Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଅସ୍ମିତାର ସୁରକ୍ଷା ଓ ସାମୁହିକ ବିକାଶ ପାଇଁ ଓଡିଶାରେ ଏଥର ବିଜେପିର ଡବଲ ଇଂଜିନ ସରକାର ହେବ

Odisha

ଅସ୍ମିତାର ସୁରକ୍ଷା ଓ ସାମୁହିକ ବିକାଶ ପାଇଁ ଓଡିଶାରେ ଏଥର ବିଜେପିର ଡବଲ ଇଂଜିନ ସରକାର ହେବ

Jitendra Dash
Browse all articles by Jitendra Dash
·2 years ago·2 min read
ଅସ୍ମିତାର ସୁରକ୍ଷା ଓ ସାମୁହିକ ବିକାଶ ପାଇଁ ଓଡିଶାରେ ଏଥର ବିଜେପିର ଡବଲ ଇଂଜିନ ସରକାର ହେବ

ଅର୍ଗସ ବ୍ୟୁରୋ : ଗତ ୨୦୧୯ ସାଧାରଣ ନିର୍ବାଚନରେ ବୌଦ୍ଧ ନିର୍ବାଚନମଣ୍ଡଳୀରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ଛିଡା ହୋଇଥିବା ଶ୍ରୀ ଶେଷ କୁମାର ମେହେର ନିଜ ସମର୍ଥକଙ୍କ ଗହଣରେ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇଛନ୍ତି । ସେହିପରି ବରଗଡ ଜିଲ୍ଲା ପଦ୍ମପୁର ନିର୍ବାଚନମଣ୍ଡଳି ଅନ୍ତର୍ଗତ ପାଇକମାଳ ଅଂଚଳର ଯୁବନେତା ଇଞ୍ଜିନିୟର ଆଶୁତୋଷ ସାହୁ ନିଜ ସମର୍ଥକଙ୍କ ସହିତ ବିଜେପିରେ ଯୋଗ ଦେଇଛନ୍ତି । 

ଶ୍ରୀ ସାହୁଙ୍କ ସମେତ ସ୍ଥାନୀୟ ବିଜେଡି ଯୁବନେତା ବସନ୍ତ ବାରିକ, ପୂର୍ବତନ ସମିତି ସଭ୍ୟ ସୁରଜ ଭୋଇ, ପଙ୍କଜ ସାହୁ, ନେହେରୁ ସାହୁ, ପ୍ରଶାନ୍ତ କୁମାର ସାହୁ, ନନ୍ଦ କୁମାର ଗୋଛି, ଗୌର କୁଅଁର, ୱାର୍ଡ ମେମ୍ବର ବିପିନି ବିହାରୀ ସାହୁ, ମହସିନ ମହମ୍ମଦ ପ୍ରମୁଖଙ୍କ ସମେତ ପଦ୍ମପୁର ନିର୍ବାଚନ ମଣ୍ଡଳିର ବିଭିନ୍ନ ଅନୁଷ୍ଠାନ ଏବଂ ବିଭିନ୍ନ ରାଜନୈତିକ ଦଳର ହଜାର ହଜାର କାର୍ଯ୍ୟକର୍ତା ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇଛନ୍ତି ।

ସେହିପରି ନିଆଳିର ପୂର୍ବତନ ବିଧାୟକ ଶ୍ରୀ କଣ୍ଡୁରୀ ମଲ୍ଲିକଙ୍କ ସୁପୁତ୍ର ତଥା ବିଜେଡି ନେତା ପ୍ରମୋଦ କୁମାର ମଲ୍ଲିକ ଆଜି ନିଜ ଶତାଧିକ ସମର୍ଥକଙ୍କ ଗହଣରେ ବିଜେପିରେ ଯୋଗଦାନ କରିଛନ୍ତି । ଶ୍ରୀ ମଲ୍ଲିକଙ୍କ ସମେତ ବରିଷ୍ଠ ବିଜେଡି ନେତା ବିଜୟ କୁମାର ସ୍ୱାଇଁ, ଗଙ୍ଗାଧର ଭୋଇ, ପୋସ୍ତ ଗ୍ରାମ ପଂଚାୟତର ବିଜେଡି ସଭାପତି ବିଜୟ ରାଉତରାୟ, ଦିଲୀପ ବେହେରା, କଂଗ୍ରେସ ନେତାଧନେଶ୍ୱର ଖଟୁଆ, ବିଶିଷ୍ଟ ସମାଜସେବୀ ଆଲୋକ ମହାନ୍ତି, ଭାଷା ଆନ୍ଦୋଳନର ଉପସଭାପତି ନବ କିଶୋର ପ୍ରଧାନ ପ୍ରମୁଖଙ୍କ ସମେତ ଶତାଧିକ ବିଜେଡି ଓ କଂଗ୍ରେସ କର୍ମୀ ବିଜେପିରେ ସାମିଲ ହୋଇଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହି ମିଶ୍ରଣ ପର୍ବରେ ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ନୂତନ ସଦସ୍ୟଙ୍କୁ ସ୍ୱାଗତ ଜଣାଇଥିଲେ । ଏହି ଅବସରରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ରାଜ୍ୟ ଉପସଭାପତି ବିରଂଚି ନାରାୟଣ ତ୍ରିପାଠୀ, ରାଜ୍ୟ ସମ୍ପାଦକ ସରୋଜ କର, ଏସ୍‌ସି ମୋର୍ଚ୍ଚା ରାଜ୍ୟ ସଭାପତି ତଥା ଜଗତସିଂହପୁର ଲୋକସଭା ପ୍ରାର୍ଥୀ ଡ.ବିଭୂପ୍ରସାଦ ତରାଇ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପବିତ୍ର ଦାସ, ଶ୍ରୀତମ ଦାସ, ଛବି ମଲ୍ଲିକ, ବୌଦ୍ଧ ଜିଲ୍ଲା ସଭାପତି ବିପ୍ର ମହାନ୍ତି, ଯୁବନେତା ଓମ୍‌ପ୍ରକାଶ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ରାଜ୍ୟରେ ଦୀର୍ଘ ୨୪ବର୍ଷ ଧରି କିଛି ମୁଷ୍ଟିମେୟ ଅଣଓଡିଆ ପ୍ରଶାସକଙ୍କ ମାଧ୍ୟମରେ ବିଜେଡି ସରକାର ଓଡ଼ିଶାବାସୀଙ୍କୁ ପ୍ରତାରିତ କରି ଆସୁଛନ୍ତି । ଓଡିଆ ଅସ୍ମିତାର ସୁରକ୍ଷା ସମେତ ରାଜ୍ୟର ସାମୁହିକ ବିକାଶ ପାଇଁ ଓଡିଶାରେ ଏଥର ବିଜେପିର ଡବଲ ଇଂଜିନ ସରକାର ଗଠନ କରିବା ପାଇଁ ଓଡିଶାବାସୀ ସଂକଳ୍ପ ନେଇଛନ୍ତି । ରାଜ୍ୟର ପ୍ରତ୍ୟେକ ପ୍ରାନ୍ତରୁ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ବିଭିନ୍ନ ରାଜନୈତିକ ଦଳ, ସାମାଜିକ ସଂଗଠନର ସଦସ୍ୟ, ପ୍ରତିଷ୍ଠିତ ବ୍ୟକ୍ତିବିଶେଷମାନେ ବିଜେପିରେ ଯୋଗଦାନ କରୁଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ହାତମୁଠାକୁ ସୁଦୃଢ଼ କରିବା ପାଇଁ ୮୯୮୦୮୦୮୦୮୦ ନମ୍ବରରେ ଡାୟାଲ କରି ବିଜେପିର ସଦସ୍ୟ ହୁଅନ୍ତୁ ବୋଲି ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବ ଅବସରରେ ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି ।

Education Next Season 5
Sponsored
This time there will be a double engine government of BJP in Odisha for the security of Asmita and collective development | Argus News