ଦୁଇ ଜଣ ଚୋରଙ୍କୁ କାବୁକଲେ ଗ୍ରାମବାସୀ

ଅର୍ଗସ ବ୍ୟୁରୋ : ଚୋରି କରୁଥିବା ସମୟରେ ଦୁଇ ଜଣ ଚୋରଙ୍କୁ କାବୁ କରି ପୋଲିସକୁ ଜିମା ଦେଲେ ଗ୍ରାମବାସୀ । ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ନାରାୟଣପୁର ପଞ୍ଚାୟତର ଡେଙ୍ଗିଶିଳା ଗାଁରେ ତିନି ଜଣ ମହିଳା କୌଣସି କାର୍ଯ୍ୟରେ ସୁଳିପଦର ଗ୍ରାମକୁ ଯାଉଥିବା ବେଳେ ଗ୍ରାମଠାରୁ ୧୦୦ମିଟର ଦୂରରେ ତିନିଜଣ ଦୁର୍ବୁତ୍ତ ବାଇକରେ ଆସି ମହିଳାଙ୍କ କାନର କାନ ଫୁଲ ଟାଣି ନେଇଥିଲେ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଏହାକୁ ନେଇ ମହିଳା ମାନେ ଚିତ୍କାର କରିଥିଲେ ଚିତ୍କାର ଶୁଣି ଆଖ ପାଖର ଲୋକ ଘଟଣା ସ୍ଥଳକୁ ପହଞ୍ଚି ତିନି ଦୁର୍ବୁତ୍ତ ମଧ୍ୟରୁ ଦୁଇ ଜଣକୁ କାବୁ କରିବାରେ ସଫଳ ହୋଇଥିଲେ । ଅନ୍ୟ ଜଣେ ସେଠାରୁ ଖସି ପଳାଇ ଥିଲେ । ପୋଲିସ ଏସଆଇ ଶିବ ପ୍ରସାଦ ସାହୁ ଘଟଣା ସ୍ଥଳରେ ପହଞ୍ଚି ଦୁଇ ଦୁର୍ବୁତ୍ତକୁ ଥାନାକୁ ଆଣି ପଚରାଉଚରା କରିଥିଲେ ।
ଉକ୍ତ ଯୁବକ ଚୋରି କରିଥିବା ପୋଲିସ ପାଖରେ ସ୍ୱୀକାର କରିବା ସହ ବିହାର ରାଜ୍ୟ ବଗଲପୁର ଜିଲ୍ଲା ଜଗଦୀଶ ପୁର ଥାନାର ହଲୁଆ ଗାଁର ବାଲି ସାଙ୍କ ପୁଅ ଦିଲ୍ଲୀପ ସା, ଅନ୍ୟ ଜଣେ ଓଡିଶା ସମ୍ବଲପୁର ଜିଲ୍ଲା ସଦର ଆଇନ୍ତାପୁର ଥାନାର ନରେଶ ପ୍ରସାଦ ସାଙ୍କ ପୁଅ ରକି କୁମାର ସା ବୋଲି ପରିଚୟ ଦେଇଥିବା ପୋଲିସ ସୂଚନା ଦେଇଛି ।