Videos
|
Odisha

ମହାରାଷ୍ଟ୍ରରେ ପାଣି ଟାଙ୍କି ଭୁଶୁଡି ତିନି ଜଣ ଦାଦନ ଶ୍ରମିକଙ୍କ ମୃତ୍ୟୁ

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
ମହାରାଷ୍ଟ୍ରରେ ପାଣି ଟାଙ୍କି ଭୁଶୁଡି ତିନି ଜଣ ଦାଦନ ଶ୍ରମିକଙ୍କ ମୃତ୍ୟୁ

ଅର୍ଗସ ବ୍ୟୁରୋ :  ପୁଣିଥରେ ଗଞ୍ଜାମରୁ ଆସିଲା ଦାଦନ ଯନ୍ତ୍ରଣାର କରୁଣ ଚିତ୍ର  । ମହାରାଷ୍ଟ୍ରର ପୁନେରେ ପାଣିଟାଙ୍କି ଭୁଶୁଡି ଗଞ୍ଜାମର ତିନିଜଣ ଦାଦନ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ସୂଚନା ମୁତାବକ ପୁନେର ଏନସିସି ଲିମିଟେଡ଼ କମ୍ପାନୀରେ କାର୍ଯ୍ୟରତ ଶ୍ରମିକ ମାନେ ପାଣି ଟାଙ୍କି ଭୁଶୁଡି ପଡିବାରୁ ସାତଜଣ ଠିକା ଶ୍ରମିକ ମୃତ୍ୟୁ ବରଣ କରିଥିଲେ l ସାତଜଣଙ୍କ ମଧ୍ୟରୁ ବିହାର ରାଜ୍ୟର ଚାରିଜଣ ହୋଇଥିବା ବେଳେ ଓଡିଶାର ତିନି ଜଣ ଶ୍ରମିକ ମୃତ୍ୟୁବରଣ କରିଛନ୍ତି ।

ଅଧିକ ପଢନ୍ତୁ ଓଡିଶା ଖବର

ଏହି ଘଟଣାଟି ଗତ 24ତାରିଖରେ ଘଟିଥିବା ବେଳେ ମୃତ୍ୟକଙ୍କ ଶବ ନିଜ ଗ୍ରାମକୁ ଆସିବାପରେ ଏକ ଶୋକକୁଳ ପରିବେଶରେ ଗ୍ରାମ ମଶାଣିରେ ଦାହା କରାଯାଇଥିଲା l କାମ କରୁଥିବା ସଂସ୍ଥା ପକ୍ଷରୁ କ୍ଷତିପୂରଣ ବାବଦରେ ଦଶ ଲକ୍ଷଟଙ୍କା ଓ ଶୁଦ୍ଧି କାର୍ଯ୍ୟ ପାଇଁ ଏକ ଲକ୍ଷ ଟଙ୍କା ମୃତକ ପରିବାରକୁ ଦିଆଯାଇଥିବା କହିଛନ୍ତି lଅନ୍ୟପଟେ ସ୍ଥାନୀୟ ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଆଜିମୃତ ଦୁଇପରିବାରଙ୍କୁ ଭେଟି ସମବେଦନା ଜଣାଇଛନ୍ତି l
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Three workers died after a water tank collapsed in Maharashtra | Argus News