ ପଡ଼ି ଫେରାର ଥିବା ଜଣେ ଶିକ୍ଷକଙ୍କୁ ପୁଲିସ ବୌଦ୍ଧରୁ  ଗିରଫ କରିଛି। ଗିରଫ ଶିକ୍ଷକ ହେଲେ ବୌଦ୍ଧ ଜିଲ୍ଲା ଗୁଚିତରା ଗ୍ରାମର ଉଦ୍ଧବ ଦୀପ ବୋଲି ଜଣାପଡ଼ିଛି। ସୂଚନା ମତେ , ବୌଦ୍ଧ ଜିଲ୍ଲା ଆଶ୍ରେଗାଁ ୟୁପିସ୍କୁଲରେ ଶିକ୍ଷକତା କରୁଥିବା ବେଳେ ଟଙ୍କା କମାଇବା ନିଶାରେ ଗଞ୍ଜେଇ କାରବାର ବି କରୁଥିଲେ । ଗତବର୍ଷ ଜାନୁଆରି ୭ ତାରିଖରେ ନିଜ ନାମରେ ଥିବା ଏକ ଗାଡ଼ିରେ ନକଲି ନମ୍ବର (ଓଡି ୦୫- ୨୧୧୨) ଲଗାଇ ତୁଷୁରା ଦେଇ ଗଂଜେଇ ଚାଲାଣ କରୁଥିଲେ। ତୁଷୁରା ପୁଲିସ କପସିଲା ରାସ୍ତାରେ ପାଟ୍ରୋଲିଂ କରୁଥିବା ବେଳେ ଉକ୍ତ ଗାଡ଼ିକୁ ଅଟକାଇଥିଲେ| ଗାଡ଼ିରେ ବସିଥିବା ଉଦ୍ଧବ ଦୀପ ଓ ଅନ୍ୟ ଜଣେ ପୁଲିସକୁ ଦେଖି ଗାଡ଼ି ଛାଡ଼ି ଫେରାର୍ ହୋଇଯାଇଥିଲେ |

ଅଧିକ ପଢନ୍ତୁ ଓଡିଶା ଖବର

ପୁଲିସ ଗାଡ଼ି ଯାଞ୍ଚ କରିବାରୁ ଗାଡ଼ିରୁ ୫୧ କେଜି ଗଂଜେଇ ବାହାରିବା ସହ ଗାଡ଼ି ନମ୍ବର ନକଲି ଥିବା ଜାଣିପାରିଥିଲା । ପରେ ପୁଲିସ ଚେସିସ୍ ନମ୍ବରକୁ ନେଇ ତଦନ୍ତ କରିବା ପରେ ଉଦ୍ଧବ ଦୀପ ବୋଲି ଜାଣିବାକୁ ପାଇଥିଲା ।ତୁଷୁରା ଥାନା ଅଧିକାରୀ ସଂଜୀବ ପଧାନଙ୍କ ନେତୃତ୍ବରେ ବୌଦ୍ଧ ଜିଲ୍ଲା ଘଣ୍ଟାପଡ଼ା ପୁଲିସ ସହାୟତାରେ ପୁଲିସ ଉଦ୍ଧବ ଦୀପଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି | ଏହି ଚଢ଼ଉରେ ଏଏସ୍‌ଆଇ ଭାନୁପ୍ରିୟା ମହାନ୍ତି, ଏଏସ୍‌ଆଇ ଯୋଗେଶ ଧରୁଆ ପ୍ରମୁଖ ସାମିଲ ଥିଲେ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
The teacher was selling cannabis, the police arrested him | Argus News