Videos
|
Odisha

୨୫ରେ କେନ୍ଦ୍ର ଗୃହମନ୍ତ୍ରୀ, ୨୯ରେ ପୁଣି ଓଡିଶା ଆସିବେ ପ୍ରଧାନମନ୍ତ୍ରୀ

Jitendra Dash
Browse all articles by Jitendra Dash
·2 years ago·1 min read
୨୫ରେ କେନ୍ଦ୍ର ଗୃହମନ୍ତ୍ରୀ, ୨୯ରେ ପୁଣି ଓଡିଶା ଆସିବେ ପ୍ରଧାନମନ୍ତ୍ରୀ

ଅର୍ଗସ ବ୍ୟୁରୋ : ୨୯ରେ ପୁଣି ଓଡିଶା ଆସିବେ ମୋଦି । ଶେଷ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ କରିବେ ନିର୍ବାଚନୀ ପ୍ରଚାର । ବାଲେଶ୍ୱର ଓ କେନ୍ଦ୍ରାପଡ଼ାରେ ମୋଦି ଜନସଭାକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ । ୨୫ରେ ପୁଣି ଆସୁଛନ୍ତି ଗୃହମନ୍ତ୍ରୀ ଅମିତ ସାହା । ବାରିପଦା, ଚାନ୍ଦବାଲି, କୋରେଇ, ନିମାପଡାରେ ଜନସଭାକୁ ସମ୍ବୋଧିତ କରିବେ ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ପ୍ରଧାନମନ୍ତ୍ରୀ ମୋଦୀ ୨୯ ତାରିଖରେ ଆସିବାକୁ ଥିବା ବେଳେ ଆସନ୍ତା ୨୫ ତାରିଖରେ ଓଡ଼ିଶା ଆସିବେ ଗୃହମନ୍ତ୍ରୀ ଅମିତ ଶାହା । ତୃତୀୟ ପର୍ଯ୍ୟାୟ ନିର୍ବାଚନ ଦିନ ଶାହା ଓଡ଼ିଶା ଗସ୍ତରେ ଆସି ବାରିପଦା, ଚାନ୍ଦବାଲି, କୋରେଇ, ନିମାପଡାରେ ସମାବେଶ କରିବେ । ଅମିତ ଶାହା ମଧ୍ୟ ଚଳିତ ନିର୍ବାଚନରେ ଘନ ଘନ ଓଡ଼ିଶା ଗସ୍ତରେ ଆସି ପ୍ରଚାର କରିବା ସହ ରାଜ୍ୟ ସରକାରଙ୍କୁ ଶାଣିତ ଆକ୍ରମଣ କରୁଛନ୍ତି । ବିଭିନ୍ନ ପ୍ରସଙ୍ଗରେ ବିଜେଡି ସରକାରକୁ ଘେରିବା ସହ ଓଡ଼ିଶାବାସୀ ବିଜେପି ସରକାରକୁ ସୁଯୋଗ ଦିଅନ୍ତୁ ବୋଲି ଅପିଲ କରୁଛନ୍ତି । ବିଜେପି ସରକାର ହେଲେ ଓଡ଼ିଶାରେ ଓଡ଼ିଆ ମୁଖ୍ୟମନ୍ତ୍ରୀ ହେବେ ବୋଲି ବିଭିନ୍ନ ସଭାରେ କହୁଛନ୍ତି ଶାହା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: