Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପୁଣି ଠାବ ହେଲା କଲରାପତରିଆ ବାଘର ମୃତଦେହ

Jitendra Dash
Browse all articles by Jitendra Dash
·2 years ago
ପୁଣି ଠାବ ହେଲା କଲରାପତରିଆ ବାଘର ମୃତଦେହ

ଅର୍ଗସ ବ୍ୟୁରୋ : ଦିନ ଥିଲା ମହାବଳ ବାଘ ଗର୍ଜନରେ କମ୍ପୁଥିଲା ଜଙ୍ଗଲ । ରାଜା ରାଜୁଡା ଅମଳରେ ଜଙ୍ଗଲରେ ରାଜୁତି କରୁଥିଲା ମହାବଳ । ଆଜି ରାଜ ଉଆସ ଅଛି ସତ କିନ୍ତୁ ଆଉ ଶୁଭୁନି ମହାବଳର ଗର୍ଜନ । ସହରୀକରଣ ବିକାଶ ନାଁରେ ଘଟୁଛି ବିନାଶ । ପୁଣି ରେଢାଖୋଲ ବନଖଣ୍ଡ ଭୀମ ମଣ୍ଡଳୀ ଜଙ୍ଗଲରେ ଏକ ବାଘର ମୃତ୍ୟୁ ହୋଇଛି । ନାକଟିଦେଉଳ ବନାଞ୍ଚଳ ଘୁଷୁରାମାଳ ସେକ୍ସନର ଚମ୍ପାଳି ନଦୀ ନିକଟ ଭିମ ମଣ୍ଡଳୀ ରାସ୍ତାରେ ଏକ କଲରା ପତରିଆ ବାଘର ମୃତ ଦେହ ଠାବ ହୋଇଛି । ମୃତ୍ୟୁର କାରଣ ଅସ୍ପଷ୍ଠ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Tiger death case | Argus News