ସୁଭଦ୍ରା ଯୋଜନାରେ ଡିସେମ୍ବର ସୁଦ୍ଧା ବାଦ୍ ପଡିଥିବା ୨ ଲକ୍ଷ ୬୭ ହଜାର ହେବେ ସାମିଲ
·1 year ago·1 min read

ଅର୍ଗସ ବ୍ୟୁରୋ : ନଭେମ୍ବର 24ରେ ମଳିବ ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ସୁଭଦ୍ରା ଟଙ୍କା। ଡିସେମ୍ବର ସୁଦ୍ଧା 1କୋଟି ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କା । ତୃତୀୟ ପର୍ଯ୍ୟାୟରେ 20 ଲକ୍ଷ ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କା। 24ରେ 20ଲକ୍ଷ ହିତାଧିକାରୀଙ୍କ ସହ 80 ଲକ୍ଷ ମହିଳାଙ୍କୁ ମିଳିଯିବ ସୁଭଦ୍ରା ଟଙ୍କା। ଏହି ପର୍ଯ୍ୟାୟରେ ସାମିଲ ହେବେ ସମସ୍ତ ଅଙ୍ଗନୱାଡି କର୍ମୀ। ଏଥି ପାଇଁ ସମସ୍ତଙ୍କର ଯାଞ୍ଚ ପ୍ରକ୍ରିୟା ଶେଷ ହୋଇଛି ।
ଅଧିକ ପଢନ୍ତୁ : କେହି ବଞ୍ଚିତ ହେଲେ ୨୪ ତାରିଖ ପରେ ଗାଁକୁ ଯିବ ଟିମ୍
1 କୋଟି 16 ଲକ୍ଷରେ ପହଞ୍ଚିଛି ସୁଭଦ୍ରା ଆବେଦନକାରୀଙ୍କ ସଂଖ୍ୟା । ତେବେ ବାଦ ପଡ଼ିଥିବା 2 ଲକ୍ଷ 67 ହଜାର ହିତାଧିକାରୀଙ୍କୁ ସାମିଲ ପାଇଁ ଆଜି ସନ୍ଧ୍ୟାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ। ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ଏହାସହ 5 ଲକ୍ଷ ଆବେଦନକାରୀଙ୍କୁ ସିଙ୍ଗଲ ଆକାଉଣ୍ଟ ଦେବାକୁ ପୁଣି ଥରେ ଅପିଲ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: