Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଚାଲି ଚାଲି ନିଜ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିଛନ୍ତି ରେଳମନ୍ତ୍ରୀ

Odisha

ଚାଲି ଚାଲି ନିଜ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିଛନ୍ତି ରେଳମନ୍ତ୍ରୀ

Jitendra Dash
Browse all articles by Jitendra Dash
·1 year ago·1 min read
ଚାଲି ଚାଲି ନିଜ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିଛନ୍ତି ରେଳମନ୍ତ୍ରୀ

ଅର୍ଗସ ବ୍ୟୁରୋ : ବାଲେଶ୍ୱରରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପ୍ରଚାର । ସକାଳୁ ସକାଳୁ ପ୍ରଚାର ଆରମ୍ଭ କରିଦେଇଛନ୍ତି ରେଳମନ୍ତ୍ରୀ । ଚାଲି ଚାଲି ସଦର ମହକୁମାର ୧ ନମ୍ବର ୱାର୍ଡରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିଛନ୍ତି । ଅଶ୍ୱିନୀ ବୈଷ୍ଣବଙ୍କ ସହ ବାଲେଶ୍ୱର ସାଂସଦ ପ୍ରାର୍ଥୀ ପ୍ରତାପ ଷଡଙ୍ଗୀ, ସଦର ବିଧାୟକ ପ୍ରାର୍ଥୀ ମାନସ ଦତ୍ତ ମଧ୍ୟ ସାମିଲ ହୋଇଛନ୍ତି । ରେଳ ମନ୍ତ୍ରୀଙ୍କୁ ଦେଖି ଲୋକଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଥିଲା । ଫୁଲ, ଚନ୍ଦନରେ ବନ୍ଦାପନା କରି ଲୋକେ ସ୍ୱାଗତ କରିଥିଲେ ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ରାଜ୍ୟରେ ଶାସକ କରୁଥିବା ବିଜେଡି ସରକାର କୌଣସି ବିକାଶ ମୁଳକ କାର୍ଯ୍ୟ ନକରି କେବଳ କେନ୍ଦ୍ର ସରକାରଙ୍କ ଯୋଜନାରେ ନିଜର ଷ୍ଟିକର ଲଗାଇ ବାହା ବାହା ନେବାକୁ ଚେଷ୍ଟା କରିଛି ବଜେଡି ସରକାର ବୋଲି କହିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ । ରାଜ୍ୟର ବିକାଶ ପାଇଁ କେବଳ ବିଜେପି ଏକମାତ୍ର ବିକଳ୍ପ ବୋଲି ମଧ୍ୟ କହିଛନ୍ତି । ତେଣୁ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ଦୁଇଟି ପଦ୍ମଫୁଲ ଚିହ୍ନରେ ଭୋଟ ଦେବାପାଇଁ ନିବେଦନ କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The Union Railway Minister has asked for votes for his party's candidates | Argus News