Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ସମସ୍ତଙ୍କ ଯୋଗଦାନ ଅନୁଗୋଳ ସମେତ ଓଡ଼ିଶାରେ ଦଳୀୟ ସଂଗଠନକୁ ଆହୁରି ସୁଦୃଢ଼ କରିବ ବୋଲି କହିଲେ କେନ୍ଦ୍ରମନ୍ତ୍ରୀ

Odisha

ସମସ୍ତଙ୍କ ଯୋଗଦାନ ଅନୁଗୋଳ ସମେତ ଓଡ଼ିଶାରେ ଦଳୀୟ ସଂଗଠନକୁ ଆହୁରି ସୁଦୃଢ଼ କରିବ ବୋଲି କହିଲେ କେନ୍ଦ୍ରମନ୍ତ୍ରୀ

Jitendra Dash
Browse all articles by Jitendra Dash
·2 years ago·1 min read
ସମସ୍ତଙ୍କ ଯୋଗଦାନ ଅନୁଗୋଳ ସମେତ ଓଡ଼ିଶାରେ ଦଳୀୟ ସଂଗଠନକୁ ଆହୁରି ସୁଦୃଢ଼ କରିବ ବୋଲି କହିଲେ କେନ୍ଦ୍ରମନ୍ତ୍ରୀ

ଅର୍ଗସ ବ୍ୟୁରୋ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ତାଙ୍କ ନୂଆଦିଲ୍ଲୀ ସ୍ଥିତ ବାସଭବନରେ ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀର ୨ ନମ୍ବର ଜୋନର ପୋକତୁଙ୍ଗା ପଞ୍ଚାୟତର ବରିଷ୍ଠ କଂଗ୍ରେସ ନେତା ଫକୀର ମୋହନ ପ୍ରଧାନଙ୍କ ସମେତ ଅନେକ କଂଗ୍ରେସ ଓ ବିଜେଡ଼ି ଦଳର ସଦସ୍ୟମାନେ ବିଜେପିରେ ଯୋଗଦେଇଛନ୍ତି ।  

ଅଧିକ ପଢନ୍ତୁ ଓଡ଼ିଶା ଖବର

ସମସ୍ତଙ୍କୁ ଦଳରେ ସ୍ୱାଗତ କରିବା ସହ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୀତି ଆଦର୍ଶ ଓ ଜନକଲ୍ୟାଣକାରୀ ଯୋଜନାରେ ଅନୁପ୍ରାଣିତ ହୋଇ ଦଳରେ ସାମିଲ ହୋଇଥିବାରୁ ଧନ୍ୟବାଦ । ସମସ୍ତଙ୍କ ଯୋଗଦାନ ଅନୁଗୋଳ ସମେତ ଓଡ଼ିଶାରେ ଦଳୀୟ ସଂଗଠନକୁ ଆହୁରି ସୁଦୃଢ଼ କରିବ । ରାଜ୍ୟରେ ପ୍ରଧାନମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବା ପାଇଁ କାର୍ଯ୍ୟକର୍ତ୍ତାମାନଙ୍କୁ ପରିଶ୍ରମ କରିବା ଏବଂ ତାଙ୍କର ବିକାଶର ନାରା ଓ କଲ୍ୟାଣକାରୀ ଯୋଜନାକୁ ଘରେ ଘରେ ପହଞ୍ଚାଇବା ପାଇଁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଥିଲେ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହି ମିଶ୍ରଣ ପର୍ବରେ ପୋକତୁଙ୍ଗା ସେବା ସମବାୟ ସମିତିର ସଭାପତି ମାମିଲତା ପ୍ରଧାନ, କଂଗ୍ରେସ ନେତା ରଞ୍ଜନ ସାହୁ, ବିଜେଡି ନେତା ଦେବାଞ୍ଜନ ଦେହୁରୀ ଯୋଗଦେଇଥିଲେ । ସେହିପରି ଅଜୟ ପ୍ରଧାନ, ଅମର ବେହେରା, ସୁଶାନ୍ତ ସାହୁ, ଦୁଷ୍ମନ୍ତ ପ୍ରଧାନ, ଅରୁଣ ପ୍ରଧାନଙ୍କ ସମେତ କଂଗ୍ରେସ ଓ ବିଜେଡି ଦଳର ସଦସ୍ୟମାନେ ସାମିଲ ହୋଇଥିଲେ ।

Sponsored
The union minister said that everyone's participation will further strengthen the party organization in Odisha, including angul | Argus News