Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ସିସିଟିଭିରେ ଅଧ୍ୟାପକଙ୍କ କାରନାମା , ମହାବିଦ୍ୟାଳୟରେ ତାଲା ପକାଇଲେ ଛାତ୍ରଛାତ୍ରୀ

Odisha

ସିସିଟିଭିରେ ଅଧ୍ୟାପକଙ୍କ କାରନାମା , ମହାବିଦ୍ୟାଳୟରେ ତାଲା ପକାଇଲେ ଛାତ୍ରଛାତ୍ରୀ

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
ସିସିଟିଭିରେ ଅଧ୍ୟାପକଙ୍କ କାରନାମା , ମହାବିଦ୍ୟାଳୟରେ ତାଲା ପକାଇଲେ ଛାତ୍ରଛାତ୍ରୀ

ଅର୍ଗସ ବ୍ୟୁରୋ :  ଆଠମଲ୍ଲିକ ମହାବିଦ୍ୟାଳୟରେ ତାଲା ପକାଇଲେ ଛାତ୍ରଛାତ୍ରୀ I କଲେଜ ଅଧ୍ୟାପକଙ୍କ କାରନାମାର ଭିଡ଼ିଓ ସାମ୍ନାକୁ ଆସିବା ପରେ ଛାତ୍ରଛାତ୍ରୀ କଲେଜରେ ତାଲା ପକାଇଛନ୍ତି। ଅନଗୁଳ ଆଠମଲ୍ଲିକ କଲେଜରେ ଅଧ୍ୟାପକଙ୍କୁ ଅଡ଼ୁଆ କରୁଛି ସିସିଟିଭି । ଅର୍ଥନୀତି ବିଭାଗର ଅଧ୍ୟାପକ ଥିବା ସଚ୍ଚିଦାନନ୍ଦ ସାହୁ ସିସିଟିଭିକୁ ମୋଡ଼ି ଉପରମୁହାଁ କରୁଥିବା CCTV ରେ ରେକର୍ଡ ହୋଇଛି। ସିସିଟିଭି ମୋଡ଼ିବା ପରର ଦୃଶ୍ୟ ଅନ୍ୟ କ୍ୟାମେରାରେ କଏଦ ହୋଇଛି ।  ଅଧ୍ୟାପକ ଜଣେ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା।  ଏହି ଘଟଣାର ତଦନ୍ତ ପାଇଁ ଭୁବନେଶ୍ଵର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ କଲେଜରେ ପହଁଞ୍ଚିବା ପରେ ଘଟଣା ପଦାକୁ ଆସିଛି।

ଅଧିକ ପଢନ୍ତୁ ଓଡିଶା ଖବର

ତଦନ୍ତ ରିପୋର୍ଟ ଆସି ନଥିବା ବେଳେ CCTV ଭିଡିଓକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି। ତେବେ ଗୁରୁତ୍ତ୍ବପୂର୍ଣ୍ଣ କଥା ହେଉଛି ଏହା ସମ୍ପର୍କରେ କଲେଜ ଅଧ୍ୟକ୍ଷଙ୍କ ସମେତ ବହୁ ଅଧିକାରୀ ଅବଗତ ଥିଲେ। ପ୍ରଥମେ ଅଧ୍ୟାପକଙ୍କ କାର୍ଯ୍ୟକଳାପ ସନ୍ଦେହ ହେବାରୁ କଲେଜ କର୍ତ୍ତୃପକ୍ଷ ସିସିଟିଭି ଯାଞ୍ଚ କରିଥିଲେ । ଅଧ୍ୟକ୍ଷଙ୍କ ଉପସ୍ଥିତିରେ ପ୍ରାୟ ୭ରୁ ୮ଜଣ ଅଧିକାରୀ ଏହାର ଭିଡ଼ିଓ ଦେଖିଥିଲେ । ହେଲେ ସମ୍ପୃକ୍ତ ଅଧ୍ୟାପକଙ୍କ ବିରୋଧରେ କୌଣସି କାର୍ଯ୍ୟନୁଷ୍ଠାନ ନିଆଯାଇ ନଥିବା ଘଟଣାକୁ ଆହୁରି ସଙ୍ଗୀନ କରିଛି । ପ୍ରଶ୍ନ ଉଠୁଛି ଅର୍ଥନୀତି ଅଧ୍ୟାପକଙ୍କୁ କାହିଁକି ଘୋଡାଉଛନ୍ତି କଲେଜ କର୍ତୃପକ୍ଷ ?  ଏପଟେ ଏହି ଘଟଣାକୁ ବିରୋଧ କରି କଲେଜରେ ଧାରଣା ଦେଇଛନ୍ତି ଛାତ୍ରଛାତ୍ରୀ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Raja Festival
Sponsored
The teacher's actions on CCTV, the students locked in the college | Argus News