ବିଧାନସଭାରେ କଂଗ୍ରେସ ଓ ବିଜେଡି ବିଧାୟକଙ୍କ ବିରୋଧରେ ଆସିଲା ନିନ୍ଦା ପ୍ରସ୍ତାବ
·1 year ago·1 min read

ଅର୍ଗସ ବ୍ୟୁରୋ : ବିଧାନସଭାରେ କଂଗ୍ରେସ ଓ ବିଜେଡି ବିଧାୟକଙ୍କ ବିରୋଧରେ ଆସିଲା ନିନ୍ଦା ପ୍ରସ୍ତାବ। ବିଧାନସଭାରେ ବିଶୃଙ୍ଖଳା ଓ ବାଚସ୍ପତିଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେଇଥିବାରୁ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି, ବିଜେଡି ବିଧାୟକ ବ୍ରଜ ପ୍ରଧାନ ଓ ଧ୍ରୁବ ସାହୁଙ୍କ ବିରୋଧରେ ନିନ୍ଦା ପ୍ରସ୍ତାବ ଆଗତ କରିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ। ସଂପୃକ୍ତ ବିଧାୟକମାନଙ୍କୁ ନିନ୍ଦା ଓ ଭର୍ତ୍ସନା କରାଯାଇଛି।
ଅଧିକ ପଢନ୍ତୁ ଓଡିଶା ଖବର
ସେପଟେ ନିନ୍ଦା ପ୍ରସ୍ତାବକୁ ବିରୋଧ କରି ଉଭୟ ବିଜେଡି ଓ କଂଗ୍ରେସ ବିଧାୟକମାନେ ବିଧାନସଭାରେ ହଟ୍ଟଗୋଳ କରିଛନ୍ତି। ବାଚସ୍ପତିଙ୍କ ପୋଡ଼ିୟମ ତଳେ ବିରୋଧୀ ସଦସ୍ୟମାନେ ନାରାବାଜି କରିଛନ୍ତି। ବିଜେଡି ବିଧାୟକ ଧ୍ରୁବ ସାହୁ ଗୃହ ମଝିରେ ଧାରଣାରେ ବସିଛନ୍ତି। ବିରୋଧୀଙ୍କୁ ଗୃହରେ କହିବା ପାଇଁ ବିରୋଧୀ ସଦସ୍ୟମାନଙ୍କୁ କେତେ ସୁଯୋଗ ଦିଆଯାଇଛି ଏବଂ ସରକାରୀ ଦଳର ସଦସ୍ୟଙ୍କୁ କେତେ ସୁଯୋଗ ଦିଆଯାଇଛି, ତାର ତଥ୍ୟ ଦେବା ପାଇଁ ପ୍ରସ୍ତୁତ ବୋଲି ବାଚସ୍ପତି କହିଛନ୍ତି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: