Videos
|
Odisha

ସମ୍ବଲପୁରରୁ ‘ରାଷ୍ଟ୍ରୀୟ ଉଦ୍ୟମିତା ବିକାଶ ପରିଯୋଜନା’ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

Jitendra Dash
Browse all articles by Jitendra Dash
·2 years ago·2 min read
ସମ୍ବଲପୁରରୁ ‘ରାଷ୍ଟ୍ରୀୟ ଉଦ୍ୟମିତା ବିକାଶ ପରିଯୋଜନା’ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

ଅର୍ଗସ ବ୍ୟୁରୋ : ଦେଶର କ୍ଷୁଦ୍ର ବ୍ୟବସାୟୀଙ୍କୁ ଧନୀ ଓ ସମ୍ପନ୍ନ କରିବା ମୋଦିଜୀଙ୍କ ଗ୍ୟାରେଣ୍ଟି ହୋଇଛି ବୋଲି ମଙ୍ଗଳବାର ସମ୍ବଲପୁରରେ ପିଏମ ସ୍ୱନିଧି ଯୋଜନାର ହିତାଧିକାରୀଙ୍କ ପାଇଁ ରାଷ୍ଟ୍ରୀୟ ଉଦ୍ୟମିତା ବିକାଶ ପରିଯୋଜନାର ଶୁଭାରମ୍ଭ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।  

ପିଏମ ସ୍ୱନିଧି ଯୋଜନାର ହିତାଧିକାରୀଙ୍କ ସହ ଆଲୋଚନା କରିବା ସହ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ରାସ୍ତା କଡରେ ବିକୁଥିବା ଉଠା ଦୋକାନୀ ଓ ଗାଡି ବ୍ୟବସାୟୀଙ୍କ ଦାୟିତ୍ୱ ନେଇଛନ୍ତି । ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନା ଆଜି ଛୋଟ ଛୋଟ ବ୍ୟବସାୟୀଙ୍କ ପାଇଁ ନୂଆ ଉର୍ଜାର କିରଣ ହୋଇଛି । ପ୍ରଧାନମନ୍ତ୍ରୀ ମୋଦି ସ୍ୱୟଂ ପିଲାବେଳେ ଜଣେ ରାସ୍ତାକଡର ବ୍ୟବସାୟୀଙ୍କ ପରି ଜୀବନ ଅତିବାହିତ କରିଥିବା କାରଣରୁ ସେମାନଙ୍କ ଦୁଃଖ ଓ କଷ୍ଟକୁ ଅନୁଭବ କରିଥିଲେ । ତାଙ୍କ ମାର୍ଗଦର୍ଶନରେ ଶୁଭାରମ୍ଭ ହୋଇଥିବା ରାଷ୍ଟ୍ରୀୟ ଉଦ୍ୟମିତା ବିକାଶ ପରିଯୋଜନା  ଉଦ୍ଦେଶ୍ୟ ହେଉଛି ରାସ୍ତାକଡ଼ ଦୋକାନୀମାନଙ୍କୁ ଦକ୍ଷ କରି ସେମାନଙ୍କ ଜୀବନ ଓ ବ୍ୟବସାୟକୁ ସହଜ କରିବା । 

