Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆତ୍ମସମୀକ୍ଷା କଲେ ହିଁ ଜିତିବାର ରାସ୍ତା ପ୍ରଶସ୍ତ ହୁଏ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Jitendra Dash
Browse all articles by Jitendra Dash
·2 years ago·2 min read
ଆତ୍ମସମୀକ୍ଷା କଲେ ହିଁ ଜିତିବାର ରାସ୍ତା ପ୍ରଶସ୍ତ ହୁଏ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଅର୍ଗସ ବ୍ୟୁରୋ : ଆମ ଦେଶରେ କ୍ରିକେଟ୍ ଏକ ରୁଚିପୂର୍ଣ୍ଣ ଖେଳ । କ୍ରିକେଟକୁ ନେଇ ବିଶେଷ ଲୋକପ୍ରିୟତା ଅଛି । ତେବେ କେବଳ କ୍ରିକେଟ୍ ନୁହେଁ ଫୁଟବଲ, ଭଲିବଲ୍, ବ୍ୟାଡମିଣ୍ଟନ ଭଳି ସବୁ ଖେଳକୁ ପ୍ରୋତ୍ସାହନ ଦିଆଯିବା ଦରକାର ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।  

ଦେବଗଡ଼ ଜିଲ୍ଲା ବୁଢାପାଳ ଠାରେ ‘ଫ୍ରେଣ୍ଡ୍ସ କ୍ଲବ’ ପକ୍ଷରୁ ଆୟୋଜିତ ‘ବୁଢାପାଳ କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ’ର ଉଦଯାପନୀ ସମାରୋହରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ  ଖେଳିଲେ ଶାରିରୀକ ସୁସ୍ଥତା ଭଲ ରୁହେ । ଅଧିକସଂଖ୍ୟକ ଯୁବବର୍ଗଙ୍କ ଦେଶ ଭାରତରେ ୨୦୩୬ରେ ଅଲିମ୍ପିକ୍ସ ଆୟୋଜନ ହେବାର କାର୍ଯ୍ୟକ୍ରମ ରହିଛି । ଏହି ସମୟରେ ଆମର ଯୁବକ ଯୁବତୀମାନେ ଅଲିମ୍ପିକ୍ସ ପ୍ରତିଯୋଗିତାରେ କିପରି ଅଧିକରୁ ଅଧିକ ପଦକ ଆଣି ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣିବେ, ସେ ଦିଗରେ ଆମେ ସମସ୍ତେ ଦାୟିତ୍ୱ ନେବା ଦରକାର । 

ଫ୍ରେଣ୍ଡ୍ସ କ୍ଲବ ବୁଢାପାଳ ସ୍ଥାନୀୟ ଅଞ୍ଚଳରେ ଖେଳର ଏକ ସକାରାତ୍ମକ ବାତାବରଣ ତିଆରି କରିଛି । ପୂର୍ବରୁ ଥିବା ପାହାଡ ଘନ ଜଙ୍ଗଲରେ ପରିଣତ ହୋଇଛି । ଆଜି ବଲାଙ୍ଗୀର ଓ ସମ୍ବଲପୁର କ୍ରିକେଟ୍ ଫାଇନାଲ ମ୍ୟାଚରେ ଉଭୟ ଦଳ ଭଲ ଖେଳିଲେ । ତେବେ ପରାଜୟ କରିଥିବା ସମ୍ବଲପୁର ମନ ଦୁଃଖ ନ କରି ଆତ୍ମସମୀକ୍ଷା କରିବା ଦରକାର । ଆତ୍ମସମୀକ୍ଷା କଲେ ହିଁ ଜିତିବାର ରାସ୍ତା ପ୍ରଶସ୍ତ ହୁଏ ।  ବୁଢାପାଳରେ ଏହି ସଂସ୍କାର ଅଛି ।  କ୍ଲବର ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଜଣାଇବା ସହ ଅନୁଷ୍ଠାନର ଉତ୍ତରୋତ୍ତର ଉନ୍ନତି କାମନା କରିଛନ୍ତି କେନ୍ଦ୍ରମନ୍ତ୍ରୀ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ଓଡ଼ିଶା ଖବର

ଏହି ଅବସରରେ ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ହେଉଥିବାରୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ମନ୍ଦିର ଓ ତୀର୍ଥସ୍ଥଳିକୁ ପରିଷ୍କାର ରଖିବା ସହ ଜାନୁଆରୀ ୨୨ ତାରିଖରେ ଦୀପ ଜାଳି ଦିନଟିକୁ ଦୀପାବଳି ଉତ୍ସବ ଭାବରେ ପାଳନ କରିବା ପାଇଁ ଆହ୍ୱାନ କରିଥିଲେ ।

Sponsored
The Union Minister attended the cricket tournament | Argus News