Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଅଂଶୁଘାତର ଲକ୍ଷଣ କ'ଣ ?

Smruti Parija
Browse all articles by Smruti Parija
·2 years ago·1 min read
ଅଂଶୁଘାତର ଲକ୍ଷଣ କ'ଣ ?

ଅର୍ଗସ ବ୍ୟୁରୋ: ତତଲା କଡେଇରେ ଭାଜି ହେଉଛି ପୁରା ଓଡିଶା । ଏପ୍ରିଲ୍ ଆରମ୍ଭରୁ ପ୍ରବଳ ଖରାରେ କଲବଲ ଓଡ଼ିଶା । ଉପକୂଳରୁ ଉପାନ୍ତ ସବୁଠି ପ୍ରଚଣ୍ଡ ତାତି । ରାଜଧାନୀ ଭୁବନେଶ୍ବରରେ ଗତକାଲି 43.2 ଡିଗ୍ରୀ ରେକର୍ଡ ହୋଇଥିବାବେଳେ ଅଂଶୁଘାତରେ 8 ଜଣ ଆକ୍ରାନ୍ତ ହୋଇଛନ୍ତି । 

ଅନୁଗୁଳର 5 ଜଣ, ମୟୁରଭଞ୍ଜର ଜଣେ,ସୁନ୍ଦରଗଡ଼ର ଜଣେ, ଭୁବନେଶ୍ୱରର ଜଣେ । ସବୁ ଡାକ୍ତରଖାନାକୁ ଅଂଶୁଘାତ ପାଇଁ ସତର୍କ ରହିବାକୁ କୁହାଯାଇଛି ।  ଜିଲ୍ଲା ହସ୍ପିଟାଲ ଗୁଡିକରେ ବେଡ଼୍ ବ୍ୟବସ୍ଥା ସହ ଆବଶ୍ୟକୀୟ ମେଡ଼ିସିନ ପ୍ରସ୍ତୁତ ରଖାଯାଇଛି । ହିଟ୍ କ୍ରାମ୍ପସ, ହିଟ୍ ଷ୍ଟ୍ରୋକସର ଶିକାର ହେଇ ଆସୁଥିବା ବ୍ୟକ୍ତିଙ୍କୁ ତୁରନ୍ତ ଚିକିତ୍ସା ଦିଆଯିବା ପାଇଁ ପ୍ରସ୍ତୁତ ଅଛନ୍ତି ହସ୍ପିଟାଲ । 

ତତଲା କଡ଼େଇରେ ଭାଜି ହେଉଛି ଓଡ଼ିଶା

ଅଂଶୁଘାତର ଲକ୍ଷଣ କ'ଣ ?

ଜିଭ ଶୁଖିଯିବ

ବାନ୍ତି ଲାଗିବ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବିପି କମିବ

ଦେହ ହାତ ଘୋଳା ବିନ୍ଧା ହେବ 

ଗମଗମ ଝାଳ ବୋହିବ ଏସବୁ ଅଂଶୁଘାତର ଲକ୍ଷଣ ରହିଛି 

ଅଂଶୁଘାତ ଚିକିତ୍ସା ପାଇଁ 3 ଦିନ ଧରି ଡାକ୍ତରମାନଙ୍କୁ ଟ୍ରେନିଂ ଦିଆଯାଇଛି 

ଅଂଶୁଘାତ ମୃତ୍ୟୁ ହେଲେ ଇନକ୍ୱାରି କରିବା ପାଇଁ ଜିଲ୍ଲା ସ୍ତରରେ ଗୋଟେ ଟିମ୍ ପ୍ରସ୍ତୁତ କରାଯାଇଥିବା ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି । 

ଆହୁରି ପଢନ୍ତୁ ପାଣିପାଗ ଖବର...
 

Sponsored