ଏହି ଯୋଜନା ଅଧୀନରେ ଭାରତ ସରକାର ଷ୍ଟ୍ରିଟ୍ ଭେଣ୍ଡର ଏବଂ କ୍ଷୁଦ୍ର ଦୋକାନୀମାନଙ୍କୁ ଦକ୍ଷ କରିବା ପାଇଁ ଫ୍ଲିପକାର୍ଟ ସହ ବୁଝାମଣା କରିଛନ୍ତି । ଦେଶର ସମ୍ବଲପୁର ସମେତ ୧୦ଟି ବଡ଼ ସହରକୁ ବ୍ୟବସାୟରେ ନୂତନ ଜ୍ଞାନକୌଶଳର ବ୍ୟବହାର ପାଇଁ ରାସ୍ତାକଡ଼ ବିକାଳୀ ମାନଙ୍କୁ ପ୍ରଶିକ୍ଷଣ ଓ ଷ୍ଟାଇପେଣ୍ଡ୍ ରାଶି ପ୍ରଦାନ କରାଯିବ । ସବକା ସାଥ୍ ଓ ସବକା ବିଶ୍ୱାସ ମନ୍ତ୍ରରେ ପ୍ରଧାନମନ୍ତ୍ରୀ ମୋଦି ରାସ୍ତାକଡ଼ ବିକାଳୀଙ୍କ ପାଇଁ ଯାହା କରିଛନ୍ତି  ତାହା କୌଣସି ସରକାର ଦଶନ୍ଧି ଦଶନ୍ଧି ଧରି କରିନାହାଁନ୍ତି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । 

ଭାରତ ସରକାରଙ୍କ ଦକ୍ଷତା ବିକାଶ ଓ ଉଦ୍ୟମିତା ବିଭାଗ ସହାୟତାରେ ଦେଶରେ ପ୍ରଧାନମନ୍ତ୍ରୀ ସ୍ଵନିଧି ଯୋଜନାରେ ଲଭାନ୍ଵିତ ହୋଇଥିବା ଉଠାଦୋକାନୀ ଭାଇ ଭଉଣୀ ମାନଙ୍କ ସହ ଉଦ୍ୟମିତା ବିକାଶ  ନୂଆ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ଏହା ୭ଟି ରାଜ୍ୟର ବିଭିନ୍ନ ସହରରେ ଆରମ୍ଭ କରାଯାଉଛି, ଯେଉଁଥିରେ ଓଡ଼ିଶାର ସମ୍ବଲପୁର ମଧ୍ୟ ସାମିଲ ହୋଇଛି । ଏହି ପ୍ରକଳ୍ପ ଅଧୀନରେ ଆସାମରେ ଦିବ୍ରୁଗଡ, ଗୌହାଟି ଏବଂ କାଚାର, ମେଘାଳୟରେ ଶିଲଙ୍ଗ, ଉତ୍ତରପ୍ରଦେଶର କାନପୁର, ମଧ୍ୟପ୍ରଦେଶର ଇନ୍ଦୋର ସାମିଲ ରହିଛି । ସମୟାନୁକ୍ରମେ ଏହି ପ୍ରକଳ୍ପକୁ ଦେଶର ଅନ୍ୟ ସହରକୁ ମଧ୍ୟ ସାମିଲ କରାଯିବ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ଓଡ଼ିଶା ଖବର

ଏହି ପ୍ରକଳ୍ପକୁ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟର ଦୁଇଟି ଅଗ୍ରଣୀ ଅନୁଷ୍ଠାନ, ଯଥା ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଏଣ୍ଟରପ୍ରେନସିପ୍ ଆଣ୍ଡ ସ୍ମଲ ବିଜନେସ୍ ଡେଭଲପମେଣ୍ଟ (NIESBUD), ନୋଏଡା ଏବଂ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଏଣ୍ଟରପ୍ରେନରସିପ୍ (IIE), ଗୌହାଟି ଦ୍ୱାରା ପରିଚାଳିତ କରାଯାଉଛି। ଏହି ସଂସ୍ଥା ଗୁଡିକୁ ଚୟନ ହୋଇଥିବା ଉଠା ଦୋକାନୀ ଏବଂ କ୍ଷୁଦ୍ର ବ୍ୟବସାୟୀଙ୍କୁ ୨୨ ସପ୍ତାହ ପାଇଁ ପ୍ରଶିକ୍ଷଣ ଦେବେ ଯାହାଦ୍ଵାରା ସେମାନେ ନିଜେ ନିଜର ବ୍ୟବସାୟକୁ ଆହୁରି ଦୃଢ ଓ ପ୍ରଭାବୀ ରୂପେ ଚଲାଇ ପାରିବେ ।