Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ନକ୍ସାପାଲିରୁ ଧନୁପାଲି ଛକ ଏବଂ ଧନୁପାଲି ଛକରୁ ସିନ୍ଦୁରପଙ୍କ ରାସ୍ତାର ଉନ୍ନତିକରଣ ବ୍ୟବସ୍ଥାକୁ ମଞ୍ଜୁରୀ

Odisha

ନକ୍ସାପାଲିରୁ ଧନୁପାଲି ଛକ ଏବଂ ଧନୁପାଲି ଛକରୁ ସିନ୍ଦୁରପଙ୍କ ରାସ୍ତାର ଉନ୍ନତିକରଣ ବ୍ୟବସ୍ଥାକୁ ମଞ୍ଜୁରୀ

Jitendra Dash
Browse all articles by Jitendra Dash
·2 years ago·1 min read
ନକ୍ସାପାଲିରୁ ଧନୁପାଲି ଛକ ଏବଂ ଧନୁପାଲି ଛକରୁ ସିନ୍ଦୁରପଙ୍କ ରାସ୍ତାର ଉନ୍ନତିକରଣ ବ୍ୟବସ୍ଥାକୁ ମଞ୍ଜୁରୀ

ଅର୍ଗସ ବ୍ୟୁରୋ : କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁରୋଧକୁ ରକ୍ଷା କରି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ ଅନୁଗୋଳ-ସମ୍ବଲପୁର ଏନଏଚ୍-୫୫ ଅନ୍ତର୍ଗତ ନକ୍ସାପାଲିରୁ ଧନୁପାଲି ଛକ ଏବଂ ଧନୁପାଲି ଛକରୁ ସିନ୍ଦୁରପଙ୍କ ମଧ୍ୟରେ ନିର୍ମାଣଧୀନ ରାସ୍ତାର ଏକକାଳୀନ ଉନ୍ନତିକରଣ ଏବଂ ଷ୍ଟ୍ରିଟ୍ ଲାଇଟର ବ୍ୟବସ୍ଥା କରିବା ପାଇଁ ମଞ୍ଜୁରୀ ଦେଇଛନ୍ତି ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଗତ ନଭେମ୍ବର ୬ ତାରିଖରେ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ଶ୍ରୀ ଗଡକରୀଙ୍କୁ ପତ୍ର ଲେଖି ଏ ସମ୍ପର୍କରେ ଅବଗତ କରାଇବା ପାଇଁ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଥିଲେ । ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଥିଲେ ଯେ ନକ୍ସାପାଲିରୁ ଧନୁପାଲି ଛକ ଏବଂ ଧନୁପାଲି ଛକରୁ ସିନ୍ଦୁରପଙ୍କ ବାଇପାସ ରୋଡର ନିର୍ମାଣ କାମ ଜାରି ରହିଛି । ଲୋକଙ୍କ ଯାତାୟତ ସୁବିଧା ଓ କଲ୍ୟାଣ ପାଇଁ ଏହି ରାସ୍ତାର ଉନ୍ନତିକରଣ ଓ ଆଲୋକୀକରଣର ଆବଶ୍ୟକତା ଥିବା କେନ୍ଦ୍ରମନ୍ତ୍ରୀ ପତ୍ରରେ ଉଲ୍ଲେଖ କରିଥିଲେ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତେବେ ଏହି ଦୁଇ ରାସ୍ତା କାମର ଏକକାଳୀନ ଉନ୍ନତିକରଣ ଓ ବିଦ୍ୟୁତକରଣ କାମ ପାଇଁ ଅନୁମୋଦନ ମିଳିବା ଦ୍ୱାରା ସମ୍ବଲପୁର ସମେତ ପାଖାପାଖି ଜିଲ୍ଲାରେ ସଡ଼କ ଭିତ୍ତିଭୂମି ଅଧିକ ମଜଭୂତ୍ ହେବା ସହ ଗମନାଗମନ ସୁବିଧା ତ୍ୱରାନ୍ୱିତ ହେବ ଏବଂ ବ୍ୟବସାୟ ବଢିବା ସହ ସ୍ଥାନୀୟ ଅର୍ଥନୀତି ମଜଭୂତ୍ ହେବ । ସମ୍ବଲପୁର ସମେତ ପାଖାପାଖି ଅଞ୍ଚଳର ଜନସାଧାରଣମାନେ ବିଶେଷ ଉପକୃତ ହେବେ । ଜନସାଧାରଣଙ୍କ  ଯାତାୟତ ସୁବିଧାକୁ ପ୍ରାଥମିକତା ଦେବା ହେଉଛି ମୋଦିଙ୍କ ଗ୍ୟାରେଣ୍ଟି । ରାଜପଥର ବିକାଶକୁ ଗତି ଦେବା ପାଇଁ ମୋଦି ସରକାର ସବୁବେଳେ ପ୍ରତିଶ୍ରୁତିବଦ୍ଧ । ଅନୁରୋଧକୁ ରକ୍ଷା କରି ଏହି କାମକୁ ଅନୁମୋଦନ ଦେଇଥିବାରୁ ପ୍ରଧାନମନ୍ତ୍ରୀ ଓ ବିଭାଗୀୟ ମନ୍ତ୍ରୀଙ୍କୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି ।

Sponsored
The Union Minister of Road Transport and Highways submitted the request of Union Minister Dharmendra Pradhan | Argus News