Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ବନ୍ଧୁକ ଦେଖାଇ ଛାତ୍ରୀଙ୍କୁ କରୁଥିଲେ ଅପହରଣ, ନିର୍ଧୂମ ଛେଚିଲେ ସ୍ଥାନୀୟ ଲୋକେ

Odisha

ବନ୍ଧୁକ ଦେଖାଇ ଛାତ୍ରୀଙ୍କୁ କରୁଥିଲେ ଅପହରଣ, ନିର୍ଧୂମ ଛେଚିଲେ ସ୍ଥାନୀୟ ଲୋକେ

Jitendra Dash
Browse all articles by Jitendra Dash
·2 years ago
ବନ୍ଧୁକ ଦେଖାଇ ଛାତ୍ରୀଙ୍କୁ କରୁଥିଲେ ଅପହରଣ, ନିର୍ଧୂମ ଛେଚିଲେ ସ୍ଥାନୀୟ ଲୋକେ

ଅର୍ଗସ ବ୍ୟୁରୋ : ମହଙ୍ଗା ପଡ଼ିଲା ଏକତରଫା ପ୍ରେମ । ଏକ ତରଫା ପ୍ରେମକୁ ନେଇ ବନ୍ଧୁକ ଦେଖାଇ ଛାତ୍ରୀଙ୍କୁ କଲେ ଅପହରଣ ଉଦ୍ୟମ । ଅପହରଣ କରିବା ବେଳେ ଯୁବକଙ୍କୁ ଧରି ନିର୍ଧୂମ ଛେଚିଲେ ସ୍ଥାନୀୟ ଲୋକେ । ପରେ ଯୁବକଙ୍କୁ ପୋଲିସର ଜିମା ଦେଲେ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା କମର୍ଦା ଥାନା ଅନ୍ତର୍ଗତ ପୀର୍‌ ପଡ଼ିଆରେ । ସଂପୃକ୍ତ ଯୁବକ ଜଣକ ହେଲେ ମହାଗୋବ ଅଞ୍ଚଳର ବ୍ରଜ ଗୋପାଳ ଦାସ । ଘଟଣା ସ୍ଥଳରେ କମର୍ଦା ପୋଲିସ ପହଞ୍ଚି  ଯୁବକକୁ ଅଟକ ରଖି ଯୁବକଙ୍କ ପାଖରୁ ଗୋଟିଏ ଦେଶୀ ବନ୍ଧୁକ ସହିତ ୩ ଟି ଜୀବନ୍ତ ଗୁଳି ଜବତ କରିଛି । ଏକ ତରଫା ପ୍ରେମକୁ ନେଇ ଯୁବକ ଏଭଳି କାଣ୍ଡ ଘଟାଇଛନ୍ତି । ଛାତ୍ରୀଙ୍କୁ ବନ୍ଧୁକ ଦେଖାଇ କରୁଥିଲେ ଅପହରଣ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
baleswar kidnap case | Argus News