Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଶିକାରୀ ଫାସରେ ପଡି କଲରାପତରିଆ ବାଘ ମୃତ

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ଶିକାରୀ ଫାସରେ ପଡି କଲରାପତରିଆ ବାଘ ମୃତ

ଅନୁଗୋଳ : ଫାସରେ ପଡି ଗଲା ବାଘର ଜୀବନ ।  ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଧଣ୍ଡାତୋପା ରେଞ୍ଜ ମିଣ୍ଡୋଲ ଗ୍ରାମର ମଠ ନିକଟ କାଜୁ ଫିଲଡ ପରିସରରେ ଶିକାରୀଙ୍କ ଫାସରେ ପଡି ଏକ କଲରାପତରିଆ ବାଘର ମୃତ୍ୟୁ ହୋଇଛି I ହେଲେ ବନବିଭାଗ ପାଖରେ ବାଘ ମୃତ୍ୟୁର କୌଣସି ସୂଚନା ନାହିଁ । ତେବେ ଏହି ଘଟଣାକୁ ଶିକାରୀମାନେ ଲୁଚାଇ ଦେଇଥିବା ଖବର ସାମ୍ନାକୁ ଆସିଛି ।

ଅଧିକ ପଢନ୍ତୁ ଓଡିଶା ଖବର 

ଘଟଣାକୁ ଏକ ସପ୍ତାହ ବିତି ଯାଇଥିବା ବେଳେ ଶନିବାର କେତେଜଣ ଗାଈଚରାଳି ବାଘର ମୃତଦେହ ଦେଖି ବନବିଭାଗକୁ ଖବର ଦେଇଥିଲେ । ହେଲେ ଏବେ ସୁଦ୍ଧା ବନବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନାହିଁ । ତେବେ ଆଠମଲ୍ଲିକ ଅଂଚଳରେ ପୂର୍ବ 3 ବର୍ଷ ଭିତରେ 2 ଟି ବାଘ ମୃତ୍ୟୁ ସାମ୍ନାକୁ ଆସିଥିବା ବେଳେ ବର୍ତ୍ତମାନର ବାଘ ମୃତ୍ୟୁକୁ ନେଇ ବନ ବିଭାଗ ସନ୍ଦେହ ଘେରରେ ରହିଛି I
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The tiger died after being caught in a hunter's snare | Argus News