Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଟ୍ରେନରୁ ଚୋରି ବେଳେ ଧରା ପଡିଲେ ମହିଳା

Swayangprajna Mishra
Browse all articles by Swayangprajna Mishra
·2 years ago
ଟ୍ରେନରୁ ଚୋରି ବେଳେ ଧରା ପଡିଲେ ମହିଳା

ବାଲେଶ୍ବର : ଚଳନ୍ତା ଟ୍ରେନରୁ ଛିନ୍ତାଇ। ଚୋରି କରୁଥିବା ମହିଳାଙ୍କୁ କାବୁ କରି ପୋଲିସରେ ଜିମା ଦେଲେ ସ୍ଥାନୀୟ ଲୋକେ । ସୋର ଥାନା ସାଲମପୁର ଗ୍ରାମର ଜୟନ୍ତୀ ବେହେରା ତାଙ୍କ ପରିବାର ସହ ଭୁବନେଶ୍ୱରରୁ ସୋର ଅଭିମୁଖେ ଜନସତାବ୍ଦୀ ଟ୍ରେନରେ ଆସୁଥିଵା ବେଳେ ସୋର ଷ୍ଟେସନର କିଛି ବାଟ ପୂର୍ବରୁ ଷ୍ଟେସନରେ ଓହ୍ଲାଇବାକୁ ଠିଆ ହୋଇଥିବା ବେଳେ ଜଣେ ମହିଳା ତାଙ୍କ ଭ୍ୟାନିଟ ବ୍ୟାଗରୁ ଟଙ୍କା ଚୋରି କରିଥିଲେ। 

ଅଧିକ ପଢନ୍ତୁ ଓଡିଶା ଖବର

ଏହା ଜାଣିପାରି ଜୟନ୍ତୀ ତାଙ୍କୁ ଖୋଜିବାରୁ ମହିଳା ଜଣଙ୍କ ଶୌଚଳୟକୁ ପଶିଯାଇଥିଲେ। ପରେ ସୋର ଷ୍ଟେସନରେ ସ୍ଥାନୀୟ ଲୋକେ ମହିଳାଙ୍କୁ କାବୁ କରି ତାଙ୍କ ନିକଟରୁ ଚୋରି ହୋଇଥିବା ୬୦୦୦ ଟଙ୍କା ଜବତ କରି ସୋର ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମହିଳା ଦୁଇଜଣଙ୍କୁ ଥନାରେ ଅଟକ ରଖିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The woman was caught while stealing from the train | Argus News