Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସାମାନ୍ୟ କଥାକୁ ନେଇ ତିନିଜଣ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

Jitendra Dash
Browse all articles by Jitendra Dash
·2 years ago·1 min read
ସାମାନ୍ୟ କଥାକୁ ନେଇ ତିନିଜଣ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

ଅର୍ଗସ ବ୍ୟୁରୋ : ପୁରୀ ଜିଲ୍ଲା ବାସେଳୀ ସାହି ଥାନା ମଙ୍ଗଳା ଘାଟରୁ ତିନି ଜଣଙ୍କୁ ଟେକି ନେଇ ଦୁର୍ବୃତ୍ତଙ୍କ ମରଣାନ୍ତକ ଆକ୍ରମଣ । ଆହତ ତିନି ଜଣ ଚନ୍ଦନପୁରର ସାଗର ବେହେରା, ପ୍ରକାଶ ସାହୁ ଓ ଅଭିନାଶ ସାହୁ । ସେମାନଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ପୁରୀ ମଙ୍ଗଳାଘାଟ ସ୍ଥିତ ଏକ ହୋଟେଲରେ ଖାଉଥିଲେ ପ୍ରକାଶ । ଏହି ସମୟରେ ଜଣେ ସ୍ଥାନୀୟ ଯୁବକ ପ୍ରକାଶଙ୍କ ଗୁପ୍ତାଙ୍ଗକୁ ସ୍ପର୍ଶ କରିଥିଲେ । ଏହାକୁ ବିରୋଧ କରିବାରୁ ଯୁବକ ଓ ତାହା ସହଯୋଗୀ ମାନେ ପ୍ରକାଶ ସହ ଝଗଡା କରିଥିଲେ ।

ଅଧିକ ପଢନ୍ତୁ ଓଡ଼ିଶା ଖବର

କିଛି ସମୟ ପରେ ଅଭିନାଶ ଓ ସାଗର ହୋଟେଲରେ ପହଞ୍ଚିଥିଲେ । ତିନି ଜଣ ବାଟରେ ଚାଲିଚାଲି ଆସୁଥିବାବେଳେ ଝଗଡା କରିଥିବା ଯୁବକମାନଙ୍କ ସହ ଭେଟ ହୋଇଥିଲା । ପୂର୍ବ ଘଟଣା ସମ୍ପର୍କରେ ସେମାନଙ୍କୁ ପଚାରି ତିନି ଜଣ ଆକ୍ରମଣର ଶିକାର ହୋଇଥିଲେ । ଯୁବକମାନେ ତିନି ଜଣଙ୍କୁ ନିକଟସ୍ଥ ଆପାର୍ଟମେଣ୍ଟକୁ ଉଠାଇ ନେଇ ଅଟକ ରଖିବା ସହ ମାରପିଟ କରିଥିଲେ । ଯାହା ଫଳରେ ତିନି ଜଣ ଯୁବକ ଆହତ ହୋଇଥିଲେ । ବାସେଳୀସାହି ଥାନା ଖବର ପାଇ ତିନି ଜଣଙ୍କୁ ଉଦ୍ଧାର କରି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The young man was picked up for a trivial matter and attacked fatally | Argus News