Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ନିଦ ହଜାଇଲେଣି ଚୋର, ପୋଲିସକୁ ଚ୍ୟାଲେଞ୍ଜ କରି ଲୁଟୁଛନ୍ତି

Odisha

ନିଦ ହଜାଇଲେଣି ଚୋର, ପୋଲିସକୁ ଚ୍ୟାଲେଞ୍ଜ କରି ଲୁଟୁଛନ୍ତି

Jitendra Dash
Browse all articles by Jitendra Dash
·2 years ago·1 min read
ନିଦ ହଜାଇଲେଣି ଚୋର, ପୋଲିସକୁ ଚ୍ୟାଲେଞ୍ଜ କରି ଲୁଟୁଛନ୍ତି

ଅର୍ଗସ ବ୍ୟୁରୋ : ପୋଲିସକୁ ଚ୍ୟାଲେଞ୍ଜ କରି ଲୁଟୁଛନ୍ତି ଚୋର । କିଶନନଗର ଥାନା ଅଞ୍ଚଳ ପାଲଟିଛି ଚୋରଙ୍କ ଚରା ଭୂଇଁ । କଟକ ଜିଲ୍ଲା କିଶନନଗର ଥାନା ଅଞ୍ଚଳରୁ ଘନଘନ ଚୋରି । ଗତ କିଛି ଦିନତଳେ ଥାନା ସମ୍ନା ବଜାରରୁ ଚୋରମାନେ ଖୋଲା ଚାଲେଞ୍ଜଦେଇ ଦୋକାନରୁ ଚୋରି କରିଥିଲେ । ଏବେ କିନ୍ତୁ ଗୋଟିଏ ମାସ ହେଲାଣି ଚୋରଙ୍କ ପାଇଁ ଅଞ୍ଚଳବାସୀଙ୍କ ନିଦ ହଜି ଗଲାଣି । ହେଲେ ପୋଲିସ ସେମାନଙ୍କୁ ଧରିବାରେ ବିଫଳ ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ଗତକାଲି ବିଳମ୍ବିତ ରାତ୍ରିରେ କିଶନନଗର ଥାନା ତରଡପଡା ଗ୍ରାମରୁ ଗୋଟିଏ ରାତରେ ୭ଟି ଘରୁ ସୁନା, ରୁପା, ଲକ୍ଷ୍ୟାଧିକ ଟଙ୍କାର ସାମଗ୍ରୀ ଚୋରି ହୋଇଥିବା ନେଇ ପୋଲିସକୁ ଗ୍ରାମ ବାସୀମାନେ ଅଭିଯୋଗ କରିବାପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ କାହାରିକୁ ଧରିବାରେ ସଫଳ ହୋଇନାହିଁ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବାରମ୍ବାର ଚୋରି ହେଉଥିବା ବେଳେ ପୋଲିସର କର୍ଯ୍ୟଶୈଳୀକୁ ନେଇ ସାଧାରଣରେ ପ୍ରଶ୍ନବାଚି ସୃଷ୍ଟି କରିଛି । ପୋଲିସ ପାଟ୍ରୋଲିଂ ରାତି ସମୟରେ ଠିକଠାକ ହେଉନଥିବା ବେଳେ ଚୋରମାନେ ଏହାର ଫାଇଦା ନେଉଛନ୍ତି । ସାଧାରଣ ଲୋକେ ଭୟ ଓ ଆଶଙ୍କାରେ ଜୀବନ କାଟୁଛନ୍ତି । ଏହାର ବିଧିବଦ୍ଧ ତଦନ୍ତ ସହ ଲୋକଙ୍କୁ ପୋଲିସ ସୁରକ୍ଷା ଯୋଗାଇଦେବାକୁ ସାଧାରଣରେ ଦାବି ହୋଇଛି ।

Education Next Season 5
Sponsored
Thief's Challange To Police | Argus News