Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଜଙ୍ଗଲରେ ଲାଗିଛି ନିଆଁ, ବିପଦରେ ବନ୍ୟଜନ୍ତୁ

Swayangprajna Mishra
Browse all articles by Swayangprajna Mishra
·2 years ago
ଜଙ୍ଗଲରେ ଲାଗିଛି ନିଆଁ, ବିପଦରେ ବନ୍ୟଜନ୍ତୁ

ନବରଙ୍ଗପୁର : ଜଳୁଛି ଜଙ୍ଗଲ, ବିପଦରେ ବନ୍ୟଜନ୍ତୁ । ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ତହୋରା ଅର୍ଜୁନପାଣି ଜଙ୍ଗଲରେ ନିଆଁ । ବଡ ବଡ ଗଛ ଜଳି ନଷ୍ଟ ହେବା ସହ ଜୀବଜନ୍ତୁ ମୃତ୍ୟୁମୁଖକୁ ଟାଣି ହୋଇଯାଉଛନ୍ତି । ଉକ୍ତ ଜଙ୍ଗଲରେ ଦୁଇ ଦିନ ହେଲା ନିଆଁ ଲାଗିଛି । ପ୍ରତିବର୍ଷ ଏହି ସମୟରେ ଜଙ୍ଗଲରେ ନିଆଁ ଲାଗୁଥିବାବେଳେ ବନବିଭାଗ ଆଗୁଆ ସଚେତନ ହେଉନାହାନ୍ତି ।

ଅଧିକ ପଢନ୍ତୁ ଓଡିଶା ଖବର

ବନ କର୍ମଚାରୀଙ୍କ ଖାମ ଖିଆଲ ଯୋଗୁଁ ବିଭାଗ ପାଖରେ ଖବର ବିଳମ୍ବରେ ପହଞ୍ଚିଛି। ଏତିକିରେ ଅନୁମାନ କରାଯାଉଛି ଉମରକୋଟ ବନ କର୍ମଚାରୀ କେତେ ତତ୍ପର। ଘଟଣାକୁ ନେଇ ରେଞ୍ଜର ଦେବସ୍ମିତା ସାହୁ ଙ୍କୁ ଯୋଗାଯୋଗ କରିଥିଲୁ। ସେ କହିଛନ୍ତି ଜଙ୍ଗଲ ରେ ନିଆଁ ଲାଗିବା ଖବର ଆଜି ଅପରାହ୍ନରେ ମୁଁ ପାଇଲି ଜଙ୍ଗଲରେ ନିଆଁ ଲାଗିଥିବା ସ୍ଥାନକୁ ସ୍କାଡ ପଠାଯାଇଛି। ଅତିଶିଘ୍ର ନିଆଁ ଲିଭାଜିବ ବୋଲି କହିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
There is a fire in the forest, wildlife is in danger | Argus News