Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଯୁବକଙ୍କୁ ହତ୍ୟା

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଯୁବକଙ୍କୁ ହତ୍ୟା

ସମ୍ବଲପୁର : ସମ୍ବଲପୁର ସହର ମଝିରେ ଦିନ ଦ୍ବିପ୍ରହରେ ହତ୍ୟାକାଣ୍ତ ।  ଟାଉନ ଥାନା ଅନ୍ତର୍ଗତ ଠେଲକୋପଡାରେ ଯୁବକଙ୍କୁ କାଠ ଫାଲିଆ ଓ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରି ଦେଲେ ଦୁବୁର୍ତ୍ତ l ମୃତ ଯୁବକ ହେଲେ ଠେଲକୋପଡା ସୋନି ଷଣ୍ଢ। ମଧ୍ୟାନ୍ନରେ ଠେଲକୋପଡା ରେ ଥିବା ୪ ରୁ ୫ ଜଣ ଯୁବକଙ୍କ ସହ କୌଣସି କାରଣ ନେଇ ମୃତ ଯୁବକଙ୍କ ସୋନିଙ୍କ ଝଗଡା ହୋଇଥିଲା l  ଝଗଡା ପରେ ଏକ ବ୍ଯାଟେନରେ ବାଡେଇବା ସହ  ଓ ଧାରୁଆସ୍ତ୍ରରେ ସୋନିକୁ ଆକ୍ରମଣ କରାଯାଇଥୁଲା ।

ଅଧିକ ପଢନ୍ତୁ ଓଡିଶା ଖବର

ପରେ ଗୁରୁତର ଅବସ୍ଥାରେ ସୋନିଙ୍କୁ ସମ୍ବଲପୁର ମେଡିକାଲ କୁ ନିଆଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ତେବେ ହତ୍ଯାକାଣ୍ଡ ଘଟଣା ପରେ ଘଟଣା ସ୍ଥଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଯିବା ବେଳେ ବହୁ ସଂଖ୍ୟାରେ ପୋଲିସ ଫୋର୍ସ ଘଟଣାସ୍ଥଳରେ ମୂତୟନ ହୋଇଛନ୍ତି | ଅନ୍ୟପକ୍ଷରେ ହତ୍ୟାକାଣ୍ଡ ଘଟଣା ପରେ ଏସଡିପିଓ ତୋଫାନ ବାଗ ଘଟଣା ସ୍ଥଲକୁ ପରିଦର୍ଶନ କରିବା ସହ ପରିସ୍ଥିତି କୁ ଅନୁଧ୍ୟାନ କରିଥିଲେ। ତେବେ ଖୁବ୍ ଶିଘ୍ର ହତ୍ୟାକାରୀ ଙ୍କୁ ଗିରଫ କରାଯିବ ବୋଲି ଏସଡିପିଓ ସୁଚନା ଦେଇଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The youth was attacked and killed with a sharp weapon | Argus News