Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଯୁବତୀଙ୍କ ପ୍ରତି ଅସଦାଚରଣ ନେଇ ଆସିଲା ସାଙ୍ଘାତିକ ଅଭିଯୋଗ

Odisha

ଯୁବତୀଙ୍କ ପ୍ରତି ଅସଦାଚରଣ ନେଇ ଆସିଲା ସାଙ୍ଘାତିକ ଅଭିଯୋଗ

Jitendra Dash
Browse all articles by Jitendra Dash
·2 years ago·1 min read
ଯୁବତୀଙ୍କ ପ୍ରତି ଅସଦାଚରଣ ନେଇ ଆସିଲା ସାଙ୍ଘାତିକ ଅଭିଯୋଗ

ଅର୍ଗସ ବ୍ୟୁରୋ : ବିଜେଡି କର୍ପୋରେଟରଙ୍କ ସ୍ବାମୀଙ୍କ ଦବଙ୍ଗଗିରି । ଅଭଦ୍ରାମୀର ଟପିଲେ ସୀମା । ଯୁବତୀଙ୍କ ପ୍ରତି ଅସଦାଚରଣ ନେଇ ଆସିଲା ସାଙ୍ଘାତିକ ଅଭିଯୋଗ । ନୟାପଲ୍ଲୀ ୨୫ନମ୍ବର ୱାର୍ଡର ବିଜେଡି କର୍ପୋରେଟର ମାନସୀରାଣୀ ସୁନ୍ଦରାୟଙ୍କ ସ୍ବାମୀ ସ୍ନେହାସିସଙ୍କ ନାଁରେ ଆସିଛି ସାଙ୍ଘାତିକ ଅଭିଯୋଗ ।

ପ୍ରଥମେ ଯୁବତୀଙ୍କୁ କମେଣ୍ଟ କଲେ, ପରେ ଯୁବତୀଙ୍କ ଆଗରେ ସହଯୋଗୀଙ୍କ ସହ ମିଶି ପରିଶ୍ରା କଲେ । ବିରୋଧ କରିବାରୁ ମରଣାନ୍ତକ ଆକ୍ରମଣ ସହ ଦୁଷ୍କର୍ମ ଉଦ୍ୟମ କରିଥିବା ଥାନାରେ ଅଭିଯୋଗ ହୋଇଛି । ଆକ୍ରମଣର ଶିକାର ହୋଇଥିବା ଯୁବତୀଙ୍କୁ ପୋଲିସ ନ୍ୟାୟ ଦେବା ପରିବର୍ତ୍ତେ ଥାନାକୁ ଡାକି ହଇରାଣ କରିଥିବା ସଙ୍ଗିନ ଅଭିଯୋଗ ହୋଇଛି ।

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଘଟଣାକୁ ୧୦ଦିନ ବିତି ଯାଇଥିଲେ ସୁଦ୍ଧା ଅଭିଯୁକ୍ତମାନଙ୍କୁ ଧରିପାରୁନି ପୋଲିସ । ଅଭିଯୁକ୍ତମାନେ ବାହାରେ ବୁଲୁଥିବାରୁ ଜୀବନ ପ୍ରତି ବିପଦ ଥିବା କହିଛନ୍ତି ଆକ୍ରମଣର ଶିକାର ହୋଇଥିବା ଯୁବତୀ । ଯୁବତୀ ଓ ମହିଳାମାନଙ୍କ ପ୍ରତି କମିସନରେଟ ପୋଲିସର ଏଭଳି ଉଦାସୀନତାକୁ ଚାରି ଆଡୁ ନିନ୍ଦା କରାଯାଉଛି । ଏଠି ପ୍ରଶ୍ନ ଉଠୁଛି, କାହିଁକି ଏପର୍ଯ୍ୟନ୍ତ କର୍ପୋରେଟରଙ୍କ ସ୍ବାମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉନି କମିଶନରେଟ୍ ପୋଲିସ ? ବିଜେଡି କର୍ପୋରେଟଙ୍କ ସ୍ବାମୀ ବୋଲି କଣ ତାଙ୍କ ପାଇଁ ଆଇନ ଅଲଗା କି ?
 

Sponsored
There were serious allegations of misbehavior against young women | Argus News