Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସ୍ଥାଣୁତାର ସ୍ଥାନ ନାହିଁ, ଓଡିଶାର ବିକାଶ ପାଇଁ ମୋଦି ଗ୍ୟାରେଂଟି ଏକମାତ୍ର ବିକଳ୍ପ : ମନମୋହନ ସାମଲ

Jitendra Dash
Browse all articles by Jitendra Dash
·2 years ago·2 min read
ସ୍ଥାଣୁତାର ସ୍ଥାନ ନାହିଁ, ଓଡିଶାର ବିକାଶ ପାଇଁ ମୋଦି ଗ୍ୟାରେଂଟି ଏକମାତ୍ର ବିକଳ୍ପ : ମନମୋହନ ସାମଲ

ଅର୍ଗସ ବ୍ୟୁରୋ : ନୂଆଦିଲ୍ଲୀରେ ଆୟୋଜିତ ଦୁଇ ଦିନିଆ ରାଷ୍ଟ୍ରୀୟ ଅଧିବେଶନ ଦଳର କାର୍ଯ୍ୟକର୍ତାଙ୍କୁ ଅଶେଷ ଶକ୍ତି, ଉତ୍ସାହ ପ୍ରଦାନ କରିଛି । ସ୍ୱଳ୍ପ ସମୟର ଅଧିବେଶନ ସମସ୍ତଙ୍କ ଭିତରେ ଉତ୍ସାହଭରି ଦେଇଥିଲା । ଦଳକୁ ଜିତାଇ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କୁ ତୃତୀୟଥର ପ୍ରଧାନମନ୍ତ୍ରୀ ଆସନରେ ଅଭିଷିକ୍ତ କରିବାକୁ ଅଧିବେଶନରେ ସମସ୍ତ କାର୍ଯ୍ୟକର୍ତା ସଂକଳ୍ପ ନେଇଛନ୍ତି ଏବଂ ତାକୁ ତୃଣମୂଳ ଓ ବୁଥ୍‌ସ୍ତର ପର୍ଯ୍ୟନ୍ତ ନେବେ ବୋଲି ନିଷ୍ପତି ନେଇଛନ୍ତି । ଓଡିଶାରେ ମଧ୍ୟ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତାରେ ବିଜେପି ସରକାର ଗଢ଼ିବ । ଦୁଇ ଦିନିଆ ରାଷ୍ଟ୍ରୀୟ ଅଧିବେଶନରେ ଓଡ଼ିଶାର ରାଜନୈତିକ ପ୍ରସଙ୍ଗରେ କେନ୍ଦ୍ରୀୟ ନେତୃତ୍ୱଙ୍କ ସହିତ ସମ୍ପୂର୍ଣ୍ଣ ରଣନୀତି ନେଇ ଆଲୋଚନା ହୋଇଛି ବୋଲି ରାଷ୍ଟ୍ରୀୟ ଅଧିବେଶନରେ ଯୋଗ ଦେଇ ଭୁବନେଶ୍ୱର ପ୍ରତ୍ୟାବର୍ତନ କରିବା ଅବସରରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ସୂଚନା ଦେଇଛନ୍ତି ।

“ବିକଶିତ ଭାରତ ଗଠନ” ଓ ମୋଦିଙ୍କ ଗ୍ୟାରେଂଟି ଲୋକଙ୍କ ମନରେ ଆତ୍ମବିଶ୍ୱାସ ବଢ଼ାଇଛି ।  ପୁଣି ଏଥର “ମୋଦି ସରକାର, ଓଡିଶାରେ ବିଜେପି ସରକାର” ଗଠନ ହେବ । ମୋଦି ଗ୍ୟାରେଂଟିର ସୁଲାଭରୁ ବଂଚିତ ଓଡିଶାବାସୀ । ବିଗତ ୧୦ବର୍ଷର ମୋଦି ଗ୍ୟାରେଂଟିର ସୁଲାଭ, ଓଡିଶାର ଶେଷ ପାହାଚରେ ଛିଡା ହୋଇଥିବା ବ୍ୟକ୍ତି ପାଖରେ ପହଁଚାଇବାର ଦାୟୀତ୍ୱ ହେଉଛି ବିଜେପି କାର୍ଯ୍ୟକର୍ତାଙ୍କର । ମୋଦି ଗ୍ୟାରେଂଟିର ବାଧକ ଏବଂ ବାଧା ସୃଷ୍ଟିକାରୀଙ୍କୁ କେବେ ହେଲେ କ୍ଷମା ଦେବେ ନାହିଁ ଓଡିଶାବାସୀ । ମୋଦି ଗ୍ୟାରେଂଟିର ବାଧକ ଏବଂ ବାଧା ସୃଷ୍ଟିକାରୀଙ୍କୁ ହଟାଇବାର ଦାୟୀତ୍ୱ ହେଉଛି ଓଡିଶାବାସୀଙ୍କର । ସ୍ଥାଣୁତାର ସ୍ଥାନ ନାହିଁ, ଓଡିଶାର ବିକାଶ ପାଇଁ ମୋଦି ଗ୍ୟାରେଂଟି ଏକମାତ୍ର ବିକଳ୍ପ । ଓଡିଶାବାସୀଙ୍କ ସମର୍ଥନ ବଳରେ ବିଜେପି ସମସ୍ତ ବାଧା ଦୂର କରିବାରେ ସଫଳ ହେବ ଓ “ଓଡ଼ିଶାରେ ଡବଲ ଇଞ୍ଜିନ” ସରକାର ଗଠନ କରିବ ବୋଲି ଶ୍ରୀ ସାମଲ କହିଛନ୍ତି ।

ବିଜେପି କାର୍ଯ୍ୟକର୍ତା ଆଧାରିତ ଦଳ । ଅନୁଭବ, ଅଭିଜ୍ଞତା ଓ ଅନୁଭୂତିରେ ତୃଣମୂଳସ୍ତରରେ ସାଧାରଣ ନିର୍ବାଚନ ଲଢ଼ିବ । ଯଶସ୍ୱୀ ପ୍ରଧାନମନ୍ତ୍ରୀ ମାଦିଜୀ ୨୦୪୭ ମସିହା ସୁଦ୍ଧା ପୂରା ଭାରତ ବର୍ଷକୁ ସମ୍ପୂର୍ଣ୍ଣ ବିକଶିତ କରି ବିଶ୍ୱଗୁରୁ କରିବାର ଯେଉଁ ସଂକଳ୍ପ ନେଇଛନ୍ତି ତାହା ପୂରଣ ହେବ । ଭାରତବର୍ଷ ଅର୍ଥନୈତିକ ଶକ୍ତିରେ ବିଶ୍ୱରେ ତୃତୀୟ ସ୍ଥାନକୁ ଉନ୍ନିତ ହେବା ପାଇଁ ମୋଦି ଚେଷ୍ଟା ଚଳାଇଛନ୍ତି । ଭାରତକୁ ଚରମ ଶିଖରରେ ପହଂଚାଇବା ପାଇଁ ମୋଦିଜୀ ନିଷ୍ଠାର ସହ ପ୍ରୟାସରତ ଅଛନ୍ତି । ତାଙ୍କ ଏହି ଅଭିପ୍ସାକୁ ଦଳର ପ୍ରତିଟି ନେତା ଏବଂ କାର୍ଯ୍ୟକର୍ତା ନିଶ୍ଚିତ ପୂରଣ କରି ଦେଖାଇବେ ବୋଲି ଶ୍ରୀ ସାମଲ କହିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ଓଡ଼ିଶା ଖବର

ବିଗତ ଦିନରେ ପ୍ରଧାନମନ୍ତ୍ରୀ ଓଡ଼ିଶା ଆସିଥିଲେ ଓ ଏହାପରେ ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ମଧ୍ୟ ଓଡ଼ିଶା ଆସିଥିଲେ । ସେହିପରି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ ଆସନ୍ତା କାଲି ୨୨ ତାରିଖ ଦିନ ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି । ଶ୍ରୀ ସିଂହ ନବରଙ୍ଗପୁର, ବ୍ରହ୍ମପୁର ଓ ବାରିପଦା ଗସ୍ତ କରିବେ । ବ୍ରହ୍ମପୁରରେ ଆୟୋଜିତ କର୍ମୀ ସମ୍ମିଳନୀରେ ସାମିଲ ହୋଇ ୨୦୨୪ ନିର୍ବାଚନ ରଣନୀତି ବାବଦରେ ସମ୍ବୋଧନ କରିବେ । ଅଳ୍ପଦିନ ଭିତରେ ପୁଣିଥରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଓଡିଶା ଆସି ଜଗନ୍ନାଥଙ୍କୁ ଦର୍ଶନ କରି ଚଣ୍ଡିଖୋଲ ଜନସାଧାରଣ ସଭାରେ ଭାଷଣ ଦେବେ ବୋଲି ଶ୍ରୀ ସାମଲ ସୂଚନା ଦେଇଛନ୍ତି ।
 

Sponsored
There is no room for stability, the Modi guarantee is the only option for the development of Odisha | Argus News