ଦୋକାନ ଡ୍ର ଖୋଲି ନଗଦ ଟଙ୍କା ସହିତ ସୁନା ଓ ରୂପା ଅଳଙ୍କାର ଲୁଟିନେଲେ ଚୋର
·2 years ago·1 min read

ଅର୍ଗସ ବ୍ୟୁରୋ : ସିନ୍ଧି ଗାତ କରି ଦୋକାନ ଭିତରକୁ ପଶିଲେ ଆଉ ଲୁଟ କରି ଚାଲିଗଲେ । ଲୁଟିବାକୁ ପଶିଲେ ଦୋକାନ ଭିତରେ ସବୁ ସଫା କରିଦେଲେ । ଉଦଳାରେ କର୍ମକାର ଜୁଏଲାରୀ ହାଉସରେ ହୋଇଛି ଲୁଟ । ଗତକାଲି ରାତିରେ ଲୁଟେରା ମାନେ ଦୋକାନର ପଛ ପାଖ କାନ୍ଥରେ ସିନ୍ଧି ଗାତ କରି ଦୋକାନ ଭିତରକୁ ପଶିଛନ୍ତି । ଦୋକାନ ଭିତରେ ପଶିବା ପରେ ଦୁର୍ବୃତ୍ତମାନେ ଦୋକାନର ଡ୍ର ଖୋଲି ନଗଦ ଟଙ୍କା ନେବା ସହିତ ଦୋକାନରେ ଥିବା ରୂପା ଅଳଙ୍କାର ଏବଂ ସୁନା ଲୁଟିଥିବା ଜଣା ଯାଇଛି।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଦୁର୍ବୃତ୍ତ ମାନେ ଦୋକାନ ଭିତରେ ଥିବା ଆଇରନ ଚେଷ୍ଟ ଭାଙ୍ଗିଛନ୍ତି କି ନାହିଁ ତାହା ଏବେ ସୁଦ୍ଧା ସ୍ପଷ୍ଟ ହୋଇ ନ ଥିବା ବେଳେ ସାଇଣ୍ଟିଫିକ ଟିମ ଏବଂ ସନ୍ଧାନୀ କୁକୁର ଆସିବା ପରେ ଦୋକାନ ଭିତରେ ପଶି ତଦନ୍ତ କରାଯିବ । ତା ପରେ ଦୋକାନରେ କେତେ ଲକ୍ଷ ଟଙ୍କାର ଲୁଟ ହୋଇଛି ଏବଂ ଏହା କେତେ ବଡ଼ ଧରଣର ଲୁଟ ତାହା ସ୍ପଷ୍ଟ ହେବ । ଉଦଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: