Videos
|
Odisha

ଆରମ୍ଭ ହେଲା ବିଶ୍ଵ ପ୍ରସିଦ୍ଧ ଓଳାଶୁଣୀ ଗୁମ୍ଫା ମହୋତ୍ସବ

Swayangprajna Mishra
Browse all articles by Swayangprajna Mishra
·2 years ago
ଆରମ୍ଭ ହେଲା ବିଶ୍ଵ ପ୍ରସିଦ୍ଧ ଓଳାଶୁଣୀ ଗୁମ୍ଫା ମହୋତ୍ସବ

ଯାଜପୁର : ଆଜିଠାରୁ ଆରମ୍ଭ ହେଲା ଯାଜପୁର ଜିଲ୍ଲା ବଡ଼ଚଣା ସ୍ଥିତ ବିଶ୍ଵ ପ୍ରସିଦ୍ଧ ଓଳାଶୁଣୀ ଗୁମ୍ଫା ଯାତ୍ରା,ଏହା ବାର ଦିନ ଧରି ଚାଲୁ ରହିବ,ଗତ କାଲି ସନ୍ଧ୍ୟାରେ ମହାପୁରୁଷଙ୍କ କେଶ ଲଳିତଗିରି ଗ୍ରାମରୁ ବାହାରି ଓଳାଶୁଣୀ ଗୁମ୍ଫା ପାହାଡ଼ ମହାପୁରୁଷଙ୍କ ପବିତ୍ର ପୀଠ ପରିକ୍ରମା କରିଥିଲା,ଏହା ଦଶମୀ ତିଥିରେ ମହାପୁରୁଷଙ୍କ କେଶ ଯାତ୍ରା ଅନୁଷ୍ଠିତ ହୋଇଥାଏ । ଉତ୍ସବ ମୁଖର ହୋଇ ଉଠିଛି ଓଳାଶୁଣୀ ପାହାଡ଼,ସ୍ଥାନୀୟ ଜିଲ୍ଲା ପ୍ରଶାସନ ଦର୍ପଣ ତହସିଲ ବାଲିଚନ୍ଦ୍ରପୁର ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଅଛି ।

ଅଧିକ ପଢନ୍ତୁ ଓଡିଶା ଖବର

ପ୍ରଶାସନ ପକ୍ଷରୁ ଅସ୍ଥାୟୀ ଆଲୋକି ବ୍ୟବସ୍ଥା ସୁରକ୍ଷା ନିମନ୍ତେ ଶିଶି କ୍ୟାମେରା ଅଗ୍ନି ସମ ବିଭାଗ ଡାକ୍ତରୀ ଟିମ୍ ନିୟୋଜିତ କରି ସୁରକ୍ଷା ଦିଗରେ ପ୍ରଶାସନ ସଜାଗ ରହିଛି,ଏହି ଗୁମ୍ଫା ଯାତ୍ରାରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ଦେଖିବା ପାଇଁ ମିଳିଥାଏ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
The world famous Olasuni Festival begins | Argus News