Videos
|
Odisha

ନିଜ ଝିଅ ବଦଳରେ ଶିଶୁ ପୁତ୍ରକୁ ନେଇ ଯାଇଥିଲେ ମହିଳା

Jitendra Dash
Browse all articles by Jitendra Dash
·2 years ago·1 min read
ନିଜ ଝିଅ ବଦଳରେ ଶିଶୁ ପୁତ୍ରକୁ ନେଇ ଯାଇଥିଲେ ମହିଳା

ଅର୍ଗସ ବ୍ୟୁରୋ : ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟର ପ୍ରସୂତି ବିଭାଗରେ ନବଜାତ ଶିଶୁ ପୁତ୍ର ଚୋରି ଘଟଣା । ମିଳିଲା ନିଖୋଜ ଶିଶୁ । ସିଟି ଡିଏସପି ଗାୟତ୍ରୀ ପ୍ରଧାନ ଘଟଣାର ତଦନ୍ତ କରୁଥିଲେ ନିଖୋଜ ଶିଶୁର ସନ୍ଧାନ ମିଳିଛି । 

ଅନ୍ୟପଟରେ ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଛୁଆ ଚୋରି ନେଇ ପରିବାର ପକ୍ଷରୁ ଅଣାଯାଇଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି । ମେଡିକାଲ ପକ୍ଷରୁ ତଦନ୍ତ କରାଯିବ ଏବଂ ଅଭିଯୁକ୍ତଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି ।

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସିସିଟିଭି ଫୁଟେଜ୍ ଆଧାରରେ ସଂପୃକ୍ତ ମହିଳାଙ୍କ ବିଷୟରେ ସୂଚନା ପାଇ ପୋଲିସ ତାଙ୍କୁ ବିଳମ୍ବିତ ରାତିରେ ଧରିଥିଲା । ଏଥିସହ ତାଙ୍କ ନିକଟରୁ ଶିଶୁ ପୁତ୍ରଟିକୁ ପୋଲିସ୍ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି । ତନାଘନାରୁ ଜଣାଯାଇଛି, ମହିଳା ଜଣକ ନିଜ ଶିଶୁକନ୍ୟାର ଚିକିତ୍ସା କରାଇବା ଲାଗି ମେଡିକାଲ ଆସିଥିଲେ । ଏହି ସମୟରେ ସେ ମେଡିକାଲରେ ଏକ ଶିଶୁପୁତ୍ରକୁ ଦେଖି ନିଜ ଝିଅକୁ ତା ସ୍ଥାନରେ ରଖି ଶିଶୁପୁତ୍ରକୁ ନେଇ ଚାଲିଯାଇଥିଲେ ।

The theft of a newborn baby boy in the maternity ward of Baleswar main hospital | Argus News