Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଅନେକ ବିଜେଡି ଓ କଂଗ୍ରେସ କର୍ମୀ, ସମାଜସେବୀ ଓ ସମର୍ଥକଙ୍କୁ ଦଳରେ ସ୍ୱାଗତ କଲେ କେନ୍ଦ୍ରମନ୍ତ୍ରୀ

Odisha

ଅନେକ ବିଜେଡି ଓ କଂଗ୍ରେସ କର୍ମୀ, ସମାଜସେବୀ ଓ ସମର୍ଥକଙ୍କୁ ଦଳରେ ସ୍ୱାଗତ କଲେ କେନ୍ଦ୍ରମନ୍ତ୍ରୀ

Jitendra Dash
Browse all articles by Jitendra Dash
·2 years ago·1 min read
ଅନେକ ବିଜେଡି ଓ କଂଗ୍ରେସ କର୍ମୀ, ସମାଜସେବୀ ଓ ସମର୍ଥକଙ୍କୁ ଦଳରେ ସ୍ୱାଗତ କଲେ କେନ୍ଦ୍ରମନ୍ତ୍ରୀ

ଅର୍ଗସ ବ୍ୟୁରୋ : ୪ ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଜି ଦ୍ବିତୀୟ ଦିନରେ ଢେଙ୍କାନାଳରେ ଆୟୋଜିତ ମିଶ୍ରଣ ପର୍ବରେ ସାମିଲ୍ ହୋଇଥିଲେ କେନ୍ଦ୍ରମନ୍ତ୍ରୀ । ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କର ପୂର୍ବତନ ସଭାପତି ଡ. ଅକ୍ଷୟ କୁମାର ମହାନ୍ତି, ସ୍ବନାମଧନ୍ୟ ଡା.ଶାନ୍ତିଭୂଷଣ ପଣ୍ଡାଙ୍କ ସମେତ ଅନେକ ବିଜେଡି ଓ କଂଗ୍ରେସ କର୍ମୀ, ସମାଜସେବୀ ଓ ସମର୍ଥକ ବିଜେପିରେ ସାମିଲ୍ ହୋଇଛନ୍ତି । 

ପ୍ରଧାନମନ୍ତ୍ରୀଙ୍କ ଦୃଢ ନେତୃତ୍ବ ଓ ‘ସବକା ସାଥ୍-ସବକା ବିକାଶ’ ମନ୍ତ୍ରରେ ଆସ୍ଥା ପ୍ରକଟ କରି ଦଳରେ ଯୋଗଦେଇଥିବାରୁ ସମସ୍ତଙ୍କୁ ସ୍ବାଗତ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପରେ ଅନୁଗୋଳ ଜିଲ୍ଲା କଣିହାଁ ଗସ୍ତ କରି ଏନଟିପିସି ବାଇପାସଠାରେ ସହିଦଙ୍କ ସ୍ତମ୍ଭରେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ କେନ୍ଦ୍ରମନ୍ତ୍ରୀ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେହିପରି କଣିହାଁ ବିଦ୍ୟାଳୟରେ ସ୍ବାଧୀନତା ସଂଗ୍ରାମୀ ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ପବିତ୍ର ମୋହନ ପ୍ରଧାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ଏଠାରେ କେନ୍ଦ୍ରମନ୍ତ୍ରୀଙ୍କୁ ବିପୁଳ ସମ୍ବର୍ଦ୍ଧନା ସହ ସ୍ବାଗତ କରାଯାଇଥିଲା । ପରେ ନାଲମ ଗାଁର କୁଳଦେବତା ନୃସିଂହ ମହାପ୍ରଭୁଙ୍କ ଦର୍ଶନ ସହ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ ଧର୍ମେନ୍ଦ୍ର ପ୍ରଧାନ ।

Sponsored
The Union Minister welcomed many BJ and Congress workers, social workers and supporters to the party | Argus News