Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବଜ୍ରପାତରେ ପର୍ଯ୍ୟଟକ ଗୁରୁତର, ଜଳିଗଲେ 15 ଛେଳି

Smruti Parija
Browse all articles by Smruti Parija
·2 years ago
ବଜ୍ରପାତରେ ପର୍ଯ୍ୟଟକ ଗୁରୁତର, ଜଳିଗଲେ 15 ଛେଳି

ଜଳେଶ୍ୱର: ଜଳେଶ୍ୱରରେ ବଜ୍ରପାତରେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ଭୋଗରାଇ ବ୍ଲକ ଉଦୟପୁର ବେଳାଭୂମିରେ ବୁଲୁଥିବା ସମୟରେ ବଜ୍ରପାତରେ 3 ପର୍ଯ୍ୟଟକ ଗୁରୁତର ହୋଇଛନ୍ତି । ୨ ଜଣ ପଶ୍ଚିମବଙ୍ଗ ଓ ଜଣେ ଓଡ଼ିଶାର ପର୍ଯ୍ୟଟକ ହୋଇଥିବା ସୂଚନା ମିଳିଛି ।  ଗୁରୁତରଙ୍କୁ ଉଦ୍ଧାର କରି ଦୀଘା ମେଡିକାଲରେ ଭର୍ତ୍ତି କରାଯାଇଛି । 

ରାଜଧାନୀରେ ବର୍ଷା ଜାରି...

ସେପଟେ ତାତିରୁ ମିଳିଲା ଆଶ୍ୱସ୍ତି । ତାତିରେ ଲାଗିଲା ବ୍ରେକ୍ । ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଜାରି ରହିଛି । ଫଳରେ ଲୋକଙ୍କୁ କିଛି ମାତ୍ରାରେ ଆଶ୍ୱସ୍ତି ମିଳିଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେପଟେ ଭଞ୍ଜନଗରରେ ବଜ୍ରପାତରେ ଜଳିଗଲେ 15 ଛେଳି । ବଡଗଡ ଥାନା ବାଟଶାସନ ଗାଁରେ ବଜ୍ରପାତ ହୋଇଥିବା ସୂଚନା ମିଳିଛି । ଉତ୍ତର ଓ ଆଭ୍ୟନ୍ତରୀଣ ଓଡିଶାରେ ବର୍ଷା ଆଣିଛି ଆଶ୍ୱସ୍ତି ।  

ଆହୁରି ପଢନ୍ତୁ ଓଡିଶା ଖବର...
 

Sponsored
three-tourist-injured-in-lightening-at-jaleswar- | Argus News