Videos
|
Odisha

ତାଳଚେର ଦେଉଳବେଢ଼ା ତେଲିସାହି ଠାରେ ସାମାଜିକ ପ୍ରକଳ୍ପ ଗୁଡିକର ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ

Jitendra Dash
Browse all articles by Jitendra Dash
·2 years ago·1 min read
ତାଳଚେର ଦେଉଳବେଢ଼ା ତେଲିସାହି ଠାରେ ସାମାଜିକ ପ୍ରକଳ୍ପ ଗୁଡିକର ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ

ଅର୍ଗସ ବ୍ୟୁରୋ : କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଅନୁଗୋଳ ଜିଲ୍ଲା ତାଳେଚର ଦେଉଳବେଢ଼ା ତେଲିସାହି ଗ୍ରାମରେ ଏକ କଲ୍ୟାଣ ମଣ୍ଡପ, ଗ୍ରାମର ସୁସଜ୍ଜିତ ମୁଖ୍ୟ ତୋରଣ ଏବଂ ନାଚ ମଣ୍ଡପର ଉଦଘାଟନ କରିଛନ୍ତି ।  

ଏହି ଅବସରରେ ସେ ଗ୍ରାମବାସୀଙ୍କୁ ଅଭିନନ୍ଦନ ଜଣାଇବା ସହ କହିଛନ୍ତି ଯେ ପ୍ରାୟ ୨୬ ଲକ୍ଷ  ଟଙ୍କା ବ୍ୟୟବରାଦରେ ଉଦଘାଟିତ ହୋଇଥିବା ସମସ୍ତ ପ୍ରକଳ୍ପ ଗୁଡ଼ିକ ଗାଁରେ ବାହାଘର, ବ୍ରତଘର ଭଳି ସାଂସ୍କୃତିକ, ଧାର୍ମିକ ଓ ସାମାଜିକ କାର୍ଯ୍ୟରେ ସହଯୋଗର ଭୂମିକା ଗ୍ରହଣ କରିବ । ଗ୍ରାମବାସୀମାନେ ଏହି ସବୁ ବ୍ୟବସ୍ଥା ଦ୍ୱାରା ବିଶେଷ ଉପକୃତ ହୋଇପାରିବେ । ଗାଁର ଜନସାଧାରଣ ବିଶେଷ ଭାବରେ ଯୁବବନ୍ଧୁଙ୍କ ଉତ୍ସାହ କାରଣରୁ ଏହି କାମ ସମ୍ଭବ ହୋଇପାରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଢ଼ ନେତୃତ୍ୱ ଓ ବିକାଶର କଳ୍ପନାରେ ଏହି ସବୁ ସାମାଜିକ କାର୍ଯ୍ୟରେ ସହଯୋଗୀ ହୋଇଥିବାରୁ ଶ୍ରୀ ପ୍ରଧାନ ଏମସିଏଲକୁ ଧନ୍ୟବାଦ ଜଣାଇଛନ୍ତି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ସେ ଆହୁରି କହିଛନ୍ତି ଯେ ଆଜି ଆମ ଜିଲ୍ଲା ଅନୁଗୋଳ ପାଇଁ ଏକ ବିଶେଷ ଦିନ । ଜିଲ୍ଲାରେ ଶିକ୍ଷା ଓ ଦକ୍ଷତା ବିକାଶକୁ ଆଗକୁ ନେବା ପାଇଁ ଅନୁଗୋଳରେ ଆଇଆଇଏମ ମୁମ୍ବାଇ ଓ ଆଇଆଇଏମ ସମ୍ବଲପୁର ଦ୍ୱାରା ପରିଚାଳିତ ହେବାକୁ ଥିବା ମ୍ୟାନେଜମେଣ୍ଟ ଶିକ୍ଷା କେନ୍ଦ୍ରର ଉଦଘାଟନ ହୋଇଛି । କେନ୍ଦ୍ରୀୟ ବିଦ୍ୟାଳୟର ନୂତନ ଭବନ ସହ ସ୍କିଲ ଇଣ୍ଡିଆ ସେଣ୍ଟର, ଜନ ଶିକ୍ଷଣ ସଂସ୍ଥାନର ଲୋକାର୍ପଣ ଭଳି କାର୍ଯ୍ୟକ୍ରମ ଗୁଡିକ ଜିଲ୍ଲାକୁ ଗୁଣାତ୍ମକ ଶିକ୍ଷା, ମ୍ୟାନେଜମେଣ୍ଟ ଏବଂ ଦକ୍ଷତା କ୍ଷେତ୍ରରେ ଅଗ୍ରଣୀ କରାଇବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: