Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବାଲେଶ୍ବରରେ ଆଜି ୪ ଘଣ୍ଟା ପାଇଁ କୋହଳ ରହିବ କର୍ଫ୍ୟୁ

Swayangprajna Mishra
Browse all articles by Swayangprajna Mishra
·2 years ago
ବାଲେଶ୍ବରରେ ଆଜି ୪ ଘଣ୍ଟା ପାଇଁ କୋହଳ ରହିବ କର୍ଫ୍ୟୁ

ବାଲେଶ୍ବର : ବାଲେଶ୍ବର ସହରରେ ଧୀରେଧୀରେ ସ୍ଥିତି ସ୍ବାଭାବିକ ହେଉଛି ।  ଆଜି ୪ ଘଣ୍ଟା ପାଇଁ କୋହଳ କରାଯାଇଛି । ସକାଳ ୭ଟାଠାରୁ ଦିନ ୧୧ଟା ପର୍ପ୍ୟନ୍ତ କୋହଳ ରହିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଏହା ସହିତ କେବଳ ଲ୍ୟାଣ୍ଡଲାଇନ୍‌ ଫୋନ୍‌ରେ ଇଣ୍ଟରନେଟ୍‌ ସେବା ମିଳିବ। ପ୍ରଥମ ପର୍ଯ୍ୟାୟ ବ୍ୟାଙ୍କ ସମେତ ବ୍ୟବସାୟିକ ପ୍ରତିଷ୍ଠାନକୁ ଇଣ୍ଟରନେଟ୍‌ ସେବାମିଳିବ।

ଅଧିକ ପଢନ୍ତୁ : ଗୋଷ୍ଠୀ ସଂଘର୍ଷ ଘଟଣାରେ ଫେରୁଛି ଶାନ୍ତି, ପୌରାଞ୍ଚଳରେ କର୍ଫ୍ୟୁ ବଳବତ୍ତର ରହିବ

ଆସନ୍ତା ୨ଦିନ ପର୍ଯ୍ୟନ୍ତ ସ୍କୁଲ୍‌, କଲେଜ, ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ଉଭୟ ଗୋଷ୍ଠୀ ପକ୍ଷରୁ ରୁଜୁ ହୋଇଥିବା ୭ଟି ମାମଲାରେ ପୁଲିସ ୩୪ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଏହାଛଡ଼ା କର୍ଫ୍ୟୁ ଆଇନ୍‌ ଉଲ୍ଲଂଘନ ଯୋଗୁଁ ସହରର ବିଭିନ୍ନ ଥାନାରେ ୩୦ରୁ ଅଧିକ ବ୍ୟକ୍ତିଙ୍କୁ ଅଟକ ରଖାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
There will be curfew relax for 4 hours today in Balasore | Argus News