Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - କାର୍ତ୍ତିକ ମାସ ଗଲା ପରେ ରାଜ୍ୟରେ ବଢ଼ିଲା ଶୀତ

Weather-calamities

Weather Update / କାର୍ତ୍ତିକ ମାସ ଗଲା ପରେ ରାଜ୍ୟରେ ବଢ଼ିଲା ଶୀତ

Rashmita Mishra
Browse all articles by Rashmita Mishra
·7 months ago·2 min read
କାର୍ତ୍ତିକ ମାସ ଗଲା ପରେ ରାଜ୍ୟରେ ବଢ଼ିଲା ଶୀତ

Key Points

କାର୍ତ୍ତିକ ମାସର ବିଦାୟ ସହ ରାଜ୍ୟରେ ପଶିଛି ଶୀତ। ରାଜ୍ୟର ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ଖସିଛି। ପୂର୍ବରାତି ତୁଳନାରେ ସର୍ବନିମ୍ନ ତାପମାତ୍ରା ୨ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ କମିଛି ।
ଅଚାନକ ଖସିଲା ପାରଦ। କାର୍ତ୍ତିକ ମାସର ବିଦାୟ ସହ ରାଜ୍ୟରେ ପଶିଛି ଶୀତ। ରାଜ୍ୟର ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ଖସିଛି। ପୂର୍ବରାତି ତୁଳନାରେ ସର୍ବନିମ୍ନ ତାପମାତ୍ରା ୨ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ କମିଛି । ପାଣିପାଗ ବିଭାଗର ପୂର୍ବାନୁମାନ ହେଲା, ଶୀତ ପ୍ରକୋପ ଆହୁରି ବଢ଼ିପାରେ। ଆସନ୍ତା ୨ ଦିନ ଭିତରେ ସର୍ବନିମ୍ନ ତାପମାତ୍ରା ୨ରୁ ୪ ଡିଗ୍ରୀ କମିପାରେ।

ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୧୨.୫ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି। ଦିନକ ତଳେ ଥିଲା ୧୫ । ଦାରିଙ୍ଗିବାଡ଼ିରେ ବି ପାରଦ ୧୪ ଡିଗ୍ରୀକୁ ଖସି ଆସିଛି। ଝାରସୁଗୁଡ଼ା ତାପମାତ୍ରା ପୂର୍ବ ରାତି ତୁଳନାରେ ୩.୩ ଡିଗ୍ରୀ କମି ୧୪.୫ ଡିଗ୍ରୀରେ ପହଞ୍ଚିଥିବାବେଳେ ଅନୁଗୁଳ ୧୫ ଡିଗ୍ରୀ ରେକର୍ଡ ହୋଇଛି। ପୂର୍ବ ରାତି ତୁଳନାରେ ଅନୁଗୁଳ ତାପମାତ୍ରା ୩ ଡିଗ୍ରୀ କମିଛି। ରାଉରକେଲା ସର୍ବନିମ୍ନ ତାପମାତ୍ରା ୧୫.୫, କେନ୍ଦୁଝର ୧୫.୨, ଢେଙ୍କାନାଳ ୧୫.୮ ଡିଗ୍ରୀ ରେକର୍ଡ ହୋଇଛି। ଢେଙ୍କାନାଳରେ ତାପମାତ୍ରା ଅସ୍ୱାଭାବିକ ହାରରେ କମିଛି। ପୂର୍ବ ରାତିରେ ୨୨.୧ ଡିଗ୍ରୀ ଥିବାବେଳେ ୬.୩ ଡିଗ୍ରୀ କମିଯାଇଛି ୨୪ ଘଣ୍ଟାରେ।

ଏଥିସହ ପଢ଼ନ୍ତୁ: ରାଜ୍ୟରେ ରାତିର ତାପମାତ୍ରା ଖସିଛି... ବଢ଼ିଛି ଶୀତ 

ଭୁବନେଶ୍ୱରରେ ସର୍ବନିମ୍ନ ତାପମାତ୍ରା ୧୭ ଡିଗ୍ରୀ ଓ କଟକ ୧୭.୬ ଡିଗ୍ରୀ ରହିଛି। ଦିନକ ତଳେ ଭୁବନେଶ୍ୱର ୨୦.୮ ଡିଗ୍ରୀ ଓ କଟକ ୨୦.୨ ଡିଗ୍ରୀ ଥିଲା । ଭୁବନେଶ୍ୱରରେ ପୂର୍ବ ରାତି ତୁଳନାରେ ୩.୮ ଡିଗ୍ରୀ ଓ କଟକରେ ୨.୬ ଡିଗ୍ରୀ କମିଛି ତାପମାତ୍ରା । ନଭେମ୍ବର ପହିଲାରୁ ଆଜି ସୁଦ୍ଧା ଭୁବନେଶ୍ୱରରସର୍ବନିମ୍ନ ତାପମାତ୍ରା ୮ ଡିଗ୍ରୀ କମିଛି। ନଭେମ୍ବର ୧ରେ ୨୫ ଡିଗ୍ରୀ, ୨ ତାରିଖରେ ୨୪ ଡିଗ୍ରୀ, ୩ ତାରିଖରେ ୨୨.୬ ଡିଗ୍ରୀ, ୪ ତାରିଖରେ ୨୦.୮ ଡିଗ୍ରୀ ଏବଂ ୫ ତାରିଖରେ ୧୭ ଡିଗ୍ରୀରେ ପହଞ୍ଚିଛି। ୧୦ ତାରିଖ ପରେ ତାପମାତ୍ରା ଆହୁରି କମିବା ସହ ଶୀତ ବଢ଼ିବ । ଚଳିତବର୍ଷ ଶୀତ ପ୍ରକୋପ ଅଧିକ ରହିପାରେ ।

ଏଥିସହ ପଢ଼ନ୍ତୁ: ବିହାରରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ, ଭୋଟ୍ ଦେଉଛନ୍ତି ଜନତା

ଅକ୍ଟୋବର ରୁ ନଭେମ୍ବର ବାତ୍ୟାର ମାସ ହୋଇଥିବା ବେଳେ ବିଭିନ୍ନ ପାଣିପାଗ ନିୟାମକକୁ ନେଇ ଆଦ୍ରତାର ମାତ୍ରା ଅଧିକ ରହୁଛି। ଯେଉଁଥିପାଇଁ ବର୍ତ୍ତମାନ ମଧ୍ୟ ସହର ମାନଙ୍କରେ ଗୁଳୁଗୁଳି ଅନୁଭୂତ ହେଉଛି। ତେଣୁ ନିୟାମକ ଗୁଡିକର ପରିସମାପ୍ତି ସହ ଆଦ୍ରତାର ପରିମାଣ କମିଲେ ରାଜ୍ୟରେ କମିବ ରାତି ତାପମାତ୍ରା । ଏବଂ ଅନୁଭବ ହେବ ଶୀତ ।

ଅଧିକ ପଢ଼ନ୍ତୁ ପାଣିପାଗ ଖବର:  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Weather Update | Winter Intensifies in Odisha After Kartika Month Ends | Argus News