Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଛାତ୍ରୀଙ୍କୁ ବ୍ୟାଡ୍ ଟଚ୍ ପଡ଼ିଲା ମହଙ୍ଗା, ସ୍କୁଲରେ ପଶି ଶିକ୍ଷକଙ୍କୁ ପିଟିଲେ ଅଭିଭାବକ

Odisha

ଛାତ୍ରୀଙ୍କୁ ବ୍ୟାଡ୍ ଟଚ୍ ପଡ଼ିଲା ମହଙ୍ଗା, ସ୍କୁଲରେ ପଶି ଶିକ୍ଷକଙ୍କୁ ପିଟିଲେ ଅଭିଭାବକ

Jitendra Dash
Browse all articles by Jitendra Dash
·2 years ago·1 min read
ଛାତ୍ରୀଙ୍କୁ ବ୍ୟାଡ୍ ଟଚ୍ ପଡ଼ିଲା ମହଙ୍ଗା, ସ୍କୁଲରେ ପଶି ଶିକ୍ଷକଙ୍କୁ ପିଟିଲେ ଅଭିଭାବକ

ଅର୍ଗସ ବ୍ୟୁରୋ : ରାୟଗଡା ସହରର ଇନ୍ଦିରାନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଅଘଟଣ । ଶିକ୍ଷକଙ୍କ ବ୍ୟାଡ୍ ଟଚ୍ ପଡ଼ିଲା ମହଙ୍ଗା । ସ୍କୁଲରେ ପଶି ଶିକ୍ଷକଙ୍କୁ ପିଟିଲେ ଅଭିଭାବକ। ପୋଲିସ ଶିକ୍ଷକ ମନୋରଞ୍ଜନ ନାୟକଙ୍କୁ ଉଦ୍ଧାର କରି ଥାନାରେ ଅଟକ ରଖିଛି । ଏହି ଘଟଣା ଘଟିବା ପରେ ଅବିଭାବକ ମାନେ ଶିକ୍ଷକଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି । ଅନ୍ୟପଟେ ଘଟଣାସ୍ଥଳରେ ଉତ୍ତେଜନା ମୂଳକ ପରିସ୍ଥିତି ଉପୁଜିବା ପରେ ଟାଉନ୍ ଥାନା ପୋଲିସ ପହଞ୍ଚି ସଂପୃକ୍ତ ଶିକ୍ଷକଙ୍କୁ ଅଟକ ରଖିଛି । 

ଇନ୍ଦିରା ନାଗର ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ପର୍ୟ୍ୟନ୍ତ ପିଲା ପଢନ୍ତି । ଶିକ୍ଷକ ମନୋରଞ୍ଜନ ଜଣେ ଛାତ୍ରୀଙ୍କୁ ବ୍ୟାଡ ଟଚ୍ କରିଥିବା ଅଭିଯୋଗ ହୋଇଥିଲା । ତେବେ ଛାତ୍ରୀ ଜଣଙ୍କ ନିଜ ପରିବାର ଲୋକଙ୍କ ଆଗରେ ମନୋରଞ୍ଜନ ସାର୍ ବ୍ୟାଡ୍‌ ଟଚ୍ କରିଥିବା କହିଥିଲେ । ଆଜି ସକାଳେ ଅଭିଭାବକମାନେ ସ୍କୁଲରେ ପହଞ୍ଚି ଶିକ୍ଷକ ମନୋରଞ୍ଜନଙ୍କୁ ମାଡ ମାରିଥିଲେ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହାର ଖବର ପାଇ ରାୟଗଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମନୋରଞ୍ଜନଙ୍କୁ ଉଦ୍ଧାର କରି ଥାନାକୁ ନେଇଥିଲା । ସେପଟେ ଛାତ୍ରୀ ଜଣଙ୍କ ଯେଉଁ ଅଭିଯୋଗ ଆଣିଛନ୍ତି ତାହା ମିଥ୍ୟା ବୋଲି ମନୋରଞ୍ଚନ କହିଛନ୍ତି । ତେବେ ଏହି ଘଟଣାକୁ ନେଇ ପ୍ରଧାନ ଶିକ୍ଷୟିତ୍ରୀ ପ୍ରମିଳା ପଣ୍ଡା କହିଛନ୍ତି, ଅଭିଭାବକଙ୍କ ଅଭିଯୋଗ ଲିଖିତ ଜରିଆରେ ପାଇଛି । ଏନେଇ ଏକ କମିଟି ଗଠନ କରି ତଦନ୍ତ କରିବି । ଯଦି ବିଦ୍ୟାଳୟରେ ସମାଧାନ ନହୁଏ ତେବେ ଉଚ୍ଚକର୍ତ୍ତୃ ପକ୍ଷଙ୍କୁ ଅବଗତ କରାଇବି ।
 

Raja Festival
Sponsored
The teacher was touching the student badly | Argus